ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ମୁମ୍ବାଇ: ଏକ ସରକାରୀ ହସ୍‌ପିଟାଲ୍‌ରେ ନିଆଁ ଲାଗିଯିବାରୁ ୧୦ ଜଣ ନବଜାତ ଶିଶୁଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଘଟିଛି ଏହି ଅଘଟଣ।

ସୂଚନା ଅନୁଯାୟୀ, ଡାକ୍ତରଖାନାର ଯେଉଁ ୱାର୍ଡରେ ୧୭ ଜଣ ନବଜାତ ଶିଶୁଙ୍କୁ ରଖାଯାଇଥିଲା ସେଠାରେ ଗତକାଲି ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା। ପ୍ରଥମେ ଜଣେ ନର୍ସ ସେହି ୱାର୍ଡରୁ ଧୂଆଁ ବାହାରୁଥିବା ଦେଖିଥିଲେ। ଏହା ନର୍ସ ଚିତ୍କାର କରିଥିଲେ। ଉକ୍ତ ନର୍ସଙ୍କ ସହିତ ଆଉ କିଛି ହସ୍‌ପିଟାଲ୍ କର୍ମଚାରୀ ଛୁଆମାନଙ୍କୁ ଉଦ୍ଧାର କରିବାକୁ ଦୌଡ଼ି ୱାର୍ଡ ଭିତରକୁ ଯାଇଥିଲେ। କିନ୍ତୁ ସେତେବେଳକୁ ୧୦ ଜଣ ଶିଶୁଙ୍କ ମୃତ୍ୟୁ ଘଟି ସାରିଥିଲା। ପ୍ରବଳ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ସେମାନଙ୍କର ମୃତ୍ୟୁ ଘଟିଥିଲା। ବାକି ୭ ଜଣ ଶିଶୁଙ୍କୁ ଉଦ୍ଧାର କରାଯାଇଥିଲା। ପ୍ରାଥମିକ ରିପୋର୍ଟରୁ ସର୍ଟସର୍କିଟ୍ ଯୋଗୁ ଏହି ଅଗ୍ନିକାଣ୍ଡ ଘଟିଥିବା ଜଣାପଡ଼ିଛି।

 

The post ସରକାରୀ ଡାକ୍ତରଖାନାରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ appeared first on Odisha Reporter.



from Odisha Reporter https://ift.tt/35nTBYa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages