ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 23, 2021

ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ

ଶ୍ରୀନଗର: ଯିଏ ଗୁଳିକୁ ଡରେନି, ତାକୁ ବରଫ ବା କ’ଣ ଡରାଇବ। ସେମାନେ ହେଉଛନ୍ତି ଖରା, ବର୍ଷା, ଶୀତ ଓ ପ୍ରବଳ ତୁଷାରପାତରେ ମଧ୍ୟ ସୀମାରେ ଶତ୍ରୁର ଗତିବିଧି ଉପରେ ନଜର ରଖି ଆମକୁ ସୁରକ୍ଷା ଦେଉଥିବା ଆମର ଯବାନ। ତେବେ କେବଳ ଶତ୍ରୁଙ୍କୁ ନୁହେଁ ବିପତ୍ତି ବେଳେ ଦେଶର ନାଗରିକମାନଙ୍କୁ ମଧ୍ୟ ସହଯୋଗର ହାତ ବଢ଼ାଇବାକୁ ଆଗେଇ ଆସନ୍ତି । ଏହାର ଅନେକ ନଜିର ରହିଛି। ଶନିବାର ଭାତରୀୟ ସେନାଙ୍କ ଏହି ସେବା ମନୋଭାବର ଆଉ ଏକ ଉଦାହରଣ ଦେଖିବାକୁ ମିଳିଛି।

ଦେବଦୂତ ସାଜି ଆସିଲେ ସେନା। ପ୍ରବଳ ବରଫ ଓ ତୁଷାରପାତ ଭିତରେ ମା’ ଓ ନବଜାତକୁ କାନ୍ଧରେ ବୋହି ନେଲେ । ଦୀର୍ଘ ୬ କିଲୋମିଟର ବାଟ ଉଭୟଙ୍କୁ କାନ୍ଧରେ ବୋହି ସୁରକ୍ଷିତ ଭାବେ ନିଜ ଘରେ ପହଞ୍ଚାଇଲେ । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଜମ୍ମୁ-କାଶ୍ମୀର କୁପୱାଡା ଜିଲ୍ଲାରେ। ଶନିବାର କୁପୱାଡା ଜିଲ୍ଲାରେ ପ୍ରବଳ ଥଣ୍ଡା ସଙ୍ଗକୁ ତୁଷାର ପାତ ହୋଇଥିଲା। ଫଳରେ ଯାତାୟତ ପୁରାପୁରି ଠପ ହୋଇଯାଇଥିଲା।


ଏହାରି ଭିତରେ ହସ୍ପିଟାଲରେ ଜଣେ ମା’ ଓ ନବଜାତ ଫିସି ରହିଥିଲେ। ଖବର ମିଳିବା ପରେ 28RR ବଟାଲିଅନର ସେନା ଅଧିକାରୀମାନେ ସେଠାରେ ପହଞ୍ଚି ଉକ୍ତ ମହିଳା ଓ ନବଜାତକୁ ବରଫ ବର୍ଷା ଭିତରୁ ଉଦ୍ଧାର କରିଥିଲେ । ଭାରାତୀୟ ସେନାର ଚିନାର କୋର ଏନେଇ ସୂଚନା ଦେଇଛନ୍ତି।  ଏ ସମସ୍ତ ଘଟଣାର ଏକ ଭିଡିଓକୁ ଭାରତୀୟ ସେନାର ଅଫିସିଆଲ ଟୁଇଟର ହ୍ୟାଣ୍ଡଲରେ ଶେଆର ମଧ୍ୟ କରାଯାଇଛି। ଯବାନଙ୍କ ଏହି ମହାନତାର ଭିଡିଓଟି ସାମ୍ନାକୁ ଆସିବା ପରେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

The post ମା’ ଓ ନବଜାତ ପାଇଁ ଦେବଦୂତ ସାଜିଲେ ଯବାନ appeared first on Odisha Reporter.



from Odisha Reporter https://ift.tt/365rtZY

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages