ଚୁଲବୁଲି ନାୟିକା ଭୂମିକାଙ୍କର କେଉଁ ଜିନିଷ ପ୍ରତି ରହିଛି ୱିକ୍‌ନେସ୍? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 21, 2021

ଚୁଲବୁଲି ନାୟିକା ଭୂମିକାଙ୍କର କେଉଁ ଜିନିଷ ପ୍ରତି ରହିଛି ୱିକ୍‌ନେସ୍?

ଭୁବନେଶ୍ବର (ଓଡ଼ିଶା ରିପୋର୍ଟର): ଓଲିଉଡ ଅଭିନେତ୍ରୀ ଭୂମିକା ଦାସ । ବେଶ୍ ଚୁଲ୍‌ବୁଲି। ଦେଖିବାକୁ ଯେତେ ସୁନ୍ଦର ଅଭିନୟ ମଧ୍ୟ ସେତିକି ଆକର୍ଷଣୀୟ । ସେଥିପାଇଁ ତ ସେ କମ୍‌ ଦିନରେ ଓଲିଉଡ଼କୁ ଦେଇଛନ୍ତି ଅନେକ ହିଟ୍‌ ଫିଲ୍ମ । ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିବା ଏହି ନାୟିକା ‘ତୁ ମୋ ଲଭ୍‌ ଷ୍ଟୋରୀ’ ମାଧ୍ୟମରେ ଲିଡ୍‌ ରୋଲ୍‌ରେ ନଜର ଆସିଥିଲେ। ଆଜି ତାଙ୍କ ଜନ୍ମଦିନ। ୨୦୦୩ ମସିହା ଆଜିର ଦିନରେ ସେ ଜନ୍ମଗ୍ରହଣ କରିଥିଲେ।

ଅଭିନେତ୍ରୀ ହେବା ପରେ ବି ଜଣେ ସାଧାରଣ ଝିଅ ଭାବେ ଭୂମିକାଙ୍କର କିଛିଟା ଦୁର୍ବଳତା ରହିଛି। ଥରେ ଏକ ସାକ୍ଷାତକାରରେ ସେ ତାଙ୍କର ୩ଟି ଦୁର୍ବଳତା ବିଷୟରେ ଜଣାଇଥିଲେ। ସେଗୁଡ଼ିକୁ ଛାଡ଼ି ରହିବା ତାଙ୍କ ପାଇଁ ମୁସ୍‌କିଲ୍‌ ବୋଲି ସେ କହିଥିଲେ। ତା’ହେଲେ ଆସନ୍ତୁ ଜାଣିବା, ତାଙ୍କର ସେହି ଦୁର୍ବଳତା ଗୁଡ଼ିକ କ’ଣ।

  • ଆପଣମାନେ ତ ଜାଣିଥିବେ ଯେ ଭୂମିକା ଜଣେ ଓଡ଼ିଶୀ ନୃତ୍ୟଶିଳ୍ପୀ। ପିଲାଦିନୁ ସେ ଓଡ଼ିଶୀ ନାଚି ଆସୁଛନ୍ତି। ବିଭିନ୍ନ ପ୍ରୋଗାମରେ ସେ ନୃତ୍ୟ ପ୍ରଦର୍ଶନ କରି ଖୁବ୍‌ ପ୍ରଶଂସା ସାଉଁଟିଛନ୍ତି। ଆଗକୁ ମଧ୍ୟ ସେ ଏହି ନୃତ୍ୟ ଜାରି ରଖିବେ ବୋଲି କହିଥିଲେ। ସେ କହିଥିଲେ ଯେ ଓଡ଼ିଶୀ ବିନା ସେ ଅଧୁରା।
  • ସେହିଭଳି ଲିପ୍‌ଷ୍ଟିକ୍ ପ୍ରତି ତାଙ୍କର ଦୁର୍ବଳତା ରହିଛି। ସେ କହିଥିଲେ ଯେ ମୁହଁରେ କିଛି ମେକଅପ୍‌ ନ ଥିଲେ ମଧ୍ୟ ଟିକେ ଲିପ୍‌ଷ୍ଟିକ ଲଗାଇଦେଲେ ତାହା ସୁନ୍ଦର ଦିଶେ।
  • ବହି ପ୍ରତି ବି ତାଙ୍କର ଦୁର୍ବଳତା ରହିଛି। ସେ ପାଖରେ ସବୁବେଳେ ବହି ରଖିବାକୁ ପସନ୍ଦ କରନ୍ତି। କିଛି କାମ ନଥିଲେ ବୋର୍‌ ହେବାଠୁ ବହି ଧରି ପଢିବା ଭଲ ବୋଲି ସେ କହିଥିଲେ।

ଭୂମିକା ୨୦୧୩ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ରୁମକୁ ଝୁମାନା’ରେ ଜଣେ ଶିଶୁ କଳାକାର ଭାବେ ଅଭିନୟ ଆରମ୍ଭ କରିଥିଲେ। ଏହା ପରେ ସେ ‘ଗପ ହେଲେ ବି ସତ’ ଚଳଚ୍ଚିତ୍ରରେ ମଧ୍ୟ ଶିଶୁ କଳାକାର ଭାବେ ଅଭିନୟ କରିଥିଲେ । ଏହା ପରେ ତାଙ୍କ ଯାତ୍ରା ସେଠି ଶେଷ ହୋଇନଥିଲା, ସେ ଗୋଟିଏ ପରେ ଗୋଟିଏ ସୁପର ହିଟ ଚଳଚ୍ଚିତ୍ର ଦେଇ ଚାଲିଛନ୍ତି। ୨୦୧୭ ମସିହାରେ ଭୂମିକା ନବମ ଶ୍ରେଣୀରେ ପଢ଼ୁଥିବା ବେଳେ ତରଙ୍ଗ ସିନେ ପ୍ରଡକ୍ସନ୍‌ର ସପ୍ତମ ଚଳଚ୍ଚିତ୍ର ‘ତୁ ମୋ ଲଭ ଷ୍ଟୋରୀ’ ଚଳଚ୍ଚିତ୍ରରେ ସେ ପ୍ରଥମ ଥର ପାଇଁ ନାୟିକା ଭାବେ ଅଭିନୟ କରିଥିଲେ । ଏହି ଚଳଚ୍ଚିତ୍ରରେ ଭୂମିକାଙ୍କ ସ‌ହ ନାୟକ ଭାବରେ ସ୍ୱରାଜ ବାରିକ ଅଭିନୟ କରିଥିଲେ। ଏହାପରେ ଆସିଥିଲା ‘ତୁ ମୋ ଲଭ ଷ୍ଟୋରୀ-୨’। ଏହି ଫିଲ୍ମରେ ମଧ୍ୟ ସେ ସ୍ୱରାଜଙ୍କ ସହ ନଜର ଆସିଥିଲେ।

ଏହାପରେ ତରଙ୍ଗ ସିନେ ପ୍ରଡକ୍ସନର ‘ହିରୋ ନଂ-୧’ ଫିଲ୍ମରେ ତାଙ୍କୁ ବାବୁସାନ୍‌ଙ୍କ ସହ ଲିଡ୍‌ରେ ଦେଖିବାକୁ ମିଳିଥିଲା। ଏଥିରେ ସେ ଜଣେ ସାମ୍ବାଦିକା ଭୂମିକାରେ ନଜର ଆସିଥିଲେ।

ସେହିପରି ତାଙ୍କର ଆଉ ଏକ ଫିଲ୍ମ ହେଲା ‘ନାୟକର ନା ଦେବଦାସ’ । ଏଥିରେ ଅସିତ ଥିଲେ ଦେବଦାସ ଭୂମିକାରେ ଓ ଓଲିଉଡର ଲୋକପ୍ରିୟ ନାୟିକା ଅନୁ ଚୌଧୁରୀ ଅଭିନୟ କରିଥିଲେ ଚନ୍ଦ୍ରମୁଖୀ ଚରିତ୍ରରେ। ଏଥିରେ ଭୂମିକା ବନିଥିଲେ ପାରୋ।

ଆଗକୁ ଭୂମିକା ‘ଆଉ ଗୋଟେ ଲଭ୍‌ ଷ୍ଟୋରି’ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମରେ ତାଙ୍କ ସହ ହିରୋ ଜ୍ୟୋତି ରଞ୍ଜନ ନାୟକଙ୍କୁ ଦେଖିବାକୁ ମିଳିବ। ଜ୍ୟୋତିଙ୍କ ସହ ଭୂମିକାଙ୍କର ହେଉଛି ଏହା ପ୍ରଥମ ଫିଲ୍ମ। ତେବେ କରୋନ ଯୋଗୁଁ ଏହି ଫିଲ୍ମର ଶୁଟିଂ ବନ୍ଦ ଥିଲା। ସ୍ଥିତି ସୁଧୁରିବା ପରେ ଏବେ ପୁଣି ଥରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଛି।

The post ଚୁଲବୁଲି ନାୟିକା ଭୂମିକାଙ୍କର କେଉଁ ଜିନିଷ ପ୍ରତି ରହିଛି ୱିକ୍‌ନେସ୍? appeared first on Odisha Reporter.



from Odisha Reporter https://ift.tt/3sLZJDk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages