ଇଂଜିନିୟର ଇନ୍ ଚିଫଙ୍କୁ ନିର୍ଦ୍ଦେଶ; ‘କାହିଁକି କଟକଣା? ୭ ଦିନରେ ଉତ୍ତର ଦିଅ’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ଇଂଜିନିୟର ଇନ୍ ଚିଫଙ୍କୁ ନିର୍ଦ୍ଦେଶ; ‘କାହିଁକି କଟକଣା? ୭ ଦିନରେ ଉତ୍ତର ଦିଅ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନିର୍ମାଣ ସୌଧ ଭିତରେ ଥିବା ଇଞ୍ଜିନିୟର-ଇନ୍-ଚିଫଙ୍କ ଅଫିସ୍‌ରେ କାର୍ଯ୍ୟରତ ମହିଳା ଅଧିକାରୀ ଓ କର୍ମଚାରୀମାନେ ସନ୍ଧ୍ୟା ସାଢ଼େ ୫ଟା ସୁଦ୍ଧା ଅଫିସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଛି। ଏହାପରେ ଗତକାଲି ପୂର୍ତ୍ତ ବିଭାଗର ଯୁଗ୍ମ ସଚିବ ପାରୁଲ ପଟଓ୍ୱାରି ନିର୍ମାଣ ସୌଧକୁ ଯାଇ ତନାଘନା କରିଥିଲେ। ଏଥିସହ ମହିଳା କର୍ମଚାରୀମାନଙ୍କ ସହିତ ଆଲୋଚନା କରିବା ପରେ  ଇଂଜିନିୟର ଇନ୍ ଚିଫ୍‌(EIC) ଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି । ୭ ଦିନ ଭିତରେ ଲିଖିତ ଉତ୍ତର ଦେବାକୁ ପୂର୍ତ୍ତ ବିଭାଗ ତରଫରୁ ଇଂଜିନିୟର ଇନ୍ ଚିଫ୍‌ଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ମହିଳା କର୍ମଚାରୀଙ୍କ ପ୍ରତି କାହିଁକି ସମୟ କଟକଣା କରାଯାଇଛି, ତାର କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସୁପ୍ରିମକୋର୍ଟଙ୍କ ବିଶାଖା ଗାଇଡଲାଇନ୍ ଅନୁସାରେ କାମ କରିବାକୁ କୁହାଯାଇଛି ।

ଅପରପକ୍ଷେ, ଅଫିସରେ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଏଭଳି ନିର୍ଦ୍ଦେଶ ଦିଆଯାଇଥିବା ବିଭାଗୀୟ ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର କହିଛନ୍ତି।  ତେବେ ଏହି ନିର୍ଦ୍ଦେଶାନାମାକୁ ନେଇ ପ୍ରଶ୍ନ ଉଠିବାକୁ ଲାଗିଥିବା ବେଳେ  କେତେକ ମହିଳା ସ୍ୱେଚ୍ଛାସେବୀ ଏଭଳି ନିର୍ଦ୍ଦେଶକୁ ତୀବ୍ର ସମାଲୋଚନା କରିଛନ୍ତି।

ମହିଳା ସ୍ୱେଚ୍ଛାସେବୀଙ୍କ ମତରେ ଏବେ ବି ମହିଳାଙ୍କ ପ୍ରତି ଅନେକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ଆଜି ବି ମହିଳାଙ୍କୁ ଦ୍ୱିତୀୟ ଶ୍ରେଣୀ ନାଗରିକ ଭାବେ ଦେଖା ଯାଉଛି। ଏଭଳି ନିର୍ଦ୍ଦେଶନାମା ତାର ପ୍ରତିଫଳନ ବୋଲି ସେମାନେ ମତ ରଖିଛନ୍ତି। ରାଜ୍ୟର ସରକାରୀ ବ୍ୟବସ୍ଥାରେ ମହିଳାମାନେ ପୁରୁଷଙ୍କ ସହ ସମକକ୍ଷ ହୋଇ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଥିବା ବେଳେ ଏଭଳି ଅଜବ ନିର୍ଦ୍ଦେଶନାମାକୁ ନେଇ ବିଭିନ୍ନ ମହଲରେ ବିସ୍ମୟ ସୃଷ୍ଟି ହୋଇଛି।

ଅପରାହ୍ଣ ସାଢ଼େ ୫ଟା ପରେ ମହିଳାଙ୍କ ପାଇଁ ଇଞ୍ଜିନିୟର-ଇନ୍-ଚିଫଙ୍କ କାର୍ଯ୍ୟାଳୟ କଣ ଅସୁରକ୍ଷିତ କି  ବୋଲି ଏବେ ପ୍ରଶ୍ନ ଉଠୁଛି। ନା ମହିଳାମାନେ ଅଫିସ୍ କାମ ସାରି ବିଳମ୍ବରେ ଘରେ ପହଞ୍ଚିବା ବେଳେ ଅସୁରକ୍ଷିତ ମନେ କରୁଥିବାରୁ ଏଭଳି ନିର୍ଦ୍ଦେଶଦିଆଯାଇଛି । ନା ୟା ପଛରେ ମହିଳା କର୍ମଚାରୀମାନେ ବିଳମ୍ବିତ ଅବଧି ଯାଏଁ ଉପସ୍ଥିତ ରହିଲେ ଅଫିସରେ କୌଣସି ଗୁପ୍ତ କାର୍ଯ୍ୟ ସମ୍ପର୍କରେ ଗୁମର ଖୋଲିଯିବାର ଚିନ୍ତା ରହିଛି, ତାହା ଜଣାପଡ଼ିନି।

The post ଇଂଜିନିୟର ଇନ୍ ଚିଫଙ୍କୁ ନିର୍ଦ୍ଦେଶ; ‘କାହିଁକି କଟକଣା? ୭ ଦିନରେ ଉତ୍ତର ଦିଅ’ appeared first on Odisha Reporter.



from Odisha Reporter https://ift.tt/2L0FfFV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages