ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା କଟକଣା ଯୋଗୁ ଦୀର୍ଘ ମାସ ଧରି ଭୁଶୁଡ଼ି ପଡ଼ିଥିବା ସିନେମା ଶିଳ୍ପ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରିଛି। ୯ ମାସ ପରେ ଆଜିଠୁ ରାଜ୍ୟର କିଛି ସିନେମା ହଲ୍ ଖୋଲିବ । ପୁଣି ଥରେ ବଡ଼ ସ୍କିନ୍ରେ ଫିଲ୍ମ ଦେଖିପାରିବେ ଦର୍ଶକ । ଜମିବ ସିଲଭର୍ ସ୍କିନ୍ ଓ ଡଲବି ସାଉଣ୍ଡର ମଜା ।
ଭୁବନେଶ୍ୱର, କଟକ ସମେତ କିଛି ସହରର ସିନେମା ହଲ୍ ଦର୍ଶକଙ୍କ ପାଇଁ ଖୋଲିବ। କରୋନା କଟକଣା ସହ ସାମାଜିକ ଦୂରତା, ମାସ୍କ, ସାନିଟାଇଜରକୁ ବାଧ୍ୟତାମୂଳକ କରାଯାଇଛି । ଅନ୍ଲାଇନ୍ ଟିକେଟ୍ ଉପରେ ଗୁରୁତ୍ୱ ଦିଆଯିବା ସହ ଥିଏଟର୍ ଭିତରେ ବସିବା ବ୍ୟବସ୍ଥା ବି ବଦଳାଯାଇଛି ।
୫୦ ପ୍ରତିଶତ ଦର୍ଶକଙ୍କ ସହ ସିନେମା ହଲ୍ ଚାଲିବାକୁ ଅନୁମତି ଦିଆଯାଇଛି। ଫଳରେ ହଲ୍ ଭିତରେ ଗୋଟିଏ ସିଟ୍କୁ ଛାଡ଼ି ଅନ୍ୟ ସିଟ୍ରେ ବସିବେ ଦର୍ଶକ । ଏହାସହ ପ୍ରତି ଶୋ ପରେ ଥିଏଟରକୁ ସାନିଟାଇଜ୍ କରାଯିବ । ପ୍ରଥମ ପର୍ଯ୍ୟାୟରେ ବକ୍ସ ଅଫିସ୍ରେ ନିକଟରେ ରିଲିଜ୍ ହୋଇଥିବା କିଛି ଫିଲ୍ମକୁ ପ୍ରଦର୍ଶନ କରାଯିବ ।
ସୂଚନାଯୋଗ୍ୟ, ନୂଆ ଫିଲ୍ମ ରିଲିଜ ହେଉ ହେଉ ଯେଉଁଠି ଗହଳି ଲାଗୁଥିଲା ସେଠି ଛାଇ ରହିଥିଲା ଅସମ୍ଭବ ନିରବତା। ମାର୍ଚ୍ଚ ମାସରୁ କରୋନା ମହାମାରି ବ୍ୟାପିବା ପରେ ରାଜ୍ୟର ସବୁ ଥିଏଟର୍ ବନ୍ଦ ଥିଲା । ତେବେ କରୋନାରେ ବ୍ୟାପକ ଭାବେ କ୍ଷତି ସହିଥିବା ସିନେମା ଜଗତ ଓ ହଲ୍ ପୁଣି ଥରେ ଅଣ୍ଟା ସଳଖି ଛିଡ଼ା ହେବାକୁ ଚେଷ୍ଟା କରିଛନ୍ତି।
ମାସ ମାସ ଧରି ହଲରେ ତାଲା ଝୁଲିବାରୁ ପ୍ରେକ୍ଷାଳୟ ମାଲିକଙ୍କ ସମେତ କର୍ମଚାରୀ ଓ ହଲ ଉପରେ ନିର୍ଭରଶୀଳ ବ୍ୟବସାୟୀ ମଧ୍ୟ ନିଜ ଜୀବୀକା ହରାଇଥିଲେ। କରୋନା ସଂକ୍ରମଣ ସାଙ୍ଗକୁ ଲକ୍ଡାଉନ ଛଡ଼ାଇ ନେଇଛି ଦାନାପାଣି। ଏବେ ଅଳ୍ପ ସଂଖ୍ୟକ ସିନେମା ହଲ ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଏହାଦ୍ୱାରା ମନୋରଞ୍ଜନ ଶିଳ୍ପ ସହ ଜଡ଼ିତ ଲୋକ କେତେ ମାତ୍ରାରେ ଉପକୃତ ହେବେ ତାହା ଆଗାମୀ ଦିନରେ ଜଣାପଡ଼ିବ।
The post ଆଜିଠୁ ଖୋଲିବ ସିନେମା ହଲ,, ପ୍ରତି ଶୋ ପରେ ସାନିଟାଇଜ୍ ହେବ ଥିଏଟର appeared first on Odisha Reporter.
from Odisha Reporter https://ift.tt/3s3qEKA
No comments:
Post a Comment