୮ ଜାନୁଆରୀ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 7, 2021

୮ ଜାନୁଆରୀ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ

ମେଷ: ପାରିବାରିକ ଜୀବନ ସରସ ସୁନ୍ଦର ହେବ। କୌଣସି ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା କ୍ଷେତ୍ରରେ ସୁଖ୍ୟାତି ଅର୍ଜନ କରିବେ।

ପ୍ରତିକାର– କିଛି ଲାଲ୍ ସିନ୍ଦୁର ମା ଦୁର୍ଗାଙ୍କୁ ଅର୍ପଣ କରନ୍ତୁ।

ବୃଷ: କୌଶଳ ପ୍ରୟୋଗ କରି ବିବାଦର ସରଳ ସମାଧାନ କରିବେ। ଦୀର୍ଘଦିନର ଆଶା ପୂରଣ ହେବ ଏବଂ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ।

ପ୍ରତିକାର– ୭ଟି ନୀଳ ଅପରାଜିତା ଫୁଲ ମହାଦେବଙ୍କୁ ଚଢ଼ାନ୍ତୁ।

ମିଥୁନ: ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତି ହେବ। ମାନସମ୍ମାନ ପ୍ରାପ୍ତ ହେବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ଘଟିବ। ଉଚ୍ଚସ୍ଥାନ ଲାଭର ଯୋଗ ରହିଛି।ନିଜ ମନ ମୁତାବକ କାର୍ଯ୍ୟ କରିବାକୁ ସୁଯୋଗ ପାଇବେ।

ପ୍ରତିକାର– ଶ୍ରୀ ଗଣେଶଙ୍କ ପାଖରେ ୭ଟି ପାନପତ୍ର ଚଢ଼ାନ୍ତୁ।

କର୍କଟ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ। ଜମିଜମା ଜନିତ ମାଲିମକଦ୍ଦମାରେ ଜଡ଼ିତ ହୋଇପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟରେ ବାଧାବିଘ୍ନ ଦେଖାଦେବ। ତେଣୁ ଜଗି ରଖି ଚଳନ୍ତୁ।

ପ୍ରତିକାର– କିଛି ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳା ଗାଈକୁ ଖାଇବାକୁ ଦିଅନ୍ତୁ।

ସିଂହ: ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ। କୌଣସି ନୂତନ କାର୍ଯ୍ୟ ଆରମ୍ଭ କରି ସେଥିରେ ସଫଳତା ପାଇବେ। କାର୍ଯ୍ୟ କ୍ଷେତ୍ରରେ ନୂତନ ଦାୟିତ୍ୱ ଗ୍ରହଣ କରିପାରନ୍ତି।

ପ୍ରତିକାର– ସାତଟି ତ୍ରିଶାଖା ବେଲପତ୍ର ହନୁମାନଙ୍କୁ ଚଢ଼ାନ୍ତୁ।

କନ୍ୟା: କୌଣସି ସାଂଗଠନିକ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ବ୍ୟବସାୟ ଓ ବୃତ୍ତିଗତ କାରବାରରେ ଲାଭବାନ ହେବେ। ଯାନବାହାନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।

ପ୍ରତିକାର– ଶ୍ରୀଗଣେଷଙ୍କ ନିକଟରେ ସାତଟି ଦୁବ ଚଢ଼ାନ୍ତୁ।

ତୁଳା: ବହୁ ପୁରାତନ ବନ୍ଧୁଙ୍କ ସହିତ ସାକ୍ଷାତ ହେବ ଓ ମନ ଆନନ୍ଦ ରହିବ। ନିଜ ଜୀବନ ସାଥୀର ପ୍ରେରଣା ପାଇ ଅନେକାଂଶରେ ଉପକୃତ ହେବେ। ଛାତ୍ରଛାତ୍ରୀମାନେ ପ୍ରଗତି ପଥରେ ଅଗ୍ରସର ହୋଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।

ପ୍ରତିକାର– କୌଣସି ଦରିଦ୍ର ବ୍ୟକ୍ତିଙ୍କୁ କିଛି ଫଳ ଦାନ କରନ୍ତୁ।

ବିଛା: ପୈତୃକ ସମ୍ପତ୍ତିକୁ ନେଇ ଭାତୃ ବିବାଦ ଦେଖା ଦେଇପାରେ। କର୍ମକ୍ଷେତ୍ରରେ ଉତ୍ତେଜନା ଦେଖାଦେବ। ବିରୋଧର ସମ୍ମୁଖୀନ ହେବେ। ପ୍ରତ୍ୟେକଟି କ୍ଷେତ୍ରରେ ଅସମ୍ମାନିତ ତଥା ସମାଲୋଚିତ ହୋଇପାରନ୍ତି

ପ୍ରତିକାର– ହନୁମାନଙ୍କ ପାଖରେ ୨୧ଟି ପେଡ଼ା ଭୋଗ କରି ଛୋଟ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ।

ଧନୁ: ନିଜର ବୁଦ୍ଧି ବିବେକ ପ୍ରୟୋଗ କରି ସମସ୍ତ କାର୍ଯ୍ୟ ସାଧନ କରିବେ। କୌଣସି ନୂତନ ଦ୍ରବ୍ୟ ଗୃହକୁ କ୍ରୟ କରି ଆଣିବେ।
ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ କଟିବ।

ପ୍ରତିକାର– କଉଡିଟିଏ ନିଜ ପାଖରେ ରଖି କାର୍ଯ୍ୟ ଆରମ୍ଭ କରନ୍ତୁ।

ମକର: ଗୁପ୍ତଶତ୍ରୁମାନେ ପରାଜିତ ହେବେ। ଫଳରେ ମାନସିକ ଶାନ୍ତି ପାଇବେ। ଜନ କଲ୍ୟାଣମୂଳକ କାମ କରି ସମାଜରେ ପ୍ରଶଂସିତ ହେବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ ଅଧିକ ପାଇବେ।

ପ୍ରତିକାର– ମୟୂର ଚନ୍ଦ୍ରିକାଟିଏ ନିଜ ପାଖରେ ରଖନ୍ତୁ।

କୁମ୍ଭ: ନିଜ ମନ ମୁତାବକ କାର୍ଯ୍ୟ କରି ଆନନ୍ଦ ଲାଭ କରିବେ। କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ବିଶ୍ୱାସ ଭାଜନ ହେବେ। କିନ୍ତୁ ମହିଳାମାନେ ଜଗି ରଖି ଚଳିବା ଉଚିତ୍। ନଚେତ୍ ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି।

ପ୍ରତିକାର– ମା’ ଦକ୍ଷିଣକାଳୀଙ୍କୁ ଦର୍ଶନ କରନ୍ତୁ ଓ ରାଶି ତେଲର ଦୀପଟିଏ ପ୍ରଦାନ କରନ୍ତୁ।

ମୀନ: ପ୍ରତ୍ୟେକଟି କାର୍ଯ୍ୟରେ ସ୍ଥିରତା ଅବଲମ୍ବନ କରନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। ଘରୋଇ କଳହକୁ ନେଇ ମନରେ ଅଶାନ୍ତି ଅସନ୍ତୋଷ ଦେଖା ଦେବ। ନିଜ ଲୋକମାନେ ପରୋକ୍ଷରେ ମନରେ ଆଘାତ ଦେବେ।

ପ୍ରତିକାର– କିଛି ଗୁଡ଼ ଓ ରୁଟି ଗାଈକୁ ଖାଇବାକୁ ଦିଅନ୍ତୁ।

The post ୮ ଜାନୁଆରୀ, ଶୁକ୍ରବାର: ଦାମ୍ପତ୍ୟ ଜୀବନରେ ଅଶାନ୍ତି ଦେଖା ଦେବ appeared first on Odisha Reporter.



from Odisha Reporter https://ift.tt/2L3W6YI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages