ପାକିସ୍ତାନରେ ପାୱାର ବ୍ଲାକଆଉଟ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 9, 2021

ପାକିସ୍ତାନରେ ପାୱାର ବ୍ଲାକଆଉଟ୍

ଇସଲାମାବାଦ: ଅନ୍ଧାରରେ ପାକିସ୍ତାନ । ପାୱାର ବ୍ଲାକଆଉଟ୍ ଯୋଗୁଁ ଶନିବାର ବିଳମ୍ବିତ ରାତିରେ ପୁରା ଦେଶ ଅନ୍ଧାରରେ ବୁଡି ଯାଇଥିବା ଦେଖିବାକୁ ମିଳିଛି । ପାକିସ୍ତାନ ସମେତ ଇସଲମାବାଦ, କରାଚିରେ ମଧ୍ୟ ପାୱାର ବ୍ରେକଡାଉନ ଯୋଗୁଁ ଅନ୍ଧକାର ଛାଇ ଯାଇଛି। ସୋଶାଲ ମିଡିଆରେ ସର୍ବପ୍ରଥମେ ବ୍ଲାକଆଉଟ ଟ୍ରେଣ୍ଡ କରିବା ପରେ ଏହି ଖବର ସାମ୍ନାକୁ ଆସିଛି। ପାକିସ୍ତାନ ଶକ୍ତି ମନ୍ତ୍ରୀ ଅମର ଅୟୁବ ଟୁଇଟ କରି ସାରା ଦେଶରେ ବିଦ୍ୟୁତ ସରବରାହ ବନ୍ଦ ରହିଥିବା ନେଇ ମଧ୍ୟ ସ୍ପଷ୍ଟ କରିଛନ୍ତି ।

ଯାନ୍ତ୍ରିକ ତ୍ରୁଟି ଯୋଗୁଁ କରାଚି, ଇସଲାମାବାଦ, ଲାହୋର, ପେଶୱାର ଏବଂ ରାୱଲପିଣ୍ଡି ସମେତ ଅନେକ ସହରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଛି। ଫଳରେ ହରବାସୀ ଅନ୍ଧାରରେ ଅଛନ୍ତି। ଗତକାଲି ରାତି ୧୧.୪୦ ମିନିଟରେ ଏହି ଘଟଣା ଘଟିଛି।


ପାକିସ୍ତାନୀ ୱେବସାଇଟ ଡନ ନ୍ୟୁଜ୍ ମୁତାବକ, ଜାତୀୟ ବିଦ୍ୟୁତ ବିତରଣ ବ୍ୟବସ୍ଥାରେ ଟ୍ରିପିଙ୍ଗ ହେତୁ ଏହି ବ୍ଲାକଆଉଟ ଘଟିଛି। ପାକିସ୍ତାନର ଶକ୍ତି ମନ୍ତ୍ରୀ କହିଛନ୍ତି ଯେ ଏହାର ଅନୁସନ୍ଧାନ କରାଯାଉଛି ଏବଂ ବର୍ତ୍ତମାନ ତରବେଲା ପାୱାର ଷ୍ଟେସନ ମାଧ୍ୟମରେ ବିଦ୍ୟୁତ ଯୋଗାଣ ପାଇଁ ଉଦ୍ୟମ କରାଯାଉଛି। ତେଣୁ ଲୋକଙ୍କୁ ଧୈର୍ଯ୍ୟ ବଜାୟ ରଖିବା ପାଇଁ ପାକିସ୍ତାନ ଶକ୍ତି ମନ୍ତ୍ରୀ ନିବେଦନ କରିଛନ୍ତି ।

ପାକିସ୍ତାନର ଶକ୍ତି ମନ୍ତ୍ରଣାଳୟ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛି ଯେ, ବିଦ୍ୟୁତ୍ ଟ୍ରାନ୍ସମିସନ୍ ସିଷ୍ଟମର ଫ୍ରିକ୍ୱେନ୍ସି ହଠାତ ୫୦ରୁ ୦କୁ ହ୍ରାସ ପାଇବା ଦ୍ୱାରା ସାରା ଦେଶରେ ବ୍ଲାକଆଉଟ୍ ହୋଇଛି। ବର୍ତ୍ତମାନ ବିଦ୍ୟୁତ ସେବା ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି ବୋଲି ପାକିସ୍ତାନ ଶକ୍ତି ମନ୍ତ୍ରଣାଳୟର ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି।

ପାକିସ୍ତାନ ଭିଳ ଏବେ ଭାରତରେ ମଧ୍ୟ ବ୍ଲାକଆଉଟ୍ ଟ୍ରେଣ୍ଡ ଆରମ୍ଭ ହୋଇଛି। ସୋଶାଲ ମିଡିଆରେ ଏହି ହ୍ୟାସଟ୍ୟାଗ ସହ ଅନେକ ଲୋକ ମିମ୍ସ ଶେଆର କରୁଛନ୍ତି ଏବଂ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିବା ସହ ନିନ୍ଦା ମଧ୍ୟ କରୁଛନ୍ତି।

The post ପାକିସ୍ତାନରେ ପାୱାର ବ୍ଲାକଆଉଟ୍ appeared first on Odisha Reporter.



from Odisha Reporter https://ift.tt/38sInmP

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages