ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ନୟାଗଡ଼ ନାବାଳିକା ହତ୍ୟା ମାମଲାରେ ଏସ୍ଆଇଟି ଦ୍ୱାରା ଗିରଫ ନାବାଳକ ଅଭିଯୁକ୍ତକୁ ଆଜି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କଲା SIT। ଅଭିଯୁକ୍ତର ନାର୍କୋ ଟେଷ୍ଟ ନିମନ୍ତେ SIT ଆବେଦନ କରିଥିବା ବେଳେ ଆଜି ତାହାର ଶୁଣାଣି ହେବ ବୋଲି ଜଣାଯାଇଛି ।
ସୂଚନାଯୋଗ୍ୟ, ଏସ୍ଆଇଟି ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତକୁ ପୋକ୍ସୋ କୋର୍ଟ ନାବାଳକ ଦର୍ଶାଇବା ପରେ ତାଙ୍କୁ ଅନୁଗୁଳସ୍ଥିତ ବାଳସୁଧାର ଗୃହକୁ ପଠାଇ ଦିଆଯାଇଥିଲା। ଅଭିଯୁକ୍ତ ନାବାଳକ ହୋଇଥିବାରୁ ପ୍ରଥମେ କୋର୍ଟ SITର ନାର୍କୋ ଆନାଲିସିସ୍ ଟେଷ୍ଟ ଅପିଲ ଖାରଜ କରିଥିଲେ । ଏହାପରେ ଆଜି ଜୁଭେନାଇଲ ଜଷ୍ଟିସ୍ ବୋର୍ଡରେ ଏହି ଆବେଦନର ଶୁଣାଣି ହେବ ।
ସୂଚନାଯୋଗ୍ୟ, ପରୀ ହତ୍ୟା ମାମଲାରେ ଅଭିଯୁକ୍ତକୁ ସାବାଳକ ଦର୍ଶାଇ SIT କୋର୍ଟ ଚାଲାଣ କରିଥିଲା। ହେଲେ ନୟାଗଡ଼ ପୋକ୍ସୋ କୋର୍ଟ ତାଙ୍କୁ ନାବାଳକ ଦର୍ଶାଇଥିଲେ । ତେଣୁ ଅଭିଯୁକ୍ତର ବିଚାର ଜୁଭେନାଇଲ ଜଷ୍ଟିସ କୋର୍ଟ ନା ଚିଲଡ୍ରେନ୍ କୋର୍ଟରେ ହେବ ତାହା କମିଟି ନିର୍ଦ୍ଧାରଣ କରିବ। ଅଭିଯୁକ୍ତକୁ କୋର୍ଟ ନାବାଳକ କହିବା ପରେ SIT ଅରୁଣ ବୋଥ୍ରାଙ୍କୁ ଜବରଦସ୍ତ ଝଟକା ଲାଗିଛି।
SIT ପକ୍ଷରୁ ଅଭିଯୁକ୍ତଙ୍କୁ ସାବାଳକ ଦର୍ଶାଯିବାରୁ ଏହା ବିରୋଧରେ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅଭିଯୁକ୍ତଙ୍କ ଓକିଲ। ଏପରିକି ଅଭିଯୁକ୍ତଙ୍କ ଜନ୍ମ ପ୍ରମାଣପତ୍ର ଓ ମ୍ୟାଟ୍ରିକ ସାର୍ଟିଫିକେଟ ଦାଖଲ କରିଥିଲେ। ପ୍ରମାଣ ପାଇଲା ପରେ ଅଭିଯୁକ୍ତକୁ ନାବାଳକ ଦର୍ଶାଇଲେ କୋର୍ଟ।
ସୂଚନାଯୋଗ୍ୟ, ଗତ ଡିସେମ୍ବର ୨୧ ତାରିଖରେ SIT ମୁଖ୍ୟ ଅରୁଣ ବୋଥ୍ରା କହିଥିଲେ ଯେ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ଅଛି। ତେଣୁ ସବୁ ପ୍ରମାଣ ପାଇବା ପରେ ହିଁ ଅଭିଯୁକ୍ତଙ୍କୁ ଗିରଫ କରିଛୁ। ଘଟଣାରେ ଗିରଫ ବ୍ୟକ୍ତି ହିଁ ହେଉଛନ୍ତି ନୟାଗଡ଼ ନାବାଳିକ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସେ ଜଣେ ସାବାଳକ ବୋଲି ବୋଥ୍ରା ଦର୍ଶାଇଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦିଲ୍ଲୀ ନିର୍ଭୟା ମାମଲାକୁ ନେଇ ଆଇନରେ ହୋଇଥିବା ସଂଶୋଧନ ଅନୁଯାୟୀ ଜଘନ୍ୟ ଅପରାଧରେ ସଂଶ୍ଳିଷ୍ଟ ବାଳ ଅପରାଧୀଙ୍କ ବୟସ ୧୬ରୁ ୧୮ ବର୍ଷ ମଧ୍ୟରେ ହୋଇଥିଲେ, ଚିଲ଼ଡ୍ରେନ୍ କୋର୍ଟରେ ସେମାନଙ୍କର ସାବାଳକ ଭାବେ ବିଚାର ହେବ। ନୟାଗଡ଼ ପରୀ ମାମଲା ମଧ୍ୟ ଏକ ଜଘନ୍ୟ ଅପରାଧ ହୋଇଥିବାରୁ ଅଭିଯୁକ୍ତକୁ ସାବାଳକ ଦର୍ଶାଇବା ଲାଗି ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଏସ୍ଆଇଟି ପକ୍ଷରୁ ସୂଚନା ଦିଆଯାଇଛି।
The post ନୟାଗଡ଼ ନାବାଳିକା ହତ୍ୟା ମାମଲା; ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଅଭିଯୁକ୍ତ ହାଜର appeared first on Odisha Reporter.
from Odisha Reporter https://ift.tt/3q3Eb2O
No comments:
Post a Comment