୨୦ ହଜାର ଲୋଭ ଦେଖାଇ ଲୁଟି ନେଲେ ୨.୬୫ ଲକ୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

୨୦ ହଜାର ଲୋଭ ଦେଖାଇ ଲୁଟି ନେଲେ ୨.୬୫ ଲକ୍ଷ

କଳାହାଣ୍ଡି(ରାଜକୁମାର ସିଂଦେଓ): ସାଇବର ଠକ୍‌ଙ୍କ ନୂଆ ଚାଲ୍‌। ବିନା ଓଟିପିରେ ଆକାଉଣ୍ଟରୁ ହୋଇଯାଉଛି ଟଙ୍କା ଗାଏବ। ୨୦ ହଜାର ଟଙ୍କାର ଲୋଭ ଦେଖାଇ ଆକାଉଣ୍ଟରୁ ଖାଲି କରିନେଲେ ୨ ଲକ୍ଷ ୬୫ ହଜାର ଟଙ୍କା। କଳାହାଣ୍ଡି ଭବାନୀପାଟଣାର ଏକ ବୟସ୍କ ଶିକ୍ଷିତ ଦମ୍ପତି ଏପରି ଠକାମୀର ଶିକାର ହୋଇଛନ୍ତି। ସାଇବର ଠକେଇର ଶିକାର ହୋଇଛନ୍ତି ଭବାନୀପାଟଣା ଶର୍ମା କଲୋନୀର ଜଣେ ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧି ଓ ତାଙ୍କ ପତ୍ନୀ।

ଗତ ଶନିବାର ମଧ୍ୟାହ୍ନରେ ଗଙ୍ଗାଧରଙ୍କ ପାଖକୁ ଏକ ଅଜଣା କଲ୍‌ ଆସିଥିଲା। ଜିଓ ଫୋନ କଷ୍ଟମର କେୟାରରୁ କହୁଛି କହି କିଛି ପ୍ରୋବ୍ଲେମ ଅଛି କି ବୋଲି ପଚାରି ଥିଲା ଜଣେ ଅଜଣା ବ୍ୟକ୍ତି । ଏହା ପରେ ନୂଆବର୍ଷରେ ଆପଣଙ୍କ ପାଇଁ ମାଗଣା ଅଫର ଅଛି, ମୋବାଇଲ ଗିଫ୍ଟ ମିଳିବ ବୋଲି କହିଥିଲା। ଏହାପରେ ବ୍ୟାଙ୍କ କ୍ରେଡିଟ କାର୍ଡ ଆକାଉଣ୍ଟରୁ ୪୫ ହଜାର ଟଙ୍କା , ବ୍ୟାଙ୍କ ଆକାଉଣ୍ଟରୁ ଗୁଗୁଲ ପେ ଜରିଆରେ ଲକ୍ଷେ ଟଙ୍କା ଓ ତାଙ୍କ ,  ସ୍ତ୍ରୀଙ୍କ ଆକାଉଣ୍ଟ ଲକ୍ଷେ ୨୦ ହଜାର ନେଇଗଲେ। ଏପରିକି ଆଖି ପିଛୁଳାକେ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀଙ୍କ  ଆକାଉଣ୍ଟରୁ ସମୁଦାୟ ୨ଲକ୍ଷ ୬୫ ହଜାର ଟଙ୍କା ଗାଏବ ହୋଇଯାଇଛି।

ସାଇବର ଠକ ୨୦ ହଜାର ଟଙ୍କା ଅଫର ଦେବା ପାଇଁ କହୁଥିବା ବେଳେ ମେସେଜରେ ଟଙ୍କା ଆକାଉଣ୍ଟରୁ କାଟିବା ଦେଖି  ଗଙ୍ଗାଧର ଙ୍କର ସନ୍ଦେହ ହୋଇଥିଲା।  କିନ୍ତୁ ସେତେବେଳକୁ ତାଙ୍କର ୧ଲକ୍ଷ ଟଙ୍କା ଆକାଉଣ୍ଟରୁ ଚାଲିଯାଇଥିଲା। ଏହାପରେ ଟଙ୍କା କାହିଁକି କଟୁଛି କହିବାରୁ ଆପଣଙ୍କ ଟଙ୍କା ପୁଣି ଫେରି ପାଇବେ କହିଥିଲା ଠକ । ଏହାପରେ କଳାହାଣ୍ଡି ଏସ୍‌ପି ଙ୍କ ସାଇବର ସେଲ କୁ ଗଙ୍ଗାଧର ଜଣାଇବା ସହ ଭବାନୀ ପାଟଣା ଟାଉନ ଥାନାରେ ଏତଲା ଦେଇଛନ୍ତି।

ଏନେଇ ଗଙ୍ଗାଧର ସୁବୁଦ୍ଧି  କହିଛନ୍ତି ସବୁ  ଜାଣି ମଧ୍ୟ ଆମେ ଠକାମୀରେ ପଡ଼ିଗଲୁ। ବିଭିନ୍ନ କଥା କହି ପ୍ରଲୋଭିତ କରି ଟଙ୍କା ନେଇଗଲା। କଥା ଛଳରେ ବ୍ୟାଙ୍କ ଆକାଉଣ୍ଟକୁ ଖାଲି କରିଦେଲା। ଓଟିପି  ମାଗିନି କି ଶେଆର କରିନି। ବିନା ଓଟିପିରେ ନେଇଗଲା ଟଙ୍କା। ଟଙ୍କା ଆସିବା ଜାଗାରେ କଟିଗଲା। ପଚାରିବାରୁ ସବୁ ଟଙ୍କା ଆପଣଙ୍କୁ ଦିଆଯିବ ବୋଲି କହିଲେ।

ଏହାପରେ ଶୈଳବାଲା ପୃଷ୍ଟି କହିଲେ, ଆମେ କଷ୍ଟ କରି ଯାହା ଅର୍ଜନ କଲୁ, ଗୋଟିଏ ମୁହୂର୍ତ୍ତରେ ସବୁ ପଳାଇଲା। ଆମେ କିଛି ଜାଣିପାରିଲୁନି।

ଏନେଇ କଳାହାଣ୍ଡି ଏସ୍‌ପି କହିଛନ୍ତି, ଏ ସଂକ୍ରାନ୍ତରେ ଟାଉନଥାନାରେ ଏକ କେସ୍‌ ହୋଇଛି। ତାଙ୍କ ମୋବାଇଲକୁ ଲିଙ୍କ ଆସିଥିଲା। ଏହାପରେ କଲ୍ କରି ଜଣେ ବ୍ୟକ୍ତି ଏକ ଆପ୍‌ ଇନଷ୍ଟଲ କରିବାକୁ କହିଲେ। ଏହାପରେ ଇନଷ୍ଟଲ କରିବା ପରେ ସବୁ ମୋବାଇଲ ଡାଟା ସେମାନେ ନେଇଗଲେ। ଏହାପରେ ୨.୬୫ ହଜାର ଟଙ୍କା ଗାଏବ ହୋଇଗଲା। ଏହାପରେ ବ୍ୟାଙ୍କକୁ କଲ୍‌ କରି ଆକାଉଣ୍ଟ ବ୍ଲକ କରାଯାଇଛି। ତଦନ୍ତ ଚାଲୁଅଛି। ଖୁବ୍‌ ଶୀଘ୍ର ଅଭିଯୁକ୍ତଙ୍କୁ ଧରିବୁ ବୋଲି ଆଶା କରୁଛୁ।

The post ୨୦ ହଜାର ଲୋଭ ଦେଖାଇ ଲୁଟି ନେଲେ ୨.୬୫ ଲକ୍ଷ appeared first on Odisha Reporter.



from Odisha Reporter https://ift.tt/3bOdnzT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages