ଖୋର୍ଦ୍ଧାରେ କୁକୁଡ଼ା ମଡ଼କ; ୩ ଦିନରେ ୩ ହଜାରରୁ ଅଧିକ ମଲେଣି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 6, 2021

ଖୋର୍ଦ୍ଧାରେ କୁକୁଡ଼ା ମଡ଼କ; ୩ ଦିନରେ ୩ ହଜାରରୁ ଅଧିକ ମଲେଣି

ଖୋର୍ଦ୍ଧା (ବଳରାମ ଲେଙ୍କା): ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଯୋଗୁ ହଜାର ହଜାର ପକ୍ଷୀ ମରୁଥିବା ବେଳେ ଓଡ଼ିଶାରେ କିନ୍ତୁ ଏପରି ସ୍ଥିତି ଦେଖାଦେଇ ନ ଥିବା ନେଇ ଗତକାଲି ସ୍ପଷ୍ଟ କରିଥିଲେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କିନ୍ତୁ ଆଜି ମିଳିଥିବା ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲାର ଏକ ଫାର୍ମରେ କୁକୁଡ଼ା ମଡ଼କ ହୋଇଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ବଡ଼ବେରଣ ଗାଁରେ ଏକ ଫାର୍ମରେ କୁକୁଡ଼ା ମଡ଼କ ଦେଖିବାକୁ ମିଳିଛି। ଗତ ୩ ଦିନ ହେଲାଣି ଏହି ଫାର୍ମରେ ୩ ହଜାରରୁ ଅଧିକ କୁକୁଡ଼ା ମରି ସାରିଲେଣି। ଫାର୍ମ ମାଲିକଙ୍କ କହିବାନୁଯାୟୀ, ସେ ପ୍ରାୟ ୩,୫୦୦ କୁକୁଡ଼ା ରଖିଥିବା ବେଳେ ଏବେ ମାତ୍ର ୩୦ରୁ ୪୦ଟି କୁକୁଡ଼ା ଅଛନ୍ତି। ଖବର ଲେଖାଯିବା ସୁଦ୍ଧା ଘଟଣାସ୍ଥଳରେ କୌଣସି ପ୍ରାଣୀଧନ ଚିକିତ୍ସିକ ପହଞ୍ଚି ନାହାନ୍ତି। ଫଳରେ ଫାର୍ମ ମାଲିକ ନିଜସ୍ୱ ଉଦ୍ୟମରେ ଗାତ ଖୋଳି ମୃତ କୁକୁଡ଼ାଙ୍କୁ ପୋତୁଛନ୍ତି।  ବାର୍ଡ ଫ୍ଲୁ  ଯୋଗୁ ନା ଅନ୍ୟ କୌଣସି କାରଣରୁ ଏପରି ଘଟୁଛି ତାହା ସ୍ପଷ୍ଟ ହୋଇପାରି ନାହିଁ।

 

The post ଖୋର୍ଦ୍ଧାରେ କୁକୁଡ଼ା ମଡ଼କ; ୩ ଦିନରେ ୩ ହଜାରରୁ ଅଧିକ ମଲେଣି appeared first on Odisha Reporter.



from Odisha Reporter https://ift.tt/3baW7Vg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages