ଓ୍ୱାଶିଂଟନ: ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ସ୍ଥାୟୀ ଭାବରେ ବ୍ୟାନ୍ କଲା ଟ୍ୱିଟର। ଟ୍ରମ୍ପ ଟ୍ୱିଟ୍ କରି ଭୁଲ୍ ସୂଚନା ଦେବା ସହ ହିଂସାକୁ ପ୍ରବର୍ତ୍ତାଉଥିବା ଅଭିଯୋଗରେ ଟ୍ୱିଟର ଏଭଳି କାର୍ଯ୍ୟାନଷ୍ଠାନ ଗ୍ରହଣ କରିଛି। ଟ୍ୱିଟର ପୂର୍ବରୁ ଫେସବୁକ ଏବଂ ଇନଷ୍ଟାଗ୍ରାମ ଟ୍ରମ୍ପଙ୍କ ଆକାଉଣ୍ଟକୁ ଅସ୍ଥାୟୀ ଭାବରେ ବ୍ୟାନ କରିଛନ୍ତି।
After close review of recent Tweets from the @realDonaldTrump account and the context around them we have permanently suspended the account due to the risk of further incitement of violence.https://t.co/CBpE1I6j8Y
— Twitter Safety (@TwitterSafety) January 8, 2021
ସୂଚନାଯୋଗ୍ୟ, ଗୁରୁବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଭୁଲ୍ ରହିଥିବା କହିଥିଲେ। ଏହାପରେ ତାଙ୍କ ସମର୍ଥକମାନେ ଆମେରିକାର ସଂସଦ ପରିସରରେ ଆନ୍ଦୋଳନ କରିଥିଲେ। ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଭଲ ପାଆନ୍ତି ବୋଲି ମଧ୍ୟ କହିଥିଲେ। ତେବେ ଟ୍ରମ୍ପଙ୍କ ସମର୍ଥକ ସଂସଦ ଭବନ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଏହାପରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ଅଟକାଇବା ପାଇଁ ଗୁଳି ଚଳାଇଥିଲା। ଏଥିରେ ୪ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ କର୍ମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।
The post ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସ୍ଥାୟୀ ଭାବରେ ବ୍ୟାନ୍ appeared first on Odisha Reporter.
from Odisha Reporter https://ift.tt/3s9DiaU
No comments:
Post a Comment