ସରିଲା ପ୍ରତୀକ୍ଷା: ୨୮୦୪ ଦିନ ପରେ ୱିକେଟ୍ ନେଲେ ଶ୍ରୀସନ୍ଥ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ସରିଲା ପ୍ରତୀକ୍ଷା: ୨୮୦୪ ଦିନ ପରେ ୱିକେଟ୍ ନେଲେ ଶ୍ରୀସନ୍ଥ

ନୂଆଦିଲ୍ଲୀ: ୨୦୧୩ ଆଇପିଏଲରେ ସ୍ପଟ୍ ଫିକ୍ସିଂ ମାମଲାରେ ବାସନ୍ଦାଦେଶ କାଟିଥିବା ଏସ୍ ଶ୍ରୀସନ୍ଥ ଚଳିତମାସ ୧୦ ତାରିଖରୁ ଆରମ୍ଭ ହୋଇଥିବା ସୟଦ ମୁସ୍ତାକ ଅଲି ଟ୍ରଫି ଜରିଆରେ କ୍ରିକେଟକୁ କମବ୍ୟାକ୍ କରିଛନ୍ତି। ତେବେ ନିଜର ପ୍ରତ୍ୟାବର୍ତ୍ତନ ମ୍ୟାଚରେ କମାଲ୍ କରିଛନ୍ତି ଦୁଇଥରର ବିଶ୍ୱକପ୍ ବିଜେତା ଖେଳାଳି ଶ୍ରୀସନ୍ଥ।

ସୟଦ ମୁସ୍ତାକ ଅଲି ଟ୍ରଫିରେ କେରଳ ପକ୍ଷରୁ ଖେଳୁଥିବା ଏହି ଡାହାଣହାତୀ ବୋଲର ପୁଡୁଚେରୀ ବିପକ୍ଷ ପ୍ରଥମ ମ୍ୟାଚରେ ଫାବିଦ୍ ଅହମ୍ମଦଙ୍କୁ କ୍ଲିନ୍ ବୋଲ୍ଡ କରି ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏଥିସହ ଶ୍ରୀସନ୍ଥ ୭ ବର୍ଷ ପରେ ଅର୍ଥାତ୍ ୨୮୦୪ ଦିନ ପରେ ପ୍ରତିଦ୍ୱନ୍ଦିତାମୂଳକ କ୍ରିକେଟରେ ୱିକେଟ୍ ଅକ୍ତିଆର କରିଛନ୍ତି।

ଦୀର୍ଘ ୭ ବର୍ଷ ପରେ ୱିକେଟ୍ ନେବାର ଖୁସି ମୁହୂର୍ତ୍ତକୁ ଶ୍ରୀସନ୍ଥକୁ ନିଜର ଅଫିସିଆଲ୍ ଟୁଇଟର୍ ଆକାଉଣ୍ଟରେ ଶେଆର୍ କରିଛନ୍ତି। ଏହି ଭିଡିଓକୁ ଶେଆର୍ କରି ଶ୍ରୀସନ୍ଥ ଲେଖିଛନ୍ତି, ସମସ୍ତଙ୍କ ସମର୍ଥନ ଓ ଭଲପାଇବା ପାଇଁ ଧନ୍ୟବାଦ। ଶ୍ରୀସନ୍ଥଙ୍କ ଏହି ଭିଡିଓକୁ ୩ ଲକ୍ଷରୁ ଅଧିକ ଲୋକେ ଦେଖିଥିବା ବେଳେ ୩୨ହଜାରରୁ ଅଧିକ ଲାଇକ୍ସ ମଧ୍ୟ ମିଳିଛି।

ଗତମାସରେ ସୟଦ ମୁସ୍ତାକ ଅଲି ଟ୍ରଫି ପାଇଁ ଶ୍ରୀସନ୍ଥଙ୍କୁ କେରଳ ଟି-୨୦ ସ୍କ୍ୱାଡରେ ସାମିଲ୍ କରାଯାଇଥିଲା। ସେ ନିଜ ଚୟନକୁ ସଠିକ୍ ମଧ୍ୟ ପ୍ରମାଣିତ କରିଛନ୍ତି। ଶ୍ରୀସନ୍ଥଙ୍କ ଟିମ୍ କେରଳ ତା’ର ପ୍ରଥମ ମୁକାବିଲାରେ ପୁଡୁଚେରୀକୁ ୬ ୱିକେଟରେ ହରାଇଛି। ଏହି ମ୍ୟାଚରେ ପୁଡୁଚେରୀ ୨୦ ଓଭରରେ ୬ ୱିକେଟ୍ ହରାଇ ୧୩୮ ରନ୍ କରିଥିଲା। ଜବାବରେ କେରଳ ୧୮.୧ ଓଭରରେ ୪ ୱିକେଟ୍ ହରାଇ ୧୩୯ ରନ୍ କରି ବିଜୟୀ ହୋଇଛି। ଏହି ମ୍ୟାଚରେ ଶ୍ରୀସନ୍ଥ ଗୋଟିଏ ୱିକେଟ୍‌ ନେଇଛନ୍ତି।

The post ସରିଲା ପ୍ରତୀକ୍ଷା: ୨୮୦୪ ଦିନ ପରେ ୱିକେଟ୍ ନେଲେ ଶ୍ରୀସନ୍ଥ appeared first on Odisha Reporter.



from Odisha Reporter https://ift.tt/3bAkCLy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages