ପ୍ରଶଂସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 16, 2021

ପ୍ରଶଂସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

କରଞ୍ଜିଆ (ଦୀପକ କୁମାର ମହାନ୍ତ): ଗାଁକୁ ନାହିଁ ରାସ୍ତା। ଫୋନ୍ ବି ଲାଗୁ ନଥିଲା। କିନ୍ତୁ ଫେରି ଯାଇ ନଥିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ରୋଗୀକୁ ଆଣିବାକୁ ଷ୍ଟ୍ରେଚର ଧରି ବାହାରି ଯାଇଥିଲେ ୩ କିଲୋମିଟର ଦୂର ଗାଁକୁ। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବ୍ଳକ୍‌ ଗୁରୁଗୁଡ଼ିଆ ପଞ୍ଚାୟତର କୁଆଁରିବିଲି ଗାଁରେ।

ଗତକାଲି ଗାଁର ଟୁରି ତିରିଆ ନାମକ ଜଣେ ବୃଦ୍ଧା ଅସୁସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ନିକଟସ୍ଥ ସ୍ୱାସ୍ଥ୍ୟକର୍ମୀଙ୍କ ସହାୟତାରେ ୧୦୮ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ। ଫୋନ୍‌ ପାଇ ଆସିଥିଲା ଆମ୍ବୁଲାନ୍ସ। ହେଲେ କୁଆଁରିବିଲି ଗାଁଠାରୁ ତିନି କିଲୋମିଟର ଦୂରରେ ଅଟକି ଯାଇଥିଲା ଆମ୍ବୁଲାନ୍ସ। କାରଣ ଗାଁକୁ ରାସ୍ତା ଭାରି ଖରାପ। ଆମ୍ବୁଲାନ୍ସ କର୍ମଚାରୀ ଫୋନ୍ ଲଗାଇଥିଲେ। ହେଲେ ଟୁରିଙ୍କ ପରିବାର ଲୋକ କି ସ୍ୱାସ୍ଥ୍ୟକର୍ମୀ, କାହା ପାଖକୁ ଲାଗି ନଥିଲା ଫୋନ୍‌। ତେଣୁ ଷ୍ଟ୍ରେଚର ଧରି ଗାଁକୁ ବାହାରି ଯାଇଥିଲେ ଆମ୍ବୁଲାନ୍ସ ଡ୍ରାଇଭର ନବୀନ ବେହେରା, ହେଲପର ଫକିର ମାର୍ଣ୍ଡି ଓ ଇଏମ୍‌ଟି ବଣ୍ଟୁ ଦଳାଇ। ଗାଁ ଲୋକଙ୍କ ସହାୟତାରେ ସେମାନେ ରୋଗୀଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ଆଣିଥିଲେ ଓ ସେଠାରୁ ନେଇ ଯାଇଥିଲେ ଯଶୀପୁର ଉପଖଣ୍ଡ ଡାକ୍ତରଖାନାକୁ। ଚିକିତ୍ସା ପରେ ଟୁରିଙ୍କ ଅବସ୍ଥା ସ୍ଥିର ଅଛି।

ରାସ୍ତା ଖରାପ ଥିବା ୧୦୮ ଆମ୍ବୁଲାନ୍ସ କର୍ମଚାରୀମାନେ ସେଠାରେ ଅପେକ୍ଷା କରିବା ବଦଳରେ ବା ଫୋନ୍ ନ ଲାଗିବାରୁ ଫେରିଯିବା ପରିବର୍ତ୍ତେ ରୋଗୀଙ୍କୁ ଆଣିବାକୁ ଗାଁକୁ ଷ୍ଟ୍ରେଚର ଧରି ଯିବା ଘଟଣାକୁ ସମସ୍ତେ ପ୍ରଶଂସା କରୁଛନ୍ତି। ଅନ୍ୟପକ୍ଷରେ କୁଆଁରିବିଲି ଗ୍ରାମବାସୀଙ୍କ ବାରମ୍ବାର ଦାବି ସତ୍ତ୍ୱେ ଗାଁକୁ ରାସ୍ତା କରିବା ନେଇ ପ୍ରଶାସନ ପଦକ୍ଷେପ ନେଉ ନଥିବା ଅଭିଯୋଗ ହୋଇଛି। କେବଳ ରାସ୍ତା ନୁହେଁ, ଏହି ଗାଁର ଲୋକେ ଆହୁରି ଅନେକ ସରକାରୀ ସୁବିଧାସୁଯୋଗରୁ ବଞ୍ଚିତ ହୋଇଛନ୍ତି।

The post ପ୍ରଶଂସା ସାଉଁଟିଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ appeared first on Odisha Reporter.



from Odisha Reporter https://ift.tt/3imfRXw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages