କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲେ କଙ୍ଗନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲେ କଙ୍ଗନା

ମୁମ୍ବାଇ: ପୁଣି ଚର୍ଚ୍ଚାରେ ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାୱତ । ନିଜ ବିବାଦୀୟ ମନ୍ତବ୍ୟ ପାଇଁ ସର୍ବଦା ସେ ଲାଇମ ଲାଇଟ୍‌ରେ ରୁହନ୍ତି । ସୋଶାଲ ମିଡିଆରେ କଙ୍ଗନା ବେଶ୍‌ ଆକ୍ଟିଭ ରହୁନ୍ତି। ବିଭିନ୍ନ ମୁଦ୍ଦାକୁ ନେଇ ନିଜ ପ୍ରତିକ୍ରିୟା ରଖିବା ସହ ଅନ୍ୟକୁ ଟାର୍ଗେଟ ମଧ୍ୟ କରିଥା’ନ୍ତି। ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ପରେ ଏବେ କଙ୍ଗନାଙ୍କ ହାବୁଡରେ ପଡିଛନ୍ତି ଜଣେ କଂଗ୍ରେସ ନେତା। କଂଗ୍ରେସ ପ୍ରବକ୍ତା ପବନ ଖେଡା ଏବଂ କଙ୍ଗନାଙ୍କ ମଧ୍ୟରେ ଆରମ୍ଭ ହଉଛି ଶୀତଳ ଯୁଦ୍ଧ। ସୋଶାଲ ମିଡିଆରେ ଦୁହିଁଙ୍କ ମଧ୍ୟରେ ବାକ୍‌ ଯୁଦ୍ଧ ସୃଷ୍ଟି ହୋଇଛି।

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଅବସରରେ କଙ୍ଗନା ରଣାୱତ ନିଜକୁ ଜବରଦସ୍ତ ଢ଼ଙ୍ଗରେ ପ୍ରଶଂସା କରି ଏକ ଟୁଇଟ୍‌ କରିଥିଲେ । ସେ କହିଥିଲେ ”ସବୁ ବିଷୟରେ ଲୋକଙ୍କ ସହ ଯୁକ୍ତି କରିପାରିବାର ମୋର ସାହାସ ଓ ସକ୍ଷମ ଅଛି, ସବୁ ବିଷୟକୁ ମୁଁ ବେଶ ସହଜ ଢ଼ଙ୍ଗରେ ବିସ୍ତାର ରୂପେ ବିରୋଧ କରିବା ସହ ଘଟଣାର ପୁରା ଏକ୍ସ-ରେ କରିପାରୁଛି, କିନ୍ତୁ ଏହାକୁ ଦେଖି ଅନେକ ଲୋକ ମୋ ଉପରେ ଇର୍ଷା କରୁଛନ୍ତି।”


କଙ୍ଗନାଙ୍କ ଏହି ଟୁଇଟ୍‌କୁ ନେଇ କଂଗ୍ରେସ ନେତା ପବନ ଖେଡା ରି-ଟୁଇଟ୍‌ କରିଛନ୍ତି। ପବନ ଖେଡା କହିଛନ୍ତି, ”ବର୍ଷ ୨୦୨୧ ହସ ଖୁସିରେ ଭରପୁର ହେବ, ଏହା ପ୍ରତିଶୃତି ଦେଇଛି।” କଂଗ୍ରେସ ନେତାଙ୍କ ଏହି ଟୁଇଟ୍‌କୁ ନେଇ କଙ୍ଗନା କଡା ଜବାବ ଦେଇ ଆଉ ଏକ ଟୁଇଟ୍‌ କରିଛନ୍ତି, ଯାହା ସୋଶାଲ ମିଡିଆରେ ଭାଇରାଲ ହୋଇଛି।


କଙ୍ଗନା ଲେଖିଛନ୍ତି, ମୋ ଉପରେ ହସନ୍ତୁ, ଯେତେବେଳେ ମୁଁ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲି, ସେତେବେଳେ ସମସ୍ତେ ମୋ ଉପରେ ହସୁଥିଲେ।  ପ୍ରଥମେ ହସୁଥିଲେ…ପରେ କାନ୍ଦିଲେ..ଆଉ ଏବେ ଯାଏ କାନ୍ଧୁଛନ୍ତି। କଙ୍ଗନା କରିଥିବା ଏହି ମଜାଳି ଢ଼ଙ୍ଗରେ ଟୁଇଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।  ସୂଚନା ଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ କଙ୍ଗନା ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କୁ ଟୁଇଟ ଜରିଆରେ ଟାର୍ଗେଟ କରିସାରିଛନ୍ତି ।

The post କଂଗ୍ରେସ ନେତାଙ୍କୁ ଟାର୍ଗେଟ କଲେ କଙ୍ଗନା appeared first on Odisha Reporter.



from Odisha Reporter https://ift.tt/3nmTYbe

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages