ନୂଆଦିଲ୍ଲୀ: ୨୦୧୪ ମସିହାରେ ଦିଲ୍ଲୀର ଏକ ଦୁର୍ଘଟଣା ପ୍ରସଙ୍ଗରେ କ୍ଷତିପୂରଣ ରାଶିକୁ ନେଇ ମଙ୍ଗଳବାର ସୁପ୍ରିମକୋର୍ଟ ଗୃହିଣୀଙ୍କ ପ୍ରସଙ୍ଗରେ ଏକ ବଡ ରାୟ ଶୁଣାଇଛନ୍ତି। ଯେଉଁଥିରେ ଗୃହିଣୀଙ୍କ କାଳ୍ପନିକ ଆୟ ପ୍ରସଙ୍ଗରେ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ଏହି ରାୟ ଲିଙ୍ଗଗତ ଭେଦଭାବକୁ ଦୂର କରିବାରେ ଏକ ପ୍ରକାର ବଡ଼ ରାୟ ବୋଲି କୁହାଯାଉଛି।
କୋର୍ଟ କହିଛନ୍ତି ଗୃହୀଣୀଙ୍କ ଆୟ ସେମାନଙ୍କ କାମ, ସମୟ ଏବଂ ବଳିଦାନ ଆଧାରରେ ହେବା ଦରକାର। ଘରେ ରହୁଥିବା ଗୃହିଣୀ ଚାକିରି କରୁଥିବା ସ୍ୱାମୀ ଅପେକ୍ଷା ଅଧିକ ସମୟ ପରିଶ୍ରମ କରୁଛନ୍ତି ବୋଲି କୋର୍ଟ କହିଛନ୍ତି।
Fixing notional income for homemaker a step towards Constitutional vision of social equality: Supreme Court in Motor Accident case#SupremeCourt #motoraccidents
https://t.co/2tMBuq96JV— Bar & Bench (@barandbench) January 5, 2021
ମହିଳାମାନେ ବିନା ପାରିଶ୍ରମିକରେ ଗୋଟିଏ ଦିନରେ ୨୯୯ ମିନିଟ୍ ଘରୋଇ କାମ କରୁଥିବା ବେଳେ ପୁରୁଷ ମାନେ ମାତ୍ର ୯୭ ମିନିଟ୍ ଘରୋଇ କାମ କରୁଥିବା କୋର୍ଟ କହିଛନ୍ତି। ସେହିପରି ମହିଳାମାନେ ଗୋଟିଏ ଦିନରେ ଘର ଲୋକଙ୍କ ଦେଖାଶୁଣା କରିବାରେ ୧୩୪ ମିନିଟ୍ ସମୟ ଦେଉଥିବା ବେଳେ ପୁରୁଷମାନେ ୭୬ ମିନିଟ୍ ସମୟ ଦେଉଛନ୍ତି। ଅର୍ଥାତ୍ ଗୃହିଣୀ ମାନେ ଚାକିରିଆଙ୍କ ତୁଳନାରେ ଅଧିକ ସମୟ ଘର ପାଇଁ ଦେଉଛନ୍ତି ବୋଲି କୋର୍ଟ କହିଛନ୍ତି। ହେଲେ ମହିଳାଙ୍କ କାମକୁ ସମସ୍ତେ ଅଣଦେଖା କରୁଥିବା ଜଣାପଡ଼ିଛି।
ଜଷ୍ଟିସ ଏନ.ଭି ରମନ୍ନାଙ୍କ ନେତୃତ୍ୱାଧୀନ ତିନି ଜଣିଆ ଖଣ୍ଡପୀଠ ମହିଳାଙ୍କ ରୋଜଗାର ବାବଦରେ ମୂଲ୍ୟ ନିରୂପଣ କରିଛନ୍ତି। ୨୦୧୧ର ଜନଗଣନା ରିପୋର୍ଟକୁ ଉଦ୍ଦୃତ କରି ଜଷ୍ଟିସ ରମନ୍ନା କହିଛନ୍ତି ଦେଶରେ ୧୫୯.୮୫ ମିଲିଅନ୍ ମହିଳା ଘରୋଇ କାମରେ ନିୟୋଜିତ ଥିବା ବେଳେ ୫.୭୯ ମିଲିଅନ୍ ପୁରୁଷ ସମାନ କାମରେ ନିୟୋଜିତ।
The post ‘ଘରୋଇ କାମରେ ନିୟୋଜିତ ମହିଳାର କାମ ଚାକିରି କରୁଥିବା ପୁରୁଷ ଠାରୁ କମ୍ ନୁହେଁ’ appeared first on Odisha Reporter.
from Odisha Reporter https://ift.tt/3ntUQeu
No comments:
Post a Comment