ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ସାର ଦେଶର ବିଭିନ୍ନ ରାଜ୍ୟରେ ଏବେ ଆତଙ୍କ ଖେଳାଇଛି ବାର୍ଡ ଫ୍ଲୁ। ହିମାଚଳଠାରୁ ଆରମ୍ଭ କରି କେରଳ ଏବଂ ଗୁଜରାଟ ଠାରୁ ଆରମ୍ଭ କରି ମହାରାଷ୍ଟ୍ର ପର୍ଯ୍ୟନ୍ତ ଅନେକ ରାଜ୍ୟରେ ପକ୍ଷୀ ମରିପଡିଥିବା ଖବର ସାମ୍ନାକୁ ଆସିଛି । ୭ଟି ରାଜ୍ୟ- ହିମାଚଳ ପ୍ରଦେଶ, ହରିୟାଣା, ମଧ୍ୟପ୍ରଦେଶ, ଗୁଜରାଟ, ରାଜସ୍ତାନ, କେରଳ ଏବଂ ଉତ୍ତରପ୍ରେଦଶରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ ହୋଇସାରିଛି । ତେବେ ରାଜଧାନୀ ଦିଲ୍ଲୀ, ଛତିଶଗଡ ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ପକ୍ଷୀମାନଙ୍କ ନୂମାନା ପରୀକ୍ଷା ପାଇଁ ଲ୍ୟାବକୁ ପଠାଯାଇଛି ।
ରାଜଧାନୀ ଦିଲ୍ଲୀରେ କରୋନା ପରେ ଏବେ ବାର୍ଡ ଫ୍ଲୁକୁ ନେଇ ଭୟ ଖେଳିଯାଇଛି । ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ନେଇ ସ୍ପଷ୍ଟ ହୋଇନଥିଲେ ସୁଦ୍ଧା ରାଜଧାନୀର ଭିନ୍ନ ଭିନ୍ନ ଅଞ୍ଚଳରେ ଲଗାତର ପକ୍ଷୀ ମୃତ୍ୟୁ ଖବର ସାମ୍ନାକୁ ଆସୁଛି, ଯାହା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ନିକଟରେ ଦିଲ୍ଲୀର ଏକ ପାର୍କରେ ୧୭ଟି କାଉ ମରିପଡିଥିବା ଦେଖିବାକୁ ମିଳିଛି । ସହିପରି ଦ୍ୱାରକା ଡିଡିଏ ପାର୍କରେ ୨ଟି କାଉର ମୃତ୍ୟୁ ହୋଇଛି। ଦିଲ୍ଲୀ ସଞ୍ଜୟ ନଦୀରେ ୧୦ଟି ବତକ ମରି ପଡିଛନ୍ତି । ମୟୂର ବିହାର ଫେଜ୍-୩ରେ ଥିବା ଏକ ପାର୍କ ଭିତରେ ତିନିରୁ ଚାରି ଦିନ ହେବ କାଉ ମରି ପଡୁଥିବା ଦେଖିବାକୁ ମିଳିଛି ।
ବାର୍ଡ ଫ୍ଲୁର ବିପଦକୁ ଦେଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଇ ଅଲର୍ଟ ଜାରି କରିଛନ୍ତି । ଗାଜିପୁରରେ ଥିବା କୁକୁଡା ଫାର୍ମକୁ ୧୦ ଦିନ ପାଇଁ ବନ୍ଦ କରାଯାଇଛି । ଦିଲ୍ଲୀର ପ୍ରତି ଜିଲ୍ଲାରେ ନଜର ରଖିବା ପାଇଁ ସର୍ଭେଲାନ୍ସ ଟିମ ଗଠନ ହୋଇଛି । ସେପଟେ ପଶୁ ଡାକ୍ତରମାନେ ଲଗାତାର ସର୍ଭେ ଜାରି ରଖିଛନ୍ତି । ଏଥିସହ ମୃତ ପକ୍ଷୀଙ୍କ ସୂଚନା ଦେବା ପାଇଁ ଏକ ହେଲ୍ପ ଲାଇନ ନମ୍ବର ମଧ୍ୟ ଜାରି କରିଛନ୍ତି ଦିଲ୍ଲୀ ସରକାର।
ସେପଟେ ବାର୍ଡ ଫ୍ଲୁ ଯୋଗୁଁ କାନପୁର ଚିଡିଆଖାନାକୁ ସିଲ୍ କରାଯାଇଛି । ଚିଡିଆଖାନାର ୪ଟି ମୃତ ପକ୍ଷୀଙ୍କ ନମୂନାରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହୋଇଛି । ଚିଡିଆଖାନାର ଆଖ ପାଖ ଅଞ୍ଚଳକୁ ରେଡ୍ ଜୋନ ଘୋଷଣା କରାଯାଇଛି । ଏଥିସହ ଯେଉଁ ବଡ ପକ୍ଷୀଙ୍କ ଦେହରେ ବାର୍ଡ ଫ୍ଲୁ ଭାଇରସ ଚିହ୍ନଟ ହୋଇଛି ସେମାନଙ୍କୁ ମାରିବା ପାଇଁ ପ୍ରଶାସନ ନିର୍ଦ୍ଦେଶ ଦେଇଛି।
ସେହିପରି ହିମାଚଳ ପ୍ରେଦଶରେ ପୋଙ୍ଗ ହ୍ରଦରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଆତଙ୍କ ଖେଳିଯାଇଛି । ଏଠାରେ ୩୫୦୦ ପ୍ରବାସୀ ପକ୍ଷୀଙ୍କୁ ମାରି ଦିଆଯାଇଛି । ଚିକେନ ଏବଂ ଅଣ୍ଡା ବିକ୍ରି ବ୍ୟାନ କରାଯାଇଛି । ଅନ୍ୟପଟେ ବାର୍ଡ ଫ୍ଲୁ କବଳରେ ରାଜସ୍ଥାନର ୧୧ ଜିଲ୍ଲା ରହିଛି। ଏଠାରେ ମଧ୍ୟ ଆଲର୍ଟ ଜାରି କରାଯାଇଛି। ଜମ୍ମୁକାଶ୍ମୀରେ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ପ୍ରଶାସନ ପକ୍ଷରୁ ସତର୍କତ ଅବଲମ୍ବନ କରାଯାଉଛି।
The post ବାର୍ଡ ଫ୍ଲୁ ଭୟ, ରାଜଧାନୀରେ ହାଇ ଆଲର୍ଟ appeared first on Odisha Reporter.
from Odisha Reporter https://ift.tt/2XsQidO
No comments:
Post a Comment