ସ୍ମିଥ୍ ପାରିଲେନି, କାମେରନ୍‌ ବି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ସ୍ମିଥ୍ ପାରିଲେନି, କାମେରନ୍‌ ବି

ସିଡ୍‌ନୀ: ତୃତୀୟ ଟେଷ୍ଟ ମ୍ୟାଚ୍‌ ଜିତିବା ପାଇଁ ଭାରତକୁ ୪୦୭ ରନ୍‌ର ଟାର୍ଗେଟ୍ ଦେଇଛି ଅଷ୍ଟ୍ରେଲିଆ। ଦଳ ପ୍ରଥମ ଇନିଂସ୍‌ରେ ୯୪ ରନ୍‌ର ଅଗ୍ରଣୀ ଲାଭ କରିଥିବା ବେଳେ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୩୧୨ ରନ୍ କରିବା ପରେ ପାଳି ଘୋଷଣା କରିଥିଲା। ଏହା ପରେ ଭାରତୀୟ ଦଳ ପୁଣି ବ୍ୟାଟିଂ ଆରମ୍ଭ କରିଛି।

ଦ୍ୱିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ମାର୍ନସ ଲାବୁଶେନ୍, ଷ୍ଟିଭ୍ ସ୍ମିଥ୍ ଓ କାମେରନ୍ ଗ୍ରୀନ୍ ଭଲ ସ୍କୋର କରିଛନ୍ତି। ମାର୍ନସ ଲାବୁଶେନ୍ ୭୩ ରନ୍ କରି ଆଉଟ୍ ହୋଇଥିଲେ। ସେ ୧୧୮ଟି ବଲ୍‌ରୁ ୯ଟି ଚୌକା ସହାୟତାରେ ୭୩ ରନ୍ କରିଥିଲେ। ତାଙ୍କୁ ଆଉଟ୍ କରିଥିଲେ ନବଦୀପ ସାଇନି। ସାଇନିଙ୍କ ବଲ୍‌ରେ ସେ ଋଦ୍ଧିମାନ ସାହାଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ଅନ୍ୟପକ୍ଷରେ ପ୍ରଥମ ଇନିଂସରେ ଶତକ (୧୩୧ ରନ୍‌ କରିଥିଲେ) ହାସଲ କରିଥିବା ଷ୍ଟିଭ୍ ସ୍ମିଥ୍ ଏଥର ବି ଶତକ ପାଖାପାଖି ହୋଇଯାଇଥିଲେ। ସେ ୮୧ ରନ୍ କରିଥିଲେ। ରବିଚନ୍ଦ୍ରନ ଅଶ୍ୱିନ ତାଙ୍କୁ ଆଉଟ୍ କରିଥିଲେ। ସ୍ମିଥ୍ ୧୬୭ ବଲ୍‌ରୁ ୮ ଚୌକା ଓ ଗୋଟିଏ ଛକା ସହାୟତାରେ ୮୧ ରନ୍ କରିଥିଲେ।

ସେହିପରି ଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ କାମେରନ୍ ଗ୍ରୀନ୍‌। ସେ ସ୍ମିଥ୍‌ଙ୍କ ଠାରୁ ଆହୁରି ଭଲ ଖେଳୁଥିଲେ। ସେ ୧୩୨ଟି ବଲ୍‌ରୁ ୮୪ ରନ୍ କରିଥିଲେ। ତା’ ମଧ୍ୟରେ ଥିଲା ୮ଟି ଚୌକା ଓ ୪ଟି ଛକା। କିନ୍ତୁ ଶତକ ଆଡ଼କୁ ଆଗେଇ ଚାଲିଥିବା ଏହି ଖେଳାଳିଙ୍କୁ ଆଉଟ୍ କରିଥିଲେ ଯଶପ୍ରୀତ ବୁମ୍ରା। ତାଙ୍କ ବଲ୍‌ରେ ଋଦ୍ଧିମାନ ସାହାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ କାମେରନ୍‌।

ଶତକ ହାସଲ କରିପାରି ନଥିଲେ ମଧ୍ୟ ଏ ତିନି ଖେଳାଳି ଦଳ ପାଇଁ ଏକ ଭଲ ସ୍କୋର ଛିଡ଼ା କରିଥିଲେ, ଯାହାକୁ ଅତିକ୍ରମ କରିବା ଭାରତ ପାଇଁ ସହଜ ହୋଇ ନପାରେ।

ଏହି ତିନି ଖେଳାଳିଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ଅଧିନାୟକ ଟିମ୍ ପେନ୍‌ ଭଲ ଖେଳିଥିଲେ। ସେ ୫୨ଟି ବଲ୍‌ରୁ ୬ ଚୌକା ସହାୟତାରେ ୩୯ ରନ୍ କରି ଅପରାଜିତ ରହିଥିଲେ।

ଅନ୍ୟପକ୍ଷରେ ପ୍ରଥମ ଇନିଂସ୍‌ ଭଳି ଦ୍ୱିତୀୟ ଇନିଂସ୍‌ରେ ମଧ୍ୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଡାଭିଡ ୱାର୍ଣ୍ଣର ଫେଲ୍ ମାରିଥିଲେ। ସେ ମାତ୍ର ୧୩ ରନ୍ କରିଥିଲେ। ୱିଲ୍ ପୁକୋଭସ୍କି ମଧ୍ୟ କେବଳ ୧୦ ରନ୍ କରିବାକୁ ସମର୍ଥ ହୋଇଥିଲେ। ମାଥ୍ୟୁ ୱାଡେ ୪ ରନ୍‌ରେ ଆଉଟ୍ ହୋଇଥିଲେ।

ଭାରତ ପକ୍ଷରୁ ରବିଚନ୍ଦ୍ରନ ଅଶ୍ୱିନ୍ ଓ ନବଦୀପ ସାଇନି ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ଯଶପ୍ରୀତ ବୁମ୍ରା ଓ ମହମ୍ମଦ ସିରାଜ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି।

ଖବର ଲେଖାଯିବା ସୁଦ୍ଧା ଭାରତ ଦ୍ୱିତୀୟ ଇନିଂସ୍‌ ଆରମ୍ଭ କରିଛି। ଦଳ ୭ ଓଭରରେ କୌଣସି ୱିକେଟ୍ ନହରାଇ ୨୩ ରନ୍ କରିଛି। ରୋହିତ ଶର୍ମା ୧୩ ଓ ଶୁବମନ ଗିଲ୍ ୧୦ ରନ୍ କରିଛନ୍ତି।

The post ସ୍ମିଥ୍ ପାରିଲେନି, କାମେରନ୍‌ ବି appeared first on Odisha Reporter.



from Odisha Reporter https://ift.tt/2XsO1PC

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages