ନୂଆଦିଲ୍ଲୀ: ପ୍ରତିଦିନ ସମସ୍ତେ ଭିନ୍ନ ଭିନ୍ନ ଡ୍ରେସ ପିନ୍ଧିବାକୁ ପସନ୍ଦ କରନ୍ତି । ବିଶେଷ କରି ମହିଳାମାନେ ପ୍ରତିଦିନ ଭଳି କି ଭଳି ଡ୍ରେସ ପିନ୍ଧିବାକୁ ଭଲପା’ନ୍ତି । କିନ୍ତୁ ଆପଣ କ’ଣ ଶହେ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧି ରହିପାରିବେ କି? ଏ ପ୍ରଶ୍ନର ଅଧିକାଂଶ ଉତ୍ତରରେ ନା’ ଶୁଣିବାକୁ ମିଳିବ। କିନ୍ତୁ ନିକଟରେ ଏଭଳି ଜଣେ ମହିଳାଙ୍କୁ ଦେଖିବାକୁ ମିଳିଛି ଯିଏକି ଶହେ ଦିନ ପର୍ଯ୍ୟନ୍ତ ଗୋଟିଏ ଡ୍ରେସ ପିନ୍ଧି ବିତାଇଛନ୍ତି । କଥାଟା ବିଶ୍ବାସ ହେଉନଥିଲେ ମଧ୍ୟ ସତ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବୋଷ୍ଟନରେ। ସେଠାକାର ସାରା ରବିନ୍ସ ନାମ୍ନି ମହିଳା ଶହେ ଦିନ ତଥା ୩ମାସରୁ ଅଧିକ ଦିନ ଯାଏଁ ଗୋଟିଏ ଡ୍ରେସ ପିନ୍ଧି ରେକର୍ଡ କରିଛନ୍ତି। ଉକ୍ତ ମହିଳାଙ୍କ ଏଭଳି କାରନାମାକୁ ନେଇ ଚର୍ଚ୍ଚା ଜୋର ଧରିଛି। ବୋଷ୍ଟନରେ ଲଗାତର ଶହେ ଦିନ ଯାଏଁ ଗୋଟିଏ ହିଁ ଡ୍ରେସ୍କୁ ପିନ୍ଧିଥିବା ସାରା ରବିନ୍ସ କୋଲ ପ୍ରତିଥର ଗୋଟିଏ ଡ୍ରେସ୍କୁ ଭିନ୍ନ ଭିନ୍ନ ଷ୍ଟାଇଲରେ ପିନ୍ଧିଥିଲେ। କେତେବେଳ କୋଟ୍ ସହ ଆଉ କେତେବେଳେ ଜିନ୍ସ ଫ୍ୟାଣ୍ଟ ସହ।
ଦ ମିରର୍ର ରିପୋର୍ଟ ମୁତାବକ, ସାରା ଗତ ୧୬ ସେପ୍ଟେମ୍ବର୨୦୨୦ରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜରେ ଭାଗ ନେଇଥିଲେ। ସେହି ଗୋଟିଏ ଡ୍ରେସକୁ ଶହେ ଦିନ ଯାଏଁ ପିନ୍ଧି ସାରା ନିଜର ସମସ୍ତ କାମ କରିଥିଲେ, ଏପରିକି ଅନେକ ଗୁଡିଏ କାର୍ଯ୍ୟକ୍ରମରେ ମଧ୍ୟ ସାମିଲ ହୋଇଥିଲେ। ସାରାଙ୍କ କହିଛନ୍ତି,, ଏମିତି କରିବା ମୋତେ ଆଗକୁ ବଢିବାରେ ପ୍ରେରିତ କରିଛି । ୨୦୨୧ ଜାନୁଆରୀ ୧ରୁ ୨୦୨୨ ଜାନୁଆରୀ ୧ ତାରିଖ ମଧ୍ୟରେ ଡ୍ରେସ୍ କିମ୍ବା ଜିନିଷ କିଣିବିନି । ମୋ ବୟସ ହିସାବରେ ମୋ ପାଖରେ ଅଲଗା ଅଲଗା କାର୍ଯ୍ୟାକ୍ରମକୁ ଯିବା ପାଇଁ ଡ୍ରେସ୍ ଆଲମିରାରେ ରହିଛି । ମୁଁ ମୋ ଆଲମିରାକୁ ସଫା କରିବାକୁ ଘୋଷଣା କରୁଛି । ମୁଁ ଅପେକ୍ଷା କରିବି ଆଉ ଦେଖିବି ଯେ ଆଗାମୀ ବର୍ଷ ମୁଁ କଣ ପିନ୍ଧୁଛି ।’
ଗତ ବର୍ଷ ସେପ୍ଟେମ୍ବର ୧୬ ତାରିଖରେ ଶହେ ଦିନର ଡ୍ରେସ ଚ୍ୟାଲେଞ୍ଜକୁ କପଡା କମ୍ପାନୀ ବ୍ରାଣ୍ଡ ବୁଲ ଆଣ୍ଡ ଆରମ୍ଭ କରିଥିଲା। ଡ୍ରେସ୍ ଅଧିକ ଧୋଇଲେ ପୃଥିବୀକୁ ହେବାକୁ ଥିବା କ୍ଷତିରୁ ରକ୍ଷା କରିବା, ଏହି ଚ୍ୟାଲେଞ୍ଜର ଉଦ୍ଧେଶ୍ୟ ଥିଲା।। ଏହି ଡ୍ରେସ୍ ଚ୍ୟାଲେଞ୍ଜରେ ଯେଉଁମାନେ ଭାଗ ନେଇଥିଲେ ସେମାନଙ୍କୁ ବିଜୟୀ ହେବା ପରେ ଡ୍ରେସ୍ କିଣିବାକୁ ୧୦୦ ଆମେରିକୀୟ ଡଲାରର ଭାଉଚର ମିଳିଛି ।
The post ୧୦୦ ଦିନ ପର୍ଯ୍ୟନ୍ତ ପିନ୍ଧିଲେ ଗୋଟିଏ ଡ୍ରେସ୍ appeared first on Odisha Reporter.
from Odisha Reporter https://ift.tt/2JYYlff
No comments:
Post a Comment