ଗୋଟିଏ ବରକୁ ଦୁଇ କନିଆଁ, ବିବାହ ଭିଡିଓ ଭାଇରାଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ଗୋଟିଏ ବରକୁ ଦୁଇ କନିଆଁ, ବିବାହ ଭିଡିଓ ଭାଇରାଲ

ବିଳାସପୁର: ଦୁଇ ଜଣଙ୍କ ପ୍ରେମରେ ପଡିବା ସ୍ବାଭାବିକ। କିନ୍ତୁ ଦୁଇ ଜଣଙ୍କୁ ବିବାହ କରିବା ସେ ପୁଣି ଗୋଟିଏ ବେଦୀରେ, କେବଳ ସେତିକି ନୁହେଁ ୫ଶହ ଅତିଥିଙ୍କ ସାମ୍ନାରେ, ନିହାତି ଏହା ଅବିଶ୍ବସନୀୟ। ଏଭଳି ଏକ ନିଆରା ବିବାହ ଦେଖିବାକୁ ମିଳିଛି ଛତିଶଗଡର ବସ୍ତର ଜିଲ୍ଲାରେ । ଏହି ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଛତିଶଗଡ ବସ୍ତର ଜିଲ୍ଲାର ଚନ୍ଦୁ ମୌର୍ଯ୍ୟା । ୩ ବର୍ଷ ତଳେ ଆରମ୍ଭ ହୋଇଥିଲା ମାଓପ୍ରବଣ ଜିଲ୍ଲା ବସ୍ତରର ଟିକରାଲହୋଙ୍ଗା ଗାଁର୨୪ ବର୍ଷୀୟ ଚନ୍ଦୁଙ୍କ ପ୍ରେମ କାହାଣୀ। ତୋକାପାଲ ଅଞ୍ଚଳକୁ  ବିଦ୍ୟୁତ ଖୁଣ୍ଟ ଲଗାଇବାକୁ ଯାଇଥିବା ବେଳେ ସେ ୨୧ ବର୍ଷୀୟ ଆଦିବାସୀ ଝିଅ ସୁନ୍ଦରୀ କଶ୍ୟପଙ୍କ ପ୍ରେମରେ ପଡିଥିଲେ। ଦୀର୍ଘ ଦିନ ପର୍ଯ୍ୟନ୍ତ ଦୁହେଁ ପରସ୍ପର ସହ ଫୋନରେ କଥାବାର୍ତ୍ତା କରିବା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ବର୍ଷକ ପରେ ଚନ୍ଦୁଙ୍କୁ ପୁଣି ହୋଇଥିଲା ପ୍ରେମ।

ବିବାହ ଉତ୍ସବରେ ୨୦ ବର୍ଷୀୟ ହସିନା ବାଘେଲଙ୍କୁ ଭେଟିଥିଲେ ଚନ୍ଦୁ। ସେଠାରେ ହସିନା, ଚନ୍ଦୁଙ୍କୁ ପ୍ରେମ ନିବେଦନ କରିଥିଲେ। କିନ୍ତୁ ଚନ୍ଦୁ ଅନ୍ୟ ଏକ ରିଲେଶସନସିପ୍‌ରେ ଥିବା ହସିନାଙ୍କୁ କହିଥିଲେ। ଏହା ଶୁଣି କିଛି ଆପତ୍ତି ଉଠାଇନଥିଲେ ହସିନା। କିଛି ଦିନ ପରେ ଚନ୍ଦୁ, ହସିନା ଓ ସୁନ୍ଦରୀଙ୍କ ସହ ଲିଭ-ଇନ୍‌ ରିଲେସନସିପ୍‌ରେ ମଧ୍ୟ ରହିଥିଲେ।  କିନ୍ତୁ କିଛି ମାସ ପରେ ସେମାନଙ୍କ ଲିଭ-ଇନ୍‌ ରିଲେଶନସିପ୍‌ ଉପରେ ପ୍ରଶ୍ନ ଉଠାଇଥିଲେ ସେମାନଙ୍କ ପରିବାର ସହଦ୍ୟ ଓ ଗାଁ ଲୋକେ। ଏହାପରେ ଉଭୟଙ୍କୁ ବିବାହ କରିବାକୁ ଚନ୍ଦୁ ନିଷ୍ପତ୍ତି ନେଇଥିଲେ। ଗାଁ ଲୋକ ଏବଂ ପରିବାରର ସଦସ୍ୟଙ୍କ ସମେତ ୫ଶହ ଅତିଥିଙ୍କ ଉପସ୍ଥିତିରେ ଗୋଟିଏ ବେଦୀରେ ଦୁଇ କନିଆଁଙ୍କ ହାତ ଧରିଥିଲେ ଚନ୍ଦୁ । ପୁରା ଘଟଣାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ହିନ୍ଦୁସ୍ଥାନ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାର୍‌ରେ ଚନ୍ଦୁ କହିଛନ୍ତି, ଦୁଇ ଜଣ ମୋତେ ଭଲ ପାଉଛନ୍ତି। ମୁଁ କାହାକୁ ବି ଧୋକା ଦେବାକୁ ଚାହୁଁନଥିଲ। ତେଣୁ ମୁଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲୁ । ଦୁହେଁ (ହସିନା ଏବଂ ସୁନ୍ଦରୀ) ମୋତେ ବିବାହ କରିବାକୁ ରାଜି ମଧ୍ୟ ହୋଇଥିଲେ। ବିବାହ ଉତ୍ସବରେ ହସିନାଙ୍କ ପରିବାର ଲୋକେ ସାମିଲ ହୋଇଥିଲେ କିନ୍ତୁ ସୁନ୍ଦରୀଙ୍କ ପରିବାର ଲୋକେ ଆସିନଥିଲେ। ସେପଟେ ହସିନା ଏବଂ ସୁନ୍ଦରୀ କହିଛନ୍ତି, ଆମେ ଚନ୍ଦୁ ଏବଂ ତାଙ୍କ ପରିବାର ସହ ଖୁସିରେ ଅଛୁ ।

The post ଗୋଟିଏ ବରକୁ ଦୁଇ କନିଆଁ, ବିବାହ ଭିଡିଓ ଭାଇରାଲ appeared first on Odisha Reporter.



from Odisha Reporter https://ift.tt/3hUHBlI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages