ପୁଲିସ୍‌ କହିଲା, ‘ତୁରନ୍ତ ଜାଗା ଛାଡ଼’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ପୁଲିସ୍‌ କହିଲା, ‘ତୁରନ୍ତ ଜାଗା ଛାଡ଼’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ଦେଢ ମାସ ହେଲା ରାଜଧାନୀର ଲୋୟର ପିଏମଜିରେ ଆନ୍ଦୋଳନରତ ଥିବା ସ୍ୱାସ୍ଥ୍ୟ କର୍ମୀଙ୍କୁ ଖୁବ୍‌ ଶୀଘ୍ର ଜାଗା ଛାଡ଼ିବାକୁ ଚେତାବନୀ ଦେଇଛି କମିଶନରେଟ ପୁଲିସ୍‌। ତୁରନ୍ତ ଧାରଣା ସ୍ଥଳ ଛାଡ଼ିବାକୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଲୋୟର ପିଏମ୍‌ଜିରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି। ସ୍ଥାନ ଛାଡ଼ି ଚାଲିଯିବାକୁ ମାଇକ ଯୋଗେ ପ୍ରଚାର କରୁଛି କମିଶନରେଟ୍ ପୁଲିସ୍‌।

ବିଭିନ୍ନ ଦାବିକୁ ନେଇ ରାଜଧାନୀର ଲୋୟର ପିଏମଜିରେ ଏଏନଏମ, ଓପେଫା, ଓଡିଶା କୋଭିଡ-୧୯ ଆୟୁଷ ଡାକ୍ତର ସଂଘ ର ପ୍ରାୟ ୬ହଜାରୁ ଅଧିକ ସ୍ୱାସ୍ଥ୍ୟକର୍ମୀ  ଅହୋରାତ୍ର ଆନ୍ଦୋଳନ କରୁଛନ୍ତି। ଏବେ ଏହି ସ୍ୱାସ୍ଥ୍ୟକର୍ମୀଙ୍କୁ ବାହାର କରିବା ଲାଗି ଆରମ୍ଭ ହୋଇଯାଇଛି ପ୍ରକ୍ରିୟା।

“କରୋନା ମହାମାରୀ ସମୟରେ ଯେତେବେଳେ ସମଗ୍ର ରାଜ୍ୟ ସଙ୍କଟରେ ଥିଲା, ସେହି ସମୟରେ ସରକାରଙ୍କ ଆହ୍ୱାନରେ ଆଗପଛ ଚିନ୍ତା ନକରି ଲୋକଙ୍କ ସେବା ପାଇଁ ଆମେ ଆଗେଇ ଆସିଥିଲୁ। ଦୀର୍ଘ ୬ ମାସ କାଳ  ନିଜ ଜୀବନକୁ ପାଣି ଛଡ଼ାଇ ଏବଂ ପିଲା ପରିବାର କଥା ଚିନ୍ତା ନକରି ରୋଗୀ ସେବାରେ ଲାଗିଲୁ। ହେଲେ କରୋନା କମିବା ପରେ ସରକାର ଆମକୁ ତଡ଼ିଦେଲେ।” ଏପରି କହିଛନ୍ତି ସ୍ଥାୟୀ ନିଯୁକ୍ତି ଦାବିରେ ଦୀର୍ଘ ଦେଢ ମାସ ହେଲା ଶୀତ କାକରରେ ରାଜରାସ୍ତାରେ ବସିଥିବା  ସ୍ୱାସ୍ଥ୍ୟକର୍ମୀ।

କରୋନା ମହାମାରୀ ସମୟରେ ନିଜ ଜୀବନକୁ ବିପଦ ଛଡ଼ାଇ ରୋଗୀ ସେବା କରୁଥିବା ଏହି ସ୍ୱାସ୍ଥ୍ୟ କର୍ମୀଙ୍କ ଅଭିଯୋଗକୁ ଏବେ ସରକାର କର୍ଣ୍ଣପାତ କରୁ ନାହାନ୍ତି। ଏପରିକି ବିନା କାରଣରେ କ୍ୟାପିଟାଲ ଥାନା ପୁଲିସ୍‌  ଥାନାକୁ ନେଇ ହଇରାଣ କରୁଥିବା ସେମାନେ ଅଭିଯୋଗ ହେଉଛି।

ଏମାନଙ୍କ ମଧ୍ୟରୁ କିଏ ବେକାରୀ ତ ଆଉ କିଏ ଚାକିରି ଛାଡ଼ି ନୂଆ ଜୀବିକା ପାଇଁ ବିଭିନ୍ନ କୋଭିଡ୍ କେୟାର ସେଣ୍ଟରରେ ଅସ୍ଥାୟୀ ସ୍ୱାସ୍ଥ୍ୟକର୍ମୀ ଭାବେ ନିଯୁକ୍ତି ପାଇଥିଲେ। ଦୀର୍ଘ ୬ ମାସ କାଳ  କରୋନା ରୋଗୀଙ୍କ ସେବାରେ କରିଥିବା ବେଳେ କୋଭିଡ୍ କେୟାର ସେଣ୍ଟର ବନ୍ଦ ହୋଇଯିବାରୁ ଏମାନେ ଏବେ ସମ୍ପୂର୍ଣ୍ଣ ବେକାରୀ। ଆଉ ଏଭଳି ସମୟରେ ସରକାର ନିଯୁକ୍ତି ବଦଳରେ ଛଟେଇ କରିଥିବାରୁ ଏହାର ଦୃଢ଼ ପ୍ରତିବାଦ କରିଛନ୍ତି  ସ୍ୱାସ୍ଥ୍ୟକର୍ମୀ।

 

The post ପୁଲିସ୍‌ କହିଲା, ‘ତୁରନ୍ତ ଜାଗା ଛାଡ଼’ appeared first on Odisha Reporter.



from Odisha Reporter https://ift.tt/3s4tgYz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages