ଅମରାବତୀ: ଜଣେ ୩୩ ବର୍ଷୀୟା ଡାକ୍ତର ନିଜ ୭ ବର୍ଷର ପୁଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଆନ୍ଧ୍ରପ୍ରଦେଶର ରାଜାହମୁଣ୍ଡ୍ରିରେ ଏହି ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଉଭୟ ମା’ ଓ ପୁଅ ନିଦ ବଟିକା ଖାଇ ଶୋଇଥିଲେ। ହେଲେ ପୁଅର ଓଭରଡୋଜ ହୋଇଯିବାରୁ ସେ କୋମାକୁ ଚାଲିଯାଇଥିଲା। ପରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ମହିଳା ଡାକ୍ତରଙ୍କ ନାଁ ଡୋନଥାମସେଟ୍ଟୀ ଲାବଣ୍ୟ। ତାଙ୍କ ପୁଅର ନାଁ ନିଶନ୍ତ।
ଲାବଣ୍ୟ ତେଲେଙ୍ଗାନାର ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। ହେଲେ ସ୍ୱାମୀଙ୍କ ସହିତ ତାଙ୍କର ମନାନ୍ତର ହେବା ପରେ ସେ ନିଜ ବାପାଙ୍କ ସହ ରହୁଥିଲେ। ତାଙ୍କ ବାପା ବି ଜଣେ ଡାକ୍ତର। ତାଙ୍କ ନାମ ଡି. ବୁଦ୍ଧ।
ମହିଳା ଡାକ୍ତର ଜଣଙ୍କୁ ତାଙ୍କ ସ୍ୱାମୀ ନିକଟରେ ଛାଡପତ୍ର ନୋଟିସ୍ ପଠାଇଥିଲେ। ଏହାପରେ ସେ ନିଜେ ନିଦ ବଟିକା ଖାଇବା ସହିତ ପୁଅକୁ ମଧ୍ୟ ନିଦ ବଟିକା ଦେଇଥିବା କୁହାଯାଉଛି। ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
The post ୭ ବର୍ଷର ପୁଅକୁ ମାରିଦେଲା ଡାକ୍ତର ମା’ appeared first on Odisha Reporter.
from Odisha Reporter https://ift.tt/38aG4F9
No comments:
Post a Comment