ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 21, 2021

ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ

ବିନିକା(ଦିଲୀପ କୁମାର ସାହୁ): ବିନିକା ସହରର ଆରାଧ୍ୟ ଦେବୀ ମା’ ବିନିକେଇ। କାହିଁ କେଉଁ କୂଳରୁ ବିନିକାପଡ଼ାରେ ଏକ ଅଶ୍ୱସ୍ତ ଗଛ ମୂଳେ  ପୂଜା ପାଉଥିଲେ ମା’ । କିନ୍ତୁ ଥରେ ନଦୀରେ ପାଣି ଆସିବାରୁ ମା’ ଭାସି ଭାସି ଆଠମଲ୍ଲିକ କୂଳରେ ଲାଗିଥିଲେ। ସେବେଠୁ ସେଠାରେ ମା’ଙ୍କ ପୂଜାର୍ଚ୍ଚନା କରାଯାଉଛି।  ନିଜ ଆରାଧ୍ୟ ଦେବୀଙ୍କ ଦର୍ଶନ ପାଇଁ ବିନିକାବାସୀ ସୁଦୂର ଆଠମଲ୍ଲିକ ଯାଉଥିବା ବେଳେ ନିଜ ଅଞ୍ଚଳରେ ମା’ଙ୍କ ଏକ ମନ୍ଦିର ନିର୍ମାଣ ନିମନ୍ତେ ଦାବି କରି ଆସୁଥିଲେ। ଦୀର୍ଘ ବର୍ଷ ପରେ ବିନିକାବାସୀଙ୍କ ଏହି ଦାବି ବାସ୍ତବରେ ପରିଣତ ହେବାକୁ ଯାଉଛି।

ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହର ନିକଟରେ ଥିବା ପାହାଡ ଉପରେ ପୂଜା ପାଇବେ ମା’ ବିନକେଇ। ତିଆରି ହେବ ଭବ୍ୟ ମନ୍ଦିର। ଏଥିନିମନ୍ତେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଆରମ୍ଭ ହୋଇଯାଇଛି। ମନ୍ଦିର ଶେଷ ହେବା ପରେ ଆଠମଲ୍ଲିକରେ ପୂଜା ପାଉଥିବା ମା’ ବିନିକେଇଙ୍କ ମନ୍ଦିରରୁ ଆଜ୍ଞାମାଳ ଆସିବା ପରେ ଏଠାରେ ପୂଜାର୍ଚ୍ଚନା ଆରମ୍ଭ ହେବ ବୋଲି ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

ପ୍ରାକୃତିକ ସୈାନ୍ଦର୍ଯ୍ୟଭରା ପରିବେଶ ଏବଂ ବଣ ଜଙ୍ଗଲ ଘେରା ପାହାଡ ଉପରେ ୪ ଦଶନ୍ଧି ଧରି ମା’ଙ୍କ ମନ୍ଦିର ତିଆରି କରିବା ପାଇଁ ସହରବାସୀ ବହୁ ଚେଷ୍ଟା କରୁଥିଲେ। ହେଲେ ମନ୍ଦିର ତିଆରି ହୋଇପାରୁ ନଥିଲା। କିନ୍ତୁ ୪ ଦଶନ୍ଧି ପରେ ଆଜି ମନ୍ଦିରର ରାସ୍ତାକାମ ଆରମ୍ଭ ହୋଇଛି। ଏଥିନିମନ୍ତେ ସହରବାସୀ ତଥା ବିନିକା ଅଞ୍ଚଳବାସୀଙ୍କ ଭିତରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ସେହିପରି ମା’ ଏଇ ମନ୍ଦିରକୁ ଏକ ପର୍ଯ୍ୟଟନ ସ୍ଥଳୀ କିପରି ଭାବେ କରାଯିବ ସେନେଇ ଚେଷ୍ଟା କରାଯିବ ବୋଲି ବିନିକା ବ୍ଲକ ଅଧ୍ୟକ୍ଷ କହିଛନ୍ତି।

The post ଭବ୍ୟ ମନ୍ଦିରରେ ପୂଜା ପାଇବେ ମା’ ବିନିକେଇ appeared first on Odisha Reporter.



from Odisha Reporter https://ift.tt/3sHMHHf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages