ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦେଶରେ ବଢ଼ିବାରେ ଲାଗିଛି ଓଡ଼ିଆଙ୍କ ପତିଆରା । ବିଭିନ୍ନ ଉଚ୍ଚ ପଦପଦବୀରେ ଅଭିଷିକ୍ତ ହେଉଛନ୍ତି ଓଡ଼ିଆ ପୁଅ। ଲେଫ୍ଟନାଣ୍ଟ ଜେନେରାଲ ଥିବା ଚଣ୍ଡିପ୍ରସାଦ ମହାନ୍ତି ପ୍ରଥମ ଓଡ଼ିଆ ଭାବେ ହେବେ ଦେଶର ପରବର୍ତ୍ତୀ ସେନା ଉପମୁଖ୍ୟ ହେବ। ଏନେଇ ଘୋଷଣା ହେବାର ଦିନକ ପରେ ପୁଣି ମିଳିଛି ଏକ ଖୁସି ଖବର।
ଦେଶର ସର୍ବବୃହତ ବୀମା କଂପାନି ଜୀବନ ବୀମା ନିଗମ(ଏଲଆଇସି) ର ପରିଚାଳନା ନିର୍ଦ୍ଦେଶକ ହେବାକୁ ଯାଉଛନ୍ତି ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି । ଆସନ୍ତା ଫେବୃଆରୀ ୧ରୁ ସେ ଏଲଆଇସିର ଏମଡି ଭାବେ ଦାୟିତ୍ୱ ଗ୍ରହଣ କରିବେ । ଏବେ ସେ ଏଲ୍ଆଇସି ହାଉସିଂ ଫାଇନାନ୍ସର ଏମ୍ଡି ତଥା ସିଇଓ ଭାବେ କାର୍ଯ୍ୟ ତୁଲାଉଛନ୍ତି ।
ତେବେ ଫେବୃଆରୀ ୧ରୁ ଏମ୍ଡି ଭାବେ ଦାୟିତ୍ୱ ନେବା ସହ ୨୦୨୩ ଜୁନ୍ ୩୦ ଯାଏ ସେ ଏହି ପଦରେ ରହିବେ । ତାଙ୍କ ନିଯୁକ୍ତି ନେଇ ଆର୍ଥିକ ସେବା ବିଭାଗର ପ୍ରସ୍ତାବକୁ କ୍ୟାବିନେଟର ନିଯୁକ୍ତି କମିଟି ଗ୍ରହଣ କରିଛି ।
ଏଲଆଇସିରେ ଜଣେ ଅଧ୍ୟକ୍ଷ ଓ ୪ ଏମ୍ଡି ପଦ ରହିଛି । ଏବେ ଏମ୍ଡି ପଦରେ ଥିବା ଟି. ସି. ସୁଶିଲ କୁମାର ଜାନୁଆରି ୩୧ରେ ଅବସର ନେବେ। ଏହା ପରେ ଉକ୍ତ ପଦ ସମ୍ଭାଳିବେ ସିଦ୍ଧାର୍ଥ ।
ସୂଚନାଯୋଗ୍ୟ, ପୂର୍ବରୁ ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ, ଡେପୁଟି ଗଭର୍ନର ବିପି କାନୁନଗୋ, ମାଇକେଲ ଦେବବ୍ରତ ପାତ୍ର ଓ ପୂର୍ବତନ ଡେପୁଟି ଗଭର୍ନର ଏଚ୍.ଆର ଖାନ ପ୍ରମୁଖ ଓଡ଼ିଶାକୁ ଗର୍ବିତ କରିସାରିଛନ୍ତି।
The post ପୁଣି ଚମକିବେ ଓଡ଼ିଆ ପୁଅ, ଏଲଆଇସି ଏମଡି ହେବେ ସିଦ୍ଧାର୍ଥ ମହାନ୍ତି appeared first on Odisha Reporter.
from Odisha Reporter https://ift.tt/3qCzuO0
No comments:
Post a Comment