ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଘନକୁହୁଡ଼ିକୁ ନେଇ ୱାର୍ଣ୍ଣିଂ ଜାରି କରିଛି ଏସଆରସି। ଆଜି ରାତିରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ୯ଟି ଜିଲ୍ଲାକୁ ୱାର୍ଣ୍ଣିଂ ଦିଆଯାଇଛି। ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ ଓ ବୌଦ୍ଧ ଜିଲ୍ଲାରେ ଘନ କୁହୁଡ଼ି ସମ୍ଭାବନା ରହିଛି।
ସେହିପରି ଆସନ୍ତାକାଲି ଅର୍ଥାତ୍ ୨୫ ତାରିଖ ରାତିରୁ ୨୬ ତାରିଖ ସକାଳ ପର୍ଯ୍ୟନ୍ତ ୯ ଜିଲ୍ଲାକୁ ଘନ କୁହୁଡ଼ି ନେଇ ୱାର୍ଣ୍ଣିଂ ଜାରି କରିଛି ଏସଆରସି। ଏହି ଜିଲ୍ଲା ଗୁଡ଼ିକ ମଧ୍ୟରେ ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଅନୁଗୋଳ, ଢେଙ୍କାନାଳ ଓ କଟକ ଅଛନ୍ତି। ଏହି ସମୟରେ ପୁଲିସ ଓ ପରିବହନ ଅଧିକାରୀମାନେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଏସ୍ଆର୍ସି।
ଗତ କିଛି ଦିନ ହେବ ରାଜ୍ୟରେ ପ୍ରବଳ ଘନ କୁହୁଡ଼ି ଯୋଗୁ ଯାତାୟତ ବାଧାପ୍ରାପ୍ତ ହୋଇଛି। ବିଶେଷକରି ରାଜଧାନୀ ଭୁବନେଶ୍ୱର ଓ କଟକରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କୁହୁଡ଼ି ଅଧିକ ହେଉଥିବାର ଦୁର୍ଘଟଣାର ଅଧିକ ସମ୍ଭାବନା ରହିଛି। ଏହି ସମୟରେ ଚାଳକମାନେ ସତର୍କତାମୂଳକ ଭାବେ ଗାଡ଼ି ଚଳାଇବା ଦରକାର। ନହେଲେ ଯେ କୌଣସି ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନୀ ହେବାର ସମ୍ଭାବନା ରହିଛି।
The post ଦୁଇ ଦିନ ପାଇଁ ଘନ କୁହୁଡ଼ି ୱାର୍ଣ୍ଣିଂ appeared first on Odisha Reporter.
from Odisha Reporter https://ift.tt/2KIVF5P
No comments:
Post a Comment