ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ

ପୁରୀ (ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିରରେ ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ ରହିଛି। ପୂର୍ବ ନିଷ୍ପତ୍ତି କ୍ରମେ ସାଧାରଣ ଲୋକଙ୍କ ପାଇଁ ଆଜି ଦର୍ଶନ ବନ୍ଦ ରଖାଯାଇଛି। ଦର୍ଶନ ବନ୍ଦ କରାଯାଇ ଶ୍ରୀମନ୍ଦିରର ଉଭୟ ଭିତର ଓ ବାହାର ଅଞ୍ଚଳକୁ ସମ୍ପୂର୍ଣ୍ଣ ଭାବେ ବିଶୋଧନ କରାଯାଉଛି।

ଶ୍ରୀମନ୍ଦିରର ବାଇଶି ପାହାଚ, ଶ୍ରଦ୍ଧାଳୁଙ୍କ ଯା’ଆସ ରାସ୍ତା, ଶ୍ରୀମନ୍ଦିରର ସମସ୍ତ ଦ୍ୱାର ଓ ମନ୍ଦିର ବେଢ଼ାକୁ ସାନିଟାଇଜ୍ କରାଯାଉଛି। ଏହା ସହିତ ଶ୍ରୀମନ୍ଦିରର ଚତୁଃପାର୍ଶ୍ୱକୁ ବି ବିଶୋଧନ କରାଯାଉଛି। ଅଗ୍ନିଶମ ଓ ପୌର କର୍ମଚାରୀଙ୍କ ପକ୍ଷରୁ ମିଳିତ ଭାବେ ଏହି ବିଶୋଧନ କାର୍ଯ୍ୟ କରାଯାଉଛି।

ଜାନୁଆରୀ ୨୧ ତାରିଖ ଠାରୁ ବିନା କୋଭିଡ୍ ନେଗେଟିଭ୍ ରିପୋର୍ଟରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ନିମନ୍ତେ ସାଧାରଣ ଲୋକଙ୍କୁ ଅନୁମତି ମିଳିଛି। ପୁରୀ ବାସିନ୍ଦାଙ୍କ ପାଇଁ ସକାଳ୬ରୁ ୭ଟା ପର୍ଯ୍ୟନ୍ତ ସ୍ୱତନ୍ତ୍ର ଧାଡ଼ି ବ୍ୟବସ୍ଥା କରାଯାଇଛି। ସକାଳ ୭ଟା ପରେ ସାଧାରଣ ଭକ୍ତମାନେ ମନ୍ଦିରକୁ ଯାଇ ଦର୍ଶନ କରୁଛନ୍ତି। ଥର୍ମାଲ ସ୍କାନିଂ ଏବଂ ସାନିଟାଇଜ୍ କରିବା ପରେ ସମସ୍ତ ଭକ୍ତ ସିଂହଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରି ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି। ତେବେ ଥର୍ମାଲ ସ୍କାନିଂରେ ଯାହାର ତାପମାତ୍ରା ୧୦୦ ଫାରାନାଇଟ ଉପରେ ରହିବ ସେମାନେ ଦର୍ଶନ ପାଇଁ ମନ୍ଦିର ଭିତରକୁ ଯାଇପାରିବେ ନାହିଁ ବୋଲି ନିୟମ କରାଯାଇଛି।

ସେହିପରି ଦିବ୍ୟାଙ୍ଗ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ତା’ସହିତ ପ୍ରତି ରବିବାର ମନ୍ଦିର ବନ୍ଦ ରଖି ସାନି ଟାଇଜ୍‌ କରିବାକୁ ନିଷ୍ପତ୍ତି ହୋଇଛି। ଏହି ସବୁ ନିୟମ ଜାନୁଆରୀ ୨୧ରୁ ଫେବ୍ରୁଆରୀ ୨୧ ତାରିଖ ପର୍ଯ୍ୟନ୍ତ ହୋଇଛି। ପରବର୍ତ୍ତୀ ସମୟରେ ସ୍ଥିତିକୁ ଦେଖି ପ୍ରଶାସନ ପକ୍ଷରୁ ନିୟମରେ ପରିବର୍ତ୍ତନ କରାଯିବ ବୋଲି ଜଣାପଡ଼ିଛି।

The post ଆଜି ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ ବନ୍ଦ appeared first on Odisha Reporter.



from Odisha Reporter https://ift.tt/3iNoBGj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages