ଜାନୁଆରୀ ୧୦, ରବିବାର, କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ଜାନୁଆରୀ ୧୦, ରବିବାର, କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି

ମେଷ: ଅନେକ ପ୍ରକାର ସମସ୍ୟା ଦେଖାଦେବା ସହିତ ଆର୍ଥିକ କ୍ଷୟକ୍ଷତି ହୋଇପାରେ।ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିବାର ଆଶଙ୍କା ରହିଛି। କାର୍ଯ୍ୟରେ ଅସଫଳ ଓ ବୃଥା ଭ୍ରମଣ ଜନିତ କଷ୍ଟ ଅନୁଭବ କରିପାରନ୍ତି।

ପ୍ରତିକାର- ମହାମୃତ୍ୟୁଞ୍ଜୟ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବୃଷ: ପ୍ରତ୍ୟେକଟି ଦିଗରୁ ଶୁଭଫଳ ଲାଭ କରିବେ ଓ ମାନସମ୍ମାନର ଅଧିକାରୀ ହେବେ। କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ସାହିତ୍ୟ, କଳା ତଥା ସାଂସ୍କୃତିକ କାର୍ଯ୍ୟରେ ଯୋଗଦାନ କରିପାରନ୍ତି।

ପ୍ରତିକାର- ସାତଟି ଚକୋଲେଟ୍ ସାତଜଣ ଛୋଟ ପିଲାଙ୍କୁ ବାଣ୍ଟନ୍ତୁ

ମିଥୁନ: ସନ୍ତାନ ସନ୍ତତିମାନଙ୍କ କାର୍ଯ୍ୟକଳାପ ପ୍ରଶଂସନୀୟ ହେବ। ଶତ୍ରୁମାନେ ପରାଜିତ ହେବେ ଯାହାଫଳରେ ମନ ଖୁସି ରହିବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ଉନ୍ନତି ଦେଖାଦେବ।

ପ୍ରତିକାର- ୭ଟି ତୁଳସୀ ମଞ୍ଜରୀ ଶ୍ରୀବିଷ୍ଣୁଙ୍କୁ ଅର୍ପଣ କରନ୍ତୁ

କର୍କଟ: ନିଜର ଲୋକମାନେ ବିଶ୍ୱାସଘାତକତା କରିବେ ଯାହା ମନୋବଳକୁ ଦୁର୍ବଳ କରିଦେବ। ପ୍ରତ୍ୟେକଟି ଦିଗରେ ଅପମାନିତ ହେବେ।ଛାତ୍ରଛାତ୍ରୀମାନେ ପାଠପଢାରେ ମନ ଦେବେନି।

ପ୍ରତିକାର- ୧୧ଟି ଛେନାମିଠା କୌଣସି ଦରିଦ୍ର ବ୍ୟକ୍ତିକୁ ଦାନ କରନ୍ତୁ

ସିଂହ: ଆଶା କରୁଥିବା ଦିଗରୁ ଲାଭବାନ୍ ହେବେ। ପ୍ରତ୍ୟେକଟି କାର୍ଯ୍ୟରେ ସଫଳ ହେବେ। ଛାତ୍ରଛାତ୍ରୀମାନେ ବିଦ୍ୟା ସହିତ କ୍ରୀଡ଼ା କ୍ଷେତ୍ରରେ ସଫଳତା ପାଇବେ।

ପ୍ରତିକାର- ସାତଟି ଲାଲ୍ ମନ୍ଦାର ଫୁଲ ମା’ ଦୁର୍ଗାଙ୍କୁ ଅର୍ପଣ କରନ୍ତୁ

କନ୍ୟା: ନିଜର ପ୍ରତିଭା ବଳରେ ଜନସମାଜରେ ପ୍ରଶଂସିତ ହେବେ। ଗୁପ୍ତଶତ୍ରୁମାନେ ଚକ୍ରାନ୍ତ କରି ବାଧାବିଘ୍ନ ସୃଷ୍ଟି କରିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ୍ ପାଇବେ।

ପ୍ରତିକାର- ମା’ କାଳୀଙ୍କୁ ଦର୍ଶନ କରନ୍ତୁ ଓ ରାଶି ତେଲର ଦୀପଟିଏ ଜାଳନ୍ତୁ

ତୁଳା: ପରିବାରରେ ଭୁଲ୍ ବୁଝାମଣା ଓ ଭାତ୍ରୁବିବାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଉଚ୍ଚ ପଦପଦବୀ ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପ୍ରତ୍ୟେକଟି ପ୍ରତିଯୋଗିତାରେ ସଫଳତା ପାଇବେ।

ପ୍ରତିକାର-  ଧଳାରଙ୍ଗର ପୋଷାକ ପରିଧାନ କରି ଗାୟତ୍ରୀ ମନ୍ତ୍ରକୁ ୨୭ଥର ଜପ କରନ୍ତୁ

ବିଛା: କୌଣସି ଜରୁରୀ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତିର ସୁଯୋଗ ରହିଛି। ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ ହେବ।

ପ୍ରତିକାର- କୌଣସି ଅସହାୟ ବ୍ୟକ୍ତିଙ୍କୁ କିଛି ଖାଦ୍ୟ ପ୍ରଦାନ କରନ୍ତୁ

ଧନୁ: ପାରିବାରିକ ଜୀବନ ସୁଖପ୍ରଦ ହେବ ଓ ମନ ପ୍ରଫୁଲ ରହିବ। କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି। ଛାତ୍ରଛାତ୍ରୀମାନେ ବିଦ୍ୟା ଅଧ୍ୟୟନରେ ମନନିବେଶ କରିବେ।

ପ୍ରତିକାର- କିଛି ହଳଦୀ ପାଣି କଦଳୀ ଗଛ ମୂଳରେ ଢାଳନ୍ତୁ

ମକର: ଯୁକ୍ତିତର୍କଠାରୁ ଦୂରେଇ ରୁହନ୍ତୁ ନହେଲେ ବିନା ଦୋଷରେ ଦୋଷୀ ସାବ୍ୟସ୍ତ ହୋଇପାରନ୍ତି। ଶରୀରର କୌଣସି ଅଙ୍ଗରେ ଆଘାତ ଲାଗିପାରେ। ସନ୍ତାନମାନଙ୍କର ବିଶୃଙ୍ଖଳିତ କାର୍ଯ୍ୟରେ ଦୁଃଖ ପାଇବେ।

ପ୍ରତିକାର- ଅଶ୍ୱତ୍ଥ ଗଛ ଚାରିପଟେ ୭ଥର ବୁଲନ୍ତୁ

କୁମ୍ଭ: ଗୃହକୁ କୌଣସି ସୌଖିନ୍ ପଦାର୍ଥ କିଣି ଆଣିବେ। କର୍ମକ୍ଷେତ୍ରରେ ଅର୍ଥ ଓ ମାନସମ୍ମାନ ପ୍ରାପ୍ତ ହେବ। ବ୍ୟବସାୟ ବାଣିଜ୍ୟରେ ପୂର୍ବ ଅପେକ୍ଷା ଅଧିକ ଲାଭବାନ୍ ହେବେ।

ପ୍ରତିକାର- ଗାଈକୁ ରୁଟି ଖାଇବାକୁ ଦିଅନ୍ତୁ

ମୀନ: ପାରିବାରିକ ଅଶାନ୍ତି, ଆର୍ଥିକ ଚିନ୍ତା ମନକୁ ବ୍ୟସ୍ତବିବ୍ରତ କରାଇବ। ଶରୀର ଅସୁସ୍ଥ ହୋଇପାରେ। କର୍ମକ୍ଷେତ୍ରରେ ଅସହଯୋଗ ଓ ଗୁପ୍ତଶତ୍ରୁଭୟ ଦେଖାଦେବ।

ପ୍ରତିକାର- ଗାଈକୁ ୩ଟି ପାଚିଲା କଦଳୀ ଖାଇବାକୁ ଦିଅନ୍ତୁ

The post ଜାନୁଆରୀ ୧୦, ରବିବାର, କୌଣସି ଦର୍ଶନୀୟ ସ୍ଥାନ ଭ୍ରମଣର ସୁଯୋଗ ରହିଛି appeared first on Odisha Reporter.



from Odisha Reporter https://ift.tt/3hYvpR2

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages