କୋଲକାତା: ପଶ୍ଚିମବଙ୍ଗର ଜଲପାଇଗୁଡ଼ିର ଧୁପଗିରି ସହରରେ କୁହୁଡ଼ି ଯୋଗୁ ଘଟିଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣାରେ ୧୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୮ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣାସ୍ଥଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ଡମ୍ପର ମୟନାତଲି ରାସ୍ତାରେ ଯାଉଥିଲା। ଏହି ସମୟରେ କମ୍ ଦୃଶ୍ୟମାନ ଯୋଗୁ ଡମ୍ପର କିଛି ଗାଡ଼ିକୁ ଜୋରଦାର ଧକ୍କା ଦେଇଥିଲା।
West Bengal: 13 people died in an accident in Dhupguri city of Jalpaiguri district last night, due to reduced visibility caused due to fog. The injured were taken to a hospital. pic.twitter.com/HHUvqCist6
— ANI (@ANI) January 20, 2021
ଘଟଣା ପରେ ଡମ୍ପର ଓଲଟି ପଡ଼ିଥିଲା ଏବଂ ଏଥିରେ ୧୩ଜଣଙ୍କର ଜୀବନ ଚାଲିଯାଇଛି। ଦୁର୍ଘଟଣାର ଶିକାର ହୋଇଥିବା କିଛି ଲୋକ ବିବାହ କାର୍ଯ୍ୟକ୍ରମରେ ଯୋଗଦେବା ପରେ ଘରକୁ ଫେରୁଥିବା ପୁଲିସ୍ ସୂଚନା ଦେଇଛି।
ଘଟଣାସ୍ଥଳରେ ପହଞ୍ଚି ପୁଲିସ୍ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଛି। ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ମୃତକଙ୍କ ଶବ ବ୍ୟବଛେଦ ପାଇଁ ପଠାଇ ଦିଆଯାଇଛି। ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିବାର ସମ୍ଭାବନା ରହିଛି।
The post ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୩ ଜୀବନ appeared first on Odisha Reporter.
from Odisha Reporter https://ift.tt/3nVKjZz
No comments:
Post a Comment