ନ୍ୟୁୟର୍କ: ଆମେରିକା ସଂସଦ ପରିସରରେ ଦେଖାଦେଇଥିବା ହିଂସା ପାଇଁ ଟ୍ୱିଟର ଏବେ ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବ୍ୟାନ କରିଛି। ଏବେ ଟ୍ରମ୍ପ ହ୍ୱାଇଟ୍ ହାଉସର ଟ୍ୱିଟର ଆକାଉଣ୍ଟରୁ ଟ୍ୱିଟ୍ କରିଛନ୍ତି। ପୋଟୋସ ଆକାଉଣ୍ଟରୁ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ୍ କରିଛନ୍ତି। ଯେଉଁଥିରେ ସେ ଲେଖିଥିଲେ ତାଙ୍କୁ ଓ ତାଙ୍କ ସମର୍ଥକଙ୍କୁ ଚୁପ କରିବାକୁ ଯାଇ ସୋଶାଲ ମିଡିଆ କମ୍ପାନୀମାନେ ଏଭଳି କରୁଛନ୍ତି। ଆମେରିକାର ଧାରା ୨୦୩ ଅନୁଯାୟୀ ସୋଶାଲ ମିଡିଆ କମ୍ପାନୀମାନେ ଏଭଳି କରିପାରିବେ। ଏଥିପାଇଁ କିନ୍ତୁ ସରକାରଙ୍କ ଅନୁମତି ଆବଶ୍ୟକ ରହିଛି। ଟ୍ୱିଟର ଟ୍ରମ୍ପଙ୍କ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିବା ପରେ ଏବେ ସେ ନିଜେ ଏକ ଅନଲାଇନ୍ ପ୍ଲାଟଫର୍ମ ଖୋଲିବାକୁ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି।
ହ୍ୱାଇଟ୍ ହାଉସର ଅଫିସିଆଲ୍ ଆକାଉଣ୍ଟରୁ ସିରିଜ୍ ଟ୍ୱିଟ୍ ବେଳେ ଆହୁରି କହିଛନ୍ତି ଯେ ସେ ଅନେକ ସୋଶାଲ ମିଡିଆ କମ୍ପାନୀ ସହ ଆଲୋଚନା କରୁଛନ୍ତି। ଖୁବଶୀଘ୍ର ସେ ନିଜର ଅନଲାଇନ୍ ମିଡିଆ ପ୍ଲାଟଫର୍ମ ବାବଦରେ ଘୋଷଣା କରିବେ। ତେବେ ଶୁକ୍ରବାର ଟ୍ରମ୍ପ ହ୍ୱାଇଟ୍ ହାଉସ ଆକାଉଣ୍ଟରୁ ଟ୍ୱିଟ୍ କରିବା ପରେ ଟ୍ୱିଟର ସେହି ଟ୍ୱିଟକୁ କିଛି ମିନିଟ୍ ମଧ୍ୟରେ ହଟାଇ ଦେଇଛି।
ସୂଚନାଯୋଗ୍ୟ, ଗୁରୁବାର ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳରେ ଭୁଲ୍ ରହିଥିବା କହିଥିଲେ। ଏହାପରେ ତାଙ୍କ ସମର୍ଥକମାନେ ଆମେରିକାର ସଂସଦ ପରିସରରେ ଆନ୍ଦୋଳନ କରିଥିଲେ। ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଭଲ ପାଆନ୍ତି ବୋଲି ମଧ୍ୟ କହିଥିଲେ। ତେବେ ଟ୍ରମ୍ପଙ୍କ ସମର୍ଥକ ସଂସଦ ଭବନ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଏହାପରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ଅଟକାଇବା ପାଇଁ ଗୁଳି ଚଳାଇଥିଲା। ଏଥିରେ ୪ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ କର୍ମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।
The post ଟ୍ରମ୍ପ ଖାେଲିପାରନ୍ତି ନିଜସ୍ଵ ଅନଲାଇନ୍ ପ୍ଲାଟଫର୍ମ କମ୍ପାନୀ appeared first on Odisha Reporter.
from Odisha Reporter https://ift.tt/3q2Uddl
No comments:
Post a Comment