ଶୁବମନ ଘରକୁ ଫେରିଲା ପରେ… - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ଶୁବମନ ଘରକୁ ଫେରିଲା ପରେ…

ନୂଆଦିଲ୍ଲୀ: ଭାରତୀୟ ଟିମ୍‌ର ଅଷ୍ଟ୍ରେଲିଆ ଗସ୍ତ ଶେଷ ହୋଇସାରିଛି। ଟିମ୍ ଇଣ୍ଡିଆ ସେଠାରୁ ଅଭୁଲା ସ୍ମୃତି ନେଇ ଫେରିଛି। ଦଳ ସେଠାରେ ଟି-ଟ୍ୱେଣ୍ଟି, ଦିନିକିଆ ଓ ଟେଷ୍ଟ ସିରିଜ୍ ଖେଳିଥିବା ବେଳେ ଟି-ଟ୍ୱେଣ୍ଟି ଓ ଟେଷ୍ଟ୍‌ ସିରିଜ୍‌ରେ ବିଜୟୀ ହୋଇଥିଲା। ବିଶେଷ କରି ଟେଷ୍ଟ ସିରିଜ୍‌ରେ ଅଷ୍ଟ୍ରେଲିଆକୁ ୨-୧ ହରାଇବା ପରେ ଟିମ୍ ଇଣ୍ଡିଆକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଆଉ ଏହି ଟେଷ୍ଟ ଟିମ୍‌ରେ ସାମିଲ ଥିଲେ ଶୁବମନ ଗିଲ୍। ସେ ଏହି ସିରିଜ୍‌ରେ ଟେଷ୍ଟ ଡେବ୍ୟୁ କରିଥିଲେ। ଟିମ୍‌ର ବିଜୟରେ ତାଙ୍କର ବି ଯୋଗଦାନ ରହିଥିଲା।

ଅଷ୍ଟ୍ରେଲିଆରୁ ଫେରିବା ପରେ ଗତକାଲି ଶୁବମନ ଏକ ଫଟୋ ଟ୍ୱିଟ୍ କରିଥିଲେ। ସେ ତାଙ୍କ ପରିବାର ଲୋକଙ୍କ ସହିତ ଏ ଫଟୋ ଉଠାଇ ଟ୍ୱିଟ୍ କରିଥିଲେ। ଏହାର କ୍ୟାପ୍‌ସନ୍‌ରେ ସେ ଲେଖିଥିଲେ- ହୋମ୍ ସୁଇଟ୍ ହୋମ୍।

୨୧ ବର୍ଷୀୟ ଶୁବମନ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳିପାରି ନଥିଲେ। ମେଲବର୍ଣ୍ଣରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସେ ସୁଯୋଗ ପାଇଥିଲେ। ଏହା ଥିଲା ତାଙ୍କର ଡେବ୍ୟୁ ଟେଷ୍ଟ। ପୃଥ୍ୱୀ ଶ’ଙ୍କ ବଦଳରେ ତାଙ୍କୁ ଏହି ଟେଷ୍ଟରେ ସାମିଲ କରାଯାଇଥିଲା।

ଡେବ୍ୟୁ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଶୁବମନ ୬୫ଟି ବଲ୍‌ରୁ ୪୫ ରନ୍ କରିଥିଲେ। ଦ୍ୱିତୀୟ ଇନିଂସ୍‌ରେ ୩୫ ରନ୍ କରି ଅପରାଜିତ ରହିଥିଲେ। ଏହି ମ୍ୟାଚ୍‌ରେ ଭାରତ ୮ ୱିକେଟ୍‌ରେ ବିଜୟୀ ହୋଇଥିଲା।

ତୃତୀୟ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଶୁବମନ ତାଙ୍କ ଟେଷ୍ଟ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଦ୍ୱିତୀୟ ଇନିଂସରେ ୩୧ ରନ୍ କରିଥିଲେ। ଏହି ମ୍ୟାଚ୍ ଡ୍ର’ ହୋଇଥିଲା।

ଚତୁର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଶୁବମନ ମାତ୍ର ୭ ରନ୍ କରି ଆଉଟ୍ ହୋଇଯାଇଥିଲେ। ତେବେ ଦ୍ୱିତୀୟ ଇନିଂସରେ ସେ ୯୧ ରନ୍ କରିଥିଲେ ଓ ଭାରତକୁ ବିଜୟ ଅଭିମୁଖେ ନେଇଥିଲେ। ପରେ ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ ଋଷଭ ପନ୍ତ। ସେ ଅପରାଜିତ ରହି ୮୯ ରନ୍ କରିଥିଲେ ଓ ଦଳକୁ ଜିତାଇଥିଲେ।

The post ଶୁବମନ ଘରକୁ ଫେରିଲା ପରେ… appeared first on Odisha Reporter.



from Odisha Reporter https://ift.tt/39XjnDT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages