ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିଶିଲ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 11, 2021

ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିଶିଲ୍ଡ

ନୂଆଦିଲ୍ଲୀ: ସାରା ଦେଶରେ ୧୬ରୁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଆଜି ଦେଶର ୧୩ଟି ସ୍ଥାନରେ ପହଞ୍ଚିବ କୋଭିଶିଲ୍ଡ ଟିକା। ଓଡ଼ିଶା ସମତେ ବିଭିନ୍ନ ରାଜ୍ୟରେ ଏହି ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି। ଏହି ସମସ୍ତ ଟିକାକୁ ୮ଟି ବିମାନ ଜରିଆରେ ଦେଶର ୧୩ଟି ବିଭିନ୍ନ ସ୍ଥାନକୁ ଆସୁଛି। ଏସବି ଲଜିଷ୍ଟିକ୍ସର ଏମଡି ସନ୍ଦୀପ ଭୋସଲେଙ୍କ ଅନୁଯାୟୀ ପ୍ରଥମ ବିମାନ ଦେଶର ରାଜଧାନୀ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛି।

ତିନୋଟି ଟିକା ଭର୍ତ୍ତି ଟ୍ରକ୍ ପୁଣେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆରୁ ଆସି ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଏହି ତିନୋଟି ଟ୍ରକରେ ଶୀତତାପ ନିୟନ୍ତ୍ରିତ। ସକାଳ ୫ଟା ପୂର୍ବରୁ ଏହି ଟ୍ରକ ସେରମ୍ ଇନଷ୍ଟିଚ୍ୟୁଟରୁ ବାହାରିଥିଲା। ଏହି ସମୟରେ ପୂଜା ହୋଇଥିଲା। ତିନୋଟି ଟ୍ରକରେ ୪୭୮ ବକ୍ସ ଥିଲା। ପ୍ରତ୍ୟେକ ବକ୍ସର ଓଜନ ୩୨ କିଲୋଗ୍ରାମ।

ବିମାନବନ୍ଦରରୁ ସକାଳ ୧୦ଟା ସୁଦ୍ଧା ଦେଶର ୧୩ଟି ସ୍ଥାନକୁ ଏହି ଟିକା ପଠାଯାଇଛି। ପୁଣେରୁ ଏହି କୋଭିଶିଲ୍ଡ ଟିକା ଦିଲ୍ଲୀ, ଅହମ୍ମଦାବାଦ, କୋଲକାତା, ଚେନ୍ନାଇ, ବେଙ୍ଗାଲୁରୁ, କର୍ଣ୍ଣଲ, ହାଇଦ୍ରାବାଦ, ବିଜୟୱାଡା, ଗୌହାଟି, ଲକ୍ଷ୍ନୌ, ଚଣ୍ଡିଗଡ଼ ଏବଂ ଭୁବନେଶ୍ୱର ରହିଛି।

ପ୍ରଥମ ବ୍ୟାଚ୍ ଟିକା ଏୟାର ଇଣ୍ଡିଆ କାର୍ଗୋ ବିମାନ ଦ୍ୱାରା ଅହମ୍ମଦାବାଦକୁ ପୁଣେରୁ ଯାଇଥିବା ବେଳେ ଭୁବନେଶ୍ୱରକୁ ସ୍ପାଇସ୍ ଜେଟ୍ ବିମାନେର ଆସୁଛି। ମଙ୍ଗଳବାର ସକାଳ ୧୦.୪୫ ସମୟରେ ଅହମଦାବାଦରେ ଟିକା ପହଞ୍ଚିବ ବୋଲି ଜଣାପଡ଼ିଛି।

ଏସବି ଲଜିଷ୍ଟିକ୍ସ ହେଉଛି ସମାନ କମ୍ପାନୀ ଯାହା ଟିକାକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବ। ଏହି ଟିକା ମହାରାଷ୍ଟ୍ର ସମେତ ଦେଶର ଅନେକ ସ୍ଥାନକୁ ରେଫ୍ରିଜରେଟର ଟ୍ରକ୍ ସହିତ କୁଲ୍ ଏକ୍ସ ନାମକ ଏକ କମ୍ପାନୀ ଦ୍ୱାରା ବିତରଣ କରିବ। କୁଲ ଏକ୍ସ ୧୦ ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଔଷଧ ଏବଂ ଟିକା ପହଞ୍ଚାଇବା କାର୍ଯ୍ୟ କରିଛି।

ସୂଚନାଯୋଗ୍ୟ, ସେରମ୍ ପାଖରୁ ସରକାର ୧୧ ମିଲିୟନ୍ (୧୦ ନିୟୁତ) କୋଭିଶିଲ୍ଡ ଟିକା କିଣିବେ। ପ୍ରାରମ୍ଭରେ କୋଭିଶିଲ୍ଡ ଟିକା ପ୍ରତି ଡୋଜ ପିଛା ୨୦୦ ଟଙ୍କା ହେବ। ଜାନୁଆରୀ ୧୬ରୁ ସାରା ଦେଶରେ ଟିକାକରଣ ଆରମ୍ଭ ହେବ।

କୋଭିଶିଲ୍ଡ ଟିକା ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଆଷ୍ଟ୍ରା ଜେନେଙ୍କା ଦ୍ୱାରା ବିକଶିତ ହୋଇଥିବାବେଳେ ସେରମ୍ ଇନଷ୍ଟିଚ୍ୟୁଟ୍ ଏହାକୁ ଭାରତରେ ପ୍ରସ୍ତୁତ କରିଛି।

The post ପୁଣେରୁ ଦେଶର ୧୩ଟି ସ୍ଥାନକୁ ଆସୁଛି କୋଭିଶିଲ୍ଡ appeared first on Odisha Reporter.



from Odisha Reporter https://ift.tt/3oCHIoK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages