ଟ୍ରମ୍ପଙ୍କୁ ଫୋନ୍ କରିବେ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ଟ୍ରମ୍ପଙ୍କୁ ଫୋନ୍ କରିବେ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ

ମମ୍ୱାଇ: କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ଼୍ ଟ୍ରମ୍ପଙ୍କୁ ଫୋନ୍ କରିବେ କହିଛନ୍ତି। ରାମଦାସ ଶୁକ୍ରବାର କହିଛନ୍ତି ଯେ ନଭେମ୍ବର 3ରେ ଆମେରିକା ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ହେଲେ ଏହାକୁ ଓଲଟାଇବା ପାଇଁ ଟ୍ରମ୍ପ ଏବଂ ତାଙ୍କ ସମର୍ଥକମାନେ ବାରମ୍ୱାର ପ୍ରୟାସ କରି ଚାପ ପକାଉଛନ୍ତି। ଏବେ ସମସ୍ତ ସୀମା ଅତିକ୍ରମ କରିଛନ୍ତି ରିପବ୍ଲିକିଆନ୍ ପାର୍ଟିର ନେତା ଟ୍ରମ୍ପ।  ସଂସଦ ପରିସରରେ ତାଙ୍କ ସମର୍ଥକଙ୍କ ଦ୍ୱାରା କରାଯାଇଥିବା ଆକ୍ରମଣ ନିନ୍ଦନୀୟ। ଏହାକୁ ସମର୍ଥନ କରି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିର ନେତା ହେବାର ଅଧିକାର ହରାଇଛନ୍ତି।

ସେ ଆହୁରି କହିଛନ୍ତି ଯେ ସେ ଟ୍ରମ୍ପଙ୍କୁ ବହୁତ ସମ୍ମାନ କରନ୍ତି, କିନ୍ତୁ ଟ୍ରମ୍ପ ଜନାଦେଶର ଅପମାନିତ କରିଛନ୍ତି। ଯାହା ତାଙ୍କୁ ଆଘାତ ଦେଇଛି। ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଏହି ନେତା କହିଛନ୍ତି ଯେ ଟ୍ରମ୍ପ କ୍ଷମତା ହସ୍ତାନ୍ତର ପୂର୍ବରୁ ଯାହା କରିଥିଲେ ତାହା ଗଣତନ୍ତ୍ର ପାଇଁ କ୍ଷତିକାରକ। ତେଣୁ ସେ ନିଜକୁ ରିପବ୍ଲିକାନ୍ କହିବାର ଅଧିକାର ହରାଇଛନ୍ତି। ଏବେ ସେ ଗଣତନ୍ତ୍ରକୁ ଅସମ୍ମାନ କରିଛନ୍ତି। ଆଗାମୀ ଦିନରେ ଟ୍ରମ୍ପଙ୍କୁ ଫୋନ୍ କରି କଥା ହେବେ ବୋଲି କହିଛନ୍ତି ଅଠାଓ୍ୱଲେ। ଆମେରିକାର କ୍ୟାପିଟାଲରେ ହୋଇଥିବା ହିଂସା ତାଙ୍କ ରିପବ୍ଲିକାନ ପାର୍ଟିର ନାମକୁ ନଷ୍ଟ କରିଦେଇଛି। ଫୋନରେ ଏହା କହିବେ ବୋଲି ରିପବ୍ଲିକାନ୍ ପାର୍ଟି ଅଫ୍ ଇଣ୍ଡିଆର ଏହି ନେତା କହିଛନ୍ତି।

ସୂଚନାଯୋଗ୍ୟ, ଗୁରୁବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ନିର୍ବାଚନ ଫଳାଫଳରେ ଭୁଲ୍ ରହିଥିବା କହିଥିଲେ। ଏହାପରେ ତାଙ୍କ ସମର୍ଥକମାନେ ଆମେରିକାର ସଂସଦ ପରିସରରେ ଆନ୍ଦୋଳନ କରିଥିଲେ। ଟ୍ରମ୍ପ ତାଙ୍କ ସମର୍ଥକଙ୍କୁ ଭଲ ପାଆନ୍ତି ବୋଲି ମଧ୍ୟ କହିଥିଲେ। ତେବେ ଟ୍ରମ୍ପଙ୍କ ସମର୍ଥକ ସଂସଦ ଭବନ ପରିସରରେ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ପୁଲିସ ସହିତ ଧସ୍ତାଧସ୍ତି ହୋଇଥିଲା। ପୁଲିସ ଏହାପରେ ଟ୍ରମ୍ପଙ୍କ ସମର୍ଥକଙ୍କୁ ଅଟକାଇବା ପାଇଁ ଗୁଳି ଚଳାଇଥିଲା। ଏଥିରେ ୪ ଟ୍ରମ୍ପ ସମର୍ଥକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ପୁଲିସ କର୍ମୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି।

 

The post ଟ୍ରମ୍ପଙ୍କୁ ଫୋନ୍ କରିବେ କହିଲେ କେନ୍ଦ୍ରମନ୍ତ୍ରୀ ରାମଦାସ appeared first on Odisha Reporter.



from Odisha Reporter https://ift.tt/2MNJqFK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages