ନୂଆଦିଲ୍ଲୀ: ବ୍ରିସ୍ବେନ୍ରେ ଖେଳା ଯାଇଥିଲା ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ଶେଷ ତଥା ଚତୁର୍ଥ ଟେଷ୍ଟ। ଏହି ମ୍ୟାଚ୍ ଭାରତ ଜିତିଥିଲା ଓ ତା’ସହିତ ସିରିଜ୍ ହାତେଇ ଥିଲା। ଏହି ମ୍ୟାଚ୍ରେ ଭାରତ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ ୱାଶିଂଟନ ସୁନ୍ଦର। ଆଉ ଏହି ମ୍ୟାଚ୍ ତାଙ୍କର ସବୁ ଦିନ ପାଇଁ ମନେ ରହିବ। କାରଣ ଏହି ମ୍ୟାଚ୍ ଭାରତ ଜିତିଲା ଓ ସେ ନିଜେ ମଧ୍ୟ ଏଥିରେ ପ୍ରଶଂସନୀୟ ପ୍ରଦର୍ଶନ କରିଥିଲେ।
ଡେବ୍ୟୁ ଟେଷ୍ଟରେ ୱାଶିଂଟନ ଦୁଇଟି ଇନିଂସରେ ମିଶି ୪ଟି ୱିକେଟ୍ ନେଇଥିଲେ। ପ୍ରଥମ ଇନିଂସରେ ୩ଟି ଓ ଦ୍ୱିତୀୟ ଇନିଂସରେ ଗୋଟିଏ ୱିକେଟ୍ ନେଇଥିଲେ। ତେବେ ଭାରତର ପ୍ରଥମ ଇନିଂସ୍ରେ ଶାର୍ଦ୍ଦୁଳ ଠାକୁରଙ୍କ ସହିତ ମିଶି ଯେମିତି ଢଙ୍ଗରେ ସେ ବ୍ୟାଟିଂ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା। ସେ ୧୪୪ଟି ବଲ୍ରୁ ୭ଟି ଚୌକା ଓ ଗୋଟିଏ ଚୌକା ସହାୟତାରେ ୬୨ ରନ୍ କରିଥିଲେ। ସେହିପରି ଦ୍ୱିତୀୟ ଇନିଂସରେ ୨୨ ରନ୍ କରିଥିଲେ।
ସୁନ୍ଦରଙ୍କ ଏହି ‘ସୁନ୍ଦର’ ପ୍ରଦର୍ଶନରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ଭଳି ତାଙ୍କ ବାପା ଏମ. ସୁନ୍ଦର ମଧ୍ୟ ବହୁତ ଖୁସି ଅଛନ୍ତି। ଏନ୍ଡିଟିଭିକୁ ଦେଇଥିବା ଏକ ସାକ୍ଷାତକାରରେ ସେ କହିଛନ୍ତି, ୱାଶିଂଟନ, ଅଶ୍ୱିନ, ଟି. ନଟରାଜନ ଓ ପୂରା ଟିମ୍ ଇଣ୍ଡିଆ ପାଇଁ ବହୁତ ଖୁସି ଅଛି। ୱାଶିଂଟନ ଜଣେ ଓପନିଂ ବ୍ୟାଟ୍ସମ୍ୟାନ୍। ଆଉ ବ୍ରିସ୍ବେନ୍ରେ ମିଳିଥିବା ସୁଯୋଗର ସେ ଭଲ ଉପଯୋଗ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ୱାଶିଂଟନଙ୍କ ଏହି ପ୍ରଦର୍ଶନ ଖୁବ୍ ସ୍ପେଶାଲ୍। ସେ ଜଣେ ଲିଜେଣ୍ଡ ହୋଇପାରିବେ। ତାଙ୍କ ପାଖରେ ଦକ୍ଷତା ଓ ପ୍ରତିବଦ୍ଧତା ଅଛି। ସେ ଖୁବ୍ ଶୃଙ୍ଖଳିତ ଓ କଠିନ ପରିଶ୍ରମ ବି କରନ୍ତି। ଆଶା କରୁଛି, ଭଗବାନ ତାଙ୍କୁ ଭାରତ ପାଇଁ ଲମ୍ବା ସମୟ ଧରି ଖେଳିବାକୁ ସୁଯୋଗ ଦେବେ।
ୱାଶିଂଟନଙ୍କ ମା’ କହିଛନ୍ତି ଯେ ସେ ବର୍ଷା ହେଲେ ବି ସେ କ୍ରିକେଟ୍ ଖେଳିବାକୁ ଜିଦ୍ କରନ୍ତି। ଆଉ ନଛାଡ଼ିଲେ ଘରେ ହଙ୍ଗାମା କରନ୍ତି। ସେ ତା ବାପା ଓ ସାଙ୍ଗ ମାନଙ୍କ ସହିତ ମଧ୍ୟ କ୍ରିକେଟ୍ ଖେଳେ।
ସୂଚନାଯୋଗ୍ୟ, ରବିଚନ୍ଦ୍ରନ ଅଶ୍ୱିନ ଓ ରବୀନ୍ଦ୍ର ଜାଡ଼େଜା ଆଘାତ ପାଇବା ପରେ ଶେଷ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶରେ ୱାଶିଂଟନ ସ୍ଥାନ ପାଇଥିଲେ। ସେ ଦଳର ଏକମାତ୍ର ସ୍ପିନର ଭାବେ ଗାବାରେ ଖେଳିଥିଲେ।
The post ବର୍ଷାରେ କ୍ରିକେଟ୍ ଖେଳିବାକୁ ମନା କଲେ କ’ଣ କରନ୍ତି ୱାଶିଂଟନ, ମା’ ଖୋଲିଦେଲେ ଗୁମର appeared first on Odisha Reporter.
from Odisha Reporter https://ift.tt/3iz0zih
No comments:
Post a Comment