ରହିପାରିଲେନି ରୋହିତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ରହିପାରିଲେନି ରୋହିତ

ବ୍ରିସ୍‌ବେନ୍‌: ଅଷ୍ଟ୍ରେଲିଆ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟର ପ୍ରଥମ ଇନିଂସ୍‌ ବ୍ୟାଟିଂ କରୁଥିବା ଭାରତୀୟ ଦଳକୁ ଲାଗିଛି ଡବଲ ଝଟକା। ଶୁବମନ ଗିଲ୍‌ଙ୍କ ପରେ ଆଉଟ୍ ହୋଇଯାଇଛନ୍ତି ଓପନର ରୋହିତ ଶର୍ମା। ଭଲ ଖେଳୁଥିଲେ ବି ସେ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ରହିପାରିଲେ ନାହିଁ।

ଅଷ୍ଟ୍ରେଲିଆକୁ ୩୬୯ ରନ୍‌ରେ ଅଲ୍‌ ଆଉଟ୍ କରିବା ପରେ ପ୍ରଥମ ଇନିଂସ୍ ଆରମ୍ଭ କରିଥିବା ଟିମ୍‌ ଇଣ୍ଡିଆ ୨୦ ଓଭରରେ ୨ଟି ୱିକେଟ୍‌ ହରାଇ ଦେଇଛି।

୬.୨ ଓଭରରେ ମାତ୍ର ୭ ରନ୍ କରି ପ୍ରଥମେ ଆଉଟ୍ ହୋଇଥିଲେ ଶୁବମନ ଗିଲ୍‌। ପ୍ୟାଟ୍‌ କମିନ୍ସଙ୍କ ବଲ୍‌ରେ ସେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହାପରେ ୧୯.୫ ଓଭରରେ ରୋହିତ ଶର୍ମା ଆଉଟ୍ ହୋଇଥିଲେ। ନାଥନ ଲିୟନଙ୍କ ବଲ୍‌ରେ ମିଚେଲ୍ ଷ୍ଟାର୍କଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ରୋହିତ ୭୪ଟି ବଲ୍‌ରେ ୬ଟି ଚୌକା ସହାୟତାରେ ୪୪ ରନ୍ କରିଥିଲେ।

ଖବର ଲେଖାଯିବା ସୁଦ୍ଧା ଦଳ ୨୬ ଓଭରରେ ୬୨ ରନ୍ କରିଥିଲା। ଚେତେଶ୍ୱର ପୂଜାରା ୮ ରନ୍ କରି କ୍ରିଜ୍‌ରେ ଥିବା ବେଳେ ଅଧିନାୟକ ଆଜିଙ୍କ୍ୟ ରାହାଣେ ୨ ରନ୍ କରିଥିଲେ।

ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆ ଡାଭିଡ୍ ୱାର୍ଣ୍ଣର (୧ ରନ୍‌), ମାର୍କସ ହ୍ୟାରିସ୍‌ (୫ ରନ୍‌), ମାର୍ନସ ଲାବୁଶେନ୍‌ (୧୦୮ ରନ୍‌), ଷ୍ଟିଭ୍ ସ୍ମିଥ୍ (୩୬ ରନ୍‌) ଓ ମାଥ୍ୟୁ ୱାଡେ (୪୫ ରନ୍‌)ଙ୍କୁ ହରାଇଥିଲା। ୨୮ ରନ୍ କରି ଅପରାଜିତ ଥିବା କାମେରନ ଗ୍ରୀନ ଆଜି ୪୭ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିଲେ। ତେବେ ଅଧିନାୟକ ଟିମ୍ ପେନ୍ ୫୦ ରନ୍ କରି ଆଉଟ୍ ହୋଇଥିଲେ। ଶାର୍ଦ୍ଦୁଳ ଠାକୁରଙ୍କ ବଲ୍‌ରେ ରୋହିତ ଶର୍ମାଙ୍କ ହାତରେ ସେ କ୍ୟାଚ୍ ଆଉଟ୍ ହୋଇଥିଲେ। ପିଟ୍ କମିନ୍ସ ୨ ରନ୍ କରିଥିବା ବେଳେ ଶାର୍ଦ୍ଦୁଳ ତାଙ୍କୁ ଏଲ୍‌ବିଡବ୍ଲ୍ୟୁ କରିଥିଲେ। ନାଥନ ଲିୟନ ୨୪ ରନ୍ କରି ୱାଶିଂଟନ୍ ସୁନ୍ଦରଙ୍କ ଦ୍ୱାରା ବୋଲ୍ଡ ହୋଇଥିବା ବେଳେ ଜୋଶ ହାଜେଲଉଡ୍‌ ୧୧ ରନ୍ କରିଥିଲେ। ତାଙ୍କ ଟି ନଟରାଜନ ବୋଲ୍ଡ କରିଥିଲେ। ମିଚେଲ ଷ୍ଟାର୍କ ୨୦ ରନ୍ କରି ଅପରାଜିତ ରହିଥିଲେ।

ଭାରତ ପକ୍ଷରୁ ନଟରାଜନ, ଶାର୍ଦ୍ଦୁଳ ଠାକୁର ଓ ୱାଶିଂଟନ ସୁନ୍ଦର ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମହମ୍ମଦ ସିରାଜ ଗୋଟିଏ ୱିକେଟ୍ ନେଇଛନ୍ତି।

The post ରହିପାରିଲେନି ରୋହିତ appeared first on Odisha Reporter.



from Odisha Reporter https://ift.tt/3swpAPK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages