କଂଗ୍ରେସ କହିଲା- ଓଡ଼ିଶାକୁ ଉପେକ୍ଷା କରାଯାଉଛି, ବିଜେପି ଦେଲା ଜବାବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

କଂଗ୍ରେସ କହିଲା- ଓଡ଼ିଶାକୁ ଉପେକ୍ଷା କରାଯାଉଛି, ବିଜେପି ଦେଲା ଜବାବ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନେତାଜୀ ସୁବାସ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ପାଇଁ ଗଠିତ କମିଟିକୁ ନେଇ ଓଡ଼ିଶା କଂଗ୍ରେସ ଆପତ୍ତି ଉଠାଇଛି। କମିଟି ଗଠନ କ୍ଷେତ୍ରରେ ଓଡ଼ିଶାକୁ ଉପେକ୍ଷା କରାଯାଇଛି ବୋଲି କଂଗ୍ରେସ ମୁଖପାତ୍ର ନିଶିକାନ୍ତ ମିଶ୍ର ଅଭିଯୋଗ ଆଣିଛନ୍ତି। ସର୍ବଭାରତୀୟ ସ୍ତରରେ ଏହି କମିଟିରେ ୮୫ ଜଣ ଥିବାବେଳେ ଓଡ଼ିଶାରୁ ମାତ୍ର ୩ ଜଣଙ୍କୁ ରଖାଯିବାକୁ ନେଇ ରାଜ୍ୟ କଂଗ୍ରେସ ଅସନ୍ତୋଷ ପ୍ରକାଶ କରିଛନ୍ତି।

କଂଗ୍ରେସ ନେତା ନିଶିକାନ୍ତ କହିଛନ୍ତି ଯେ, ପଶ୍ଚିମବଙ୍ଗରେ ନିର୍ବାଚନ ଆସୁଥିବାରୁ ଏ କମିଟିରେ ସେଠାରୁ ୨୬ ଜଣଙ୍କୁ ସ୍ଥାନ ଦିଆଯାଇଛି। ଏହାସହ ନେତାଜୀ ଯେ, ଓଡ଼ିଶାର ନୁହଁନ୍ତି, ତାହା ପ୍ରମାଣ କରାଇବାକୁ କେନ୍ଦ୍ର ସରକାର ଅପଚେଷ୍ଟା କରୁଛନ୍ତି ବୋଲି ରାଜ୍ୟ କଂଗ୍ରେସ କହିଛି। ଏହି କମିଟିରେ ସୁରତର ସରପଞ୍ଚ ସ୍ଥାନ ପାଇଛନ୍ତି ହେଲେ ନେତାଜୀଙ୍କ ଜନ୍ମସ୍ଥାନ କଟକର ବିଧାୟକ ଏ କମିଟିରେ ନାହାନ୍ତି ବୋଲି ସେ ଅଭିଯୋଗ ଉଠାଇଛନ୍ତି। ଏଣୁ ଓଡ଼ିଶାରୁ ୨୫ ଜଣଙ୍କୁ ଏଥିରେ ସ୍ଥାନ ମିଳୁ ବୋଲି କଂଗ୍ରେସ ନେତା ଦାବି କରିଛନ୍ତି।

କଂଗ୍ରେସର ଏ ଅଭିଯୋଗକୁ ରାଜ୍ୟ ବିଜେପି ଖଣ୍ଡନ କରିଛି। ବିଜେପି ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯେ, ନେତାଜୀଙ୍କ ବିଭିନ୍ନ କାଯର୍ୟକଳାପକୁ କଂଗ୍ରେସ ଲୋକଲୋଚନକୁ ଆଣୁନଥିଲା। ମୋଦି ଆସିବା ପରେ ସେସବୁ ଧୀରେ ଧୀରେ ଲୋକଲୋଚନକୁ ଆସୁଛି। ଆଗକୁ ଓଡ଼ିଶାରେ ଗାନ୍ଧି ଆଗମନକୁ ନେଇ ବଡ଼ ମହୋତ୍ସବ ହେବାର ଅଛି।  ଭାରତ ବର୍ଷର ବରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଲାଗି ପ୍ରଧାନମନ୍ତ୍ରୀଙ୍କ ପଦକ୍ଷେପକୁ ନେଇ ହୀନ ରାଜନୀତି କରା ନ ଯାଉ ବୋଲି ସେ କହିଛନ୍ତି।

ସେପଟେ ବିରୋଧୀ କଂଗ୍ରେସର ଏ ଅଭିଯୋଗକୁ ନାପସନ୍ଦ କରିଛି। ବିଜେଡି ଭାରତ ବର୍ଷରେ ହେଉଥିବା କମିଟିରେ ଓଡ଼ିଶାରୁ ୩ ଜଣ ସ୍ଥାନ ପାଇବା କମ୍ କଥା ନୁହଁ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି।

The post କଂଗ୍ରେସ କହିଲା- ଓଡ଼ିଶାକୁ ଉପେକ୍ଷା କରାଯାଉଛି, ବିଜେପି ଦେଲା ଜବାବ appeared first on Odisha Reporter.



from Odisha Reporter https://ift.tt/35qTgUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages