ଥାନାରେ ପାଇବେ ପାର୍କର ମଜା, ସେଲଫି ପାଇଁ ଭିଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଥାନାରେ ପାଇବେ ପାର୍କର ମଜା, ସେଲଫି ପାଇଁ ଭିଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଫୁଟିଛି ଭଳି କି ଭଳି ରଙ୍ଗବେରଙ୍ଗର ଫୁଲ। ପଡିଛି ଘାସ ଗାଲିଚା। ଫୁଲ ବଗିଚା ସାଙ୍ଗକୁ ଫାଉଣ୍ଟେନ ମଧ୍ୟ ରହିଛି। କେବଳ ସେତିକି ନୁହେଁ ବସିବା ପାଇଁ ଚେୟାର ମଧ୍ୟ ପଡିଛି । ଥାନାରେ ଭିତରେ ସୃଷ୍ଟି ହୋଇଛି ଏଭଳି ପାର୍କର ଭ୍ରମ। ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା ଥାନର ବଦଳି ଯାଇଛି ରୂପ। ଯିଏ ଦେଖୁଛି ସିଏ ଘଡିଏ ଅଟକି ଯାଉଛି। ସମସ୍ତେ ଏହାକୁ ଥାନା ନୁହେଁ ପାର୍କ ବୋଲି ଭାବୁଛନ୍ତି।

ସ୍ଥାନୀୟ ବାସିନ୍ଦାଙ୍କା ମନ ମୋହୁଛି ଚନ୍ଦକା ଥାନା। ଏଠାକାର ଆକର୍ଷଣୀୟ ପରିବେଶରେ ଲୋକେ ସେଲଫି ନେବା ପାଇଁ ଭିଡ ମଧ୍ୟ ଜମାଉଛନ୍ତି। ସାଧାରଣତଃ ଥାନାକୁ ଯିବାକୁ ଲୋକେ ଭୟ କରନ୍ତି।  କିନ୍ତୁ ଏହି ଚନ୍ଦକା ଥାନାର ଆକର୍ଷଣୀୟ ପରିବେଶ ସମସ୍ତଙ୍କୁ ନିଜ ଆଡକୁ ଆକର୍ଷିତ କରୁଛି।

ବ୍ରିଟିଶ ଅମଳରେ ଏହି ଥାନା ପ୍ରତିଷ୍ଠା ହୋଇଥିଲା। ଏଠାରେ ପ୍ରଥମେ ଆଳିଆ ଆବର୍ଜନା ସାଙ୍ଗକୁ ଅପରିସ୍କାର ହୋଇପଡିଲା। ପରେ ସମସ୍ତଙ୍କ ସହଯୋଗରେ ଏହାକୁ ନୂଆ ରୂପ ଦେବା ପାଇଁ ଚିନ୍ତା କରାଯାଇଥିଲା। ଥନା ପ୍ରତି ଲୋକଙ୍କ ମନରେ ପଜିଟିଭ ଚିନ୍ତା ସୃଷ୍ଟି କରିବା ଏବଂ ନେଗେଟିଭ ଧାରଣାକୁ ଦୂର କରିବା ପାଇଁ ଥାନା ଭିତରେ ଗଛ ଲଗାଇ ସୁନ୍ଦର କରିବାକୁ ଚେଷ୍ଟା କରାଯାଇଥିବା ସ୍ଥାନୀୟ ଥାନା ଅଧିକାରୀ କହିଛନ୍ତି।

ଏହି ଥାନାକୁ ଦେଖି ଏବେ ଲୋକଙ୍କ ମନରେ ଥିବା ଥାନା ପ୍ରତି ଭୟ ଏବଂ ନେଗେଟିଭ ଚିନ୍ତା ଧାରା ପରିବର୍ତ୍ତନ ହୋଇଯାଇଛି। ପ୍ରତିଦିନ ମଧ୍ୟାହ୍ଣ ହେଲେ ସ୍ଥାନୀୟ ଲୋକେ ଥାନାକୁ ପାର୍କ ଭଳି ବୁଲିବାକୁ ଆସୁଛନ୍ତି ଏବଂ ଫଟୋ ଉଠାଉଛନ୍ତି ବୋଲି ସେଠାକାର ଜଣେ ପୁଲିସ ଅଧିକାରୀ କହିଛନ୍ତି ।

The post ଥାନାରେ ପାଇବେ ପାର୍କର ମଜା, ସେଲଫି ପାଇଁ ଭିଡ଼ appeared first on Odisha Reporter.



from Odisha Reporter https://ift.tt/3sFpHZh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages