ମୁମ୍ବାଇ: ଟେଲିଭିଜନ ଜଗତରୁ ଆସିଲା ପୁଣି ଦୁଃଖଦ ଖବର। ଦୁର୍ଘଟଣାରେ ଚାଲିଗଲା ଲୋକପ୍ରିୟ ରିଆଲିଟ ଶୋ’ ବିଗ୍ ବସ୍-୧୪ର ଟାଲେଣ୍ଟ ମ୍ୟାନେଜରଙ୍କ ଜୀବନ । ଶୋ’ ସେଟର ଠିକ୍ ବାହାରେ ଦୁର୍ଘଟଣାରେ ୨୪ ବର୍ଷୀୟ ଟାଲେଣ୍ଟ ମ୍ୟାନେଜର ପିସ୍ତା ଧାକଡ ପ୍ରାଣ ହରାଇଛନ୍ତି। ପିସ୍ତା ଧାକଡଙ୍କ ଦେହାନ୍ତ ଖବର ଶୁଣି ଟିଭି ଜଗତରେ ଶୋକ ଛାୟା ଖେଳି ଯାଇଛି। ଅନେକ ଟିଭି କଳାକାର ସୋସିଆଲ୍ ମିଡ଼ିଆ ଜରିଆରେ ଦୁଃଖ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ ପିସ୍ତା ଧାକଡ୍ ବିଗ୍ ବସ୍-୧୪ ଶୋ’ର ପ୍ରଡକ୍ସନ କମ୍ପାନୀ ଏଣ୍ଡମୋଲ୍ ସାଇନ୍ ଇଣ୍ଡିଆରେ କାମ କରୁଥିଲେ। ଶୁକ୍ରବାର ଦିନ ୱିକେଣ୍ଡ କା ୱାର୍ ଶୁଟିଂ ସାରି ପିସ୍ତା ଧାକଡ ସ୍କୁଟିରେ ନିଜ ଘରକୁ ଯାଉଥିଲେ। ଏହି ସମୟରେ ଅନ୍ଧାର ରାତିରେ ତାଙ୍କ ସ୍କୁଟି ସ୍ଲିପ ହୋଇ ଏକ ଗତ ଭିତରେ ପଶିଯାଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଠିକ ଏତିକିବେଳେ ପଛ ପଟୁ ଏକ ଭ୍ୟାନିଟି ଭ୍ୟାନ୍ ଆସି ତାଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ସେ ଗଭୀର ଆହତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
ପିସ୍ତା ଧାକଡ୍ ବିଗ୍ ବସ୍ ଛଡା ଖତରୋଁ କେ ଖିଲାଡୀ, ଫିଅର ଫ୍ୟାକ୍ଟର, ଦ ଭଏସ୍ ଭଳି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ଦୀର୍ଘ ଦିନ ହେବ ସେ ଏଣ୍ଡେମଲ୍ ସାଇନ୍ସ ଇଣ୍ଡିଆ ସହ ଜଡିତ ଥିଲେ।
View this post on Instagram
The post ଦୁର୍ଘଟଣାରେ ବିଗବସ୍-୧୪ ଟାଲେଣ୍ଟ ମ୍ୟାନେଜରଙ୍କ ମୃତ୍ୟୁ appeared first on Odisha Reporter.
from Odisha Reporter https://ift.tt/3im4izv
No comments:
Post a Comment