ଫସିଯିବେ କି କଙ୍ଗନା, ମନୋଜ ଓ ରବି କିଷନ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ଫସିଯିବେ କି କଙ୍ଗନା, ମନୋଜ ଓ ରବି କିଷନ୍?

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ତଥା ପଙ୍ଗା କୁଇନ୍ କଙ୍ଗନା ରଣାୱତଙ୍କ ପୁଣି ବଢ଼ିଲା ଅଡୁଆ। କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରଖିଥିବା କୃଷକଙ୍କ ବିରୋଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଯୋଗୁଁ ତାଙ୍କୁ ଆମ ଆଦମୀ ପାର୍ଟି ମାନହାନୀ ନୋଟିସ ପଠାଇଛି । କେବଳ କଙ୍ଗନା ନୁହନ୍ତି ଅଭିନେତାରୁ ନେତା ସାଜିଥିବା ବିଜେପି ସାଂସଦ ରବି କିଷନ ଏବଂ ମନୋଜ ତିୱାରୀଙ୍କ ସମେତ ଅନେକ ବିଜେପି ନେତାଙ୍କୁ ମଧ୍ୟ ଆପ୍ ଏହି ନୋଟିସ ପଠାଇଛି।


ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ପ୍ରବକ୍ତା ଟୁଇଟ କରି ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି, ବୟସ୍କ ମହିଳାଙ୍କ ବିରୋଧରେ ଆପତ୍ତିଜନକ ଏବଂ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁଁ କଙ୍ଗନା ବିରୋଧରେ ଆମେ ମାନହାନୀ ନୋଟିସ ପଠାଇଛୁ। କଙ୍ଗନାଙ୍କ ସମେତ ବିଜେପି ସାଂସଦ ରେମଶ ବିଘୁଡି, ରବି କିଷନ, ମନୋଜ ତିୱାରୀ ଏବଂ ମନ୍ତ୍ରୀ ରାଓସାହେବ ପାଟିଲ ଦାନୱେଙ୍କୁ ଆମ ଆଦମୀ ପାର୍ଟିର ସହାୟତାରେ କୃଷକମାନ ଏହି ନୋଟିସ ପଠାଇଛନ୍ତି । ଅନ୍ୟ ଏକ ଟୁଇଟରେ ରାଘବ ଏହି ମାନହାନୀ ନୋଟିସର ପୂରା ବିବରଣୀ ମଧ୍ୟ ପ୍ରଦାନ କରିଛନ୍ତି ।


ମାନହାନୀ ନୋଟିସ ମୁତାବକ, ଏମାନେ ସମସ୍ତେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ କୃଷକଙ୍କ ସଚ୍ଚୋଟତା ଏବଂ ପ୍ରତିଷ୍ଠାକୁ ଆଘାତ ଦେବା ଭଳି ବିବାଦୀୟ ମନ୍ତବ୍ୟ ଦେବା ସହ କୃଷକଙ୍କ ବିରୋଧରେ ଏକ ଦୁର୍ଭାଗ୍ୟପୂର୍ଣ୍ଣ ଅଭିଯାନ ଚଳାଇଥିଲେ।

ସୂଚନାଯୋଗ୍ୟ ଯେ, କୃଷକ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବୟସ୍କ ମହିଳାଙ୍କୁ ଅଭିନେତ୍ରୀ କଙ୍ଗନା ରଣାୱତ ଶାହିନବାଗ୍ ଆନ୍ଦୋଳନରେ ସାମିଲ ହୋଇଥିବା ବିଲକିସ ବାନୋ ସହ ତୁଳନା କରିଥିଲେ । ଏହାସୟ ଏଭଳି ବୟସ୍କ ମହିଳା ଶହେ ଟଙ୍କା ଦେଲେ ସବୁ ଆନ୍ଦୋଳନରେ ସାମିଲ ହୋଇଯା’ନ୍ତି ବୋଲି ବିବାଦୀୟ ମନ୍ତବ୍ୟ ଦେଇଥିଲେ। କଙ୍ଗନଙ୍କ ଏହି ଟୁଇଟକୁ ନେଇ ବିବାଦ ଜୋର ଧରିଥିଲା । ଏହାକୁ ନେଇ ଅଭିନେତା ଦିଲଜିତ ଦୋସାଞ୍ଜ, ତପସୀ ପନ୍ନୁ, ସ୍ୱରା ଭାସ୍କର, ମିକା ସିଂହ, ବିଶାଲ ଦଦଲାନି, ସୋନୁ ସୁଦ ଭଳି ସେଲିବ୍ରିଟ କଙ୍ଗନାଙ୍କୁ ସମାଲୋଚନା କରିଥିଲେ।

The post ଫସିଯିବେ କି କଙ୍ଗନା, ମନୋଜ ଓ ରବି କିଷନ୍? appeared first on Odisha Reporter.



from Odisha Reporter https://ift.tt/2LijDFg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages