ଜଳେଶ୍ୱର(ଅଜିତ ଦାସ): କଥାରେ ଅଛି ରଖେ ହରି ତ ମାରେ କିଏ । ଏହା ପ୍ରମାଣିତ ହୋଇଛି ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ସିମୁଳିଆ ବଜାର ନିକଟରେ। ଦୀର୍ଘ ସମୟ ଧରି ଟ୍ରାକ୍ଟର ତଳେ ଚାପି ହୋଇଥିବା ସତ୍ତ୍ୱେ ମରଣ ମୁହଁରୁ ଫେରି ଆସିଛନ୍ତି ଏହାର ଚାଳକ ସାହେବ ପାତ୍ର ।
ଆଜି ସକାଳେ ସ୍ଥାନୀୟ ଆଠବ।ଟିଆ ଗ୍ରାମର ବୟ ପାତ୍ରଙ୍କ ପୁଅ ସାହେବ ପାତ୍ର ଏକ ଟ୍ରାକ୍ଟରରେ ବାଲି ନେଇ ସିମୁଳିଆ ବଜାର ନିକଟ ରାସ୍ତାରେ ଯାଉଥିଲେ। ଉକ୍ତ ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଦଶ ଫୁଟ ରାସ୍ତା ତଳେ ଥିବା ଖାଳ ଭିତରକୁ ଖସି ପଡ଼ିଥିଲା । ଦୁର୍ଭାଗ୍ୟବଶତଃ ଡ୍ରାଇଭର ସାହେବ ଇଞ୍ଜିନ ତଳେ ରହି ଯାଇଥିଲେ ।
ତେବେ ଖବର ପାଇ ଦମକଳ ବାହିନୀ କର୍ମଚାରୀ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ତାକୁ ଉଦ୍ଧାର କରିଛନ୍ତି । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ବାଲିଆପାଳ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
The post ୧୦ ଫୁଟ ତଳକୁ ଖସିଲା ଟ୍ରାକ୍ଟର, ତଳେ ଚାପି ହୋଇଗଲେ ଡ୍ରାଇଭର appeared first on Odisha Reporter.
from Odisha Reporter https://ift.tt/2N4z3gJ
No comments:
Post a Comment