ନୂଆଦିଲ୍ଲୀ: ଥମୁନି ଭାରତ-ଚୀନ ସୀମା ବିବାଦ। ଲଦାଖ ସୀମରେ ପୁଣି ସୃଷ୍ଟି ହୋଇଛି ଉତ୍ତେଜନା। ମୁହାଁମୁହିଁ ହୋଇଛନ୍ତି ଭରତ ଏବଂ ଚୀନର ସେନା। ଶୁକ୍ରବାର ଚୀନର ଜଣେ ସୈନିକ ଭାରତକୁ ପଶି ଆସିଥିଲା। ଏହାପରେ ଭାରତୀୟ ଯବାନମାନେ ତାକୁ ଗିରଫ କରିଛନ୍ତି । ଏବେ ସେହି ସୈନ୍ୟ ଜଣଙ୍କୁ ତୁରନ୍ତ ଫେରାଇବାକୁ ଚୀନ ଦାବି କରିଛନ୍ତି । ଏହାକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।
ଭାରତୀୟ ଅଧିକାରୀଙ୍କ କହିବାନୁସାରେ, ଶୁକ୍ରବାର ଚୀନର ଜଣେ ସୈନ୍ୟ ଏଲଓସି ଅତିକ୍ରମ କରି ଭାରତର ସୀମା ଭିତରକୁ ପଶି ଆସିଥିଲେ । ସେ ପୂର୍ବ ଲଦାଖର ପାଙ୍ଗୋଙ୍ଗ ନିକଟରେ ବୁଲୁଥିଲେ। ସେଠାରୁ ତାଙ୍କୁ ଗିରଫ କରାଯାଇଥିଲା । ଯେତେବେଳେ ସୀମାରେ ଚୀନ୍ ବିପୁଳ ସଂଖ୍ୟାରେ ନିଜ ଯବାନଙ୍କୁ ମୁତୟନ କରିଥିଲା ସେତେବଳେ ହିଁ ଏହି ସୈନିକଙ୍କୁ ଗିରଫ କରାଯାଇଛି ବୋଲି ସେ କହିଛନ୍ତି।
ସେପଟେ ଚୀନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ, ତାଙ୍କର ଜଣେ ସୈନ୍ୟ ଭୁଲରେ ଭାରତୀୟ ସୀମାରେ ପ୍ରବେଶ କରିଥିଲେ । ରାତିର ଅନ୍ଧାରରେ ସେ ଭୌଗଳିକ ସୀମାକୁ ଜାଣି ନପାରି ଏପରି କରିଥିଲେ । ଭାରତକୁ ଏକ ଚୁକ୍ତି କଥା ମନେ ପକାଇ ଚୀନର ଏକ ଓ୍ୱେବସାଇଟରେ ଉଲ୍ଲେଖ ଅଛି ଯେ, ପ୍ରାସଙ୍ଗିକ ବୁଝାମଣାକୁ ପାଳନ କରିବା ଜରୁରୀ। ସମୟ ବରବାଦ ନକରି ଚୀନ ସୈନ୍ୟଙ୍କୁ ଭାରତ ଫେରାଇ ଦେଉ। ଏପରି ହେଲେ ସୀମାରେ ଶାନ୍ତି ବଜାୟ ରହିବ ବୋଲି ଚୀନର ଏକ ଓ୍ୱେବସାଇଟରେ ଉଲ୍ଲେଖ ରହିଛି ।
ପୂର୍ବରୁ ମଧ୍ୟ ଗତ ଅକ୍ଟୋବର ୧୯ ତିରଖରେ ଲଦାଖର ଡେମଚୋକ ସେକ୍ଟରରେ ଏଲଏସି ରଖା ପାର କରି ଚୀନର ଜଣେ ସୈନିକ ଭାରତ ଭିତରକୁ ପଶି ଆସିଥିଲେ। ଉକ୍ତି ସୈନିକଙ୍କୁ ଭାରତୀୟ ଯବନାମାନେ ଗିରଫ କରିଥିଲେ। କିନ୍ତୁ ନିର୍ଦ୍ଧାରିତ ପ୍ରଟୋକଲକୁ ପାଳନ କରି ଭାରତୀୟ ଯବନାମାନ ଚୀନକୁ ତାର ସୈନିକ ଫେରାଇଦେଇଥିଲେ।
ସୂଚନା ଯୋଗ୍ୟ ଯେ, ମେ’ ମାସରେ ଲଦାଖ ସୀମାରେ ହୋଇଥିବା ଉତ୍ତେଜନା ପରେ ଉଭୟ ଦେଶ ନିଜ ନିଜର ସୈନ୍ୟସଂଖ୍ୟା ବୃଦ୍ଧି କରିଛନ୍ତି ।
The post ଲଦାଖ ସୀମରେ ପୁଣି ଉତ୍ତେଜନା, ଚୀନ କହିଲା-ଆମ ଯବାନ ଫେରାଅ appeared first on Odisha Reporter.
from Odisha Reporter https://ift.tt/2MESdtp
No comments:
Post a Comment