ଫୁଲବାଣୀ( ତ୍ରିନାଥ ସାହୁ):ଆମ୍ବ ବଗିଚାର ବିଲ୍ କରାଇଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଶେଷରେ ଲାଞ୍ଚ ଟଙ୍କା ସହ ଧରିଦେଲା ଭିଜିଲାନ୍ସ। ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଉଦ୍ୟାନ ବିଭାଗ ଓଭରସିଅର ବଟକୃଷ୍ଣ କଟା।ସିଆଙ୍ଗବାଲି ଗାଁର ପୁରେ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କଠାରୁ ଏହି ଲାଞ୍ଚ ନେଉଥିବାବେଳେ ସେ ବ୍ରହ୍ମପୁର ଭିଜିଲାନ୍ସ ହାତରେ ଧରା ପଡି ଗିରଫ ହୋଇଛନ୍ତି।
ମନରେଗା ଯୋଜନାରେ ଆମ୍ବ ଚାରା ଲଗାଯାଇଥିବା କାମର ବିଲ୍ ପାସ କରାଇଦେବାକୁ ପୁରେଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ବଟକୃଷ୍ଣ । ଟଙ୍କା ନଦେଲେ ବିଲ୍ ପାସ କରିବେ ନାହିଁ ବୋଲି କହିଥିଲେ । ଏ ନେଇ ପୁରେ ପ୍ରଧାନ ବ୍ରହ୍ମପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଯୋଜନା ମୁତାବକ ସେ ବଟକୃଷ୍ଣ କଟାଙ୍କୁ ୧୦ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ତାଙ୍କୁ ଲାଞ୍ଚ ଟଙ୍କା ସହ ଗିରଫ କରିଛି।
The post ଆମ୍ବ ବଗିଚା ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିଲେ, ଧରିଲା ଭିଜିଲାନ୍ସ appeared first on Odisha Reporter.
from Odisha Reporter https://ift.tt/36gL4Xt
No comments:
Post a Comment