ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମଙ୍ଗଳ, ବୁଧ ଓ ଶୁକ୍ରବାର ଦିଆଯିବ ଟିକା। ରବିବାର ବନ୍ଦ ରହିବ। ହେଲେ ସରକାରୀ ଓ ଘରୋଇ ମେଡିକାଲ କଲେଜରେ ଛୁଟି ଦିନ ଛାଡ଼ି ଅନ୍ୟ ଦିନରେ ସୁବିଧା ଅନୁଯାୟୀ ହେବ ଟିକାକରଣ। ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଏଥିସହ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ କହିଛନ୍ତି, ପ୍ରଥମେ ପ୍ରଥମେ କୋଭାକ୍ସିନ ପ୍ରତି ରାଜଧାନୀବାସୀ ବିଶେଷ ଆଗ୍ରହ ପ୍ରକାଶ କରୁ ନ ଥିବା ବେଳେ ଏବେ କିନ୍ତୁ ଏଥିପ୍ରତି ସେମାନଙ୍କ ଆଗ୍ରହ ପ୍ରକାଶ ପାଉଛି। ଆସନ୍ତା ସପ୍ତାହ ଭିତରେ ୧ ଲକ୍ଷ ୪୯ ହଜାର ୭୬୦ କୋଭାକ୍ସିନ ଡୋଜ୍ ଆସିବ।
ଗତକାଲି ୪୩୬ ସେସନ କେନ୍ଦ୍ରରେ ଟିକାକରଣ ହୋଇ ୪୪, ୮୮୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ କରାଯାଇଥିଲା। ଗତ ୧୬ ତାରିଖରୁ ଟିକାକରଣ ଆରମ୍ଭ ହୋଇଥିବା ବେଳେ ୨୧ ତାରିଖ ସୁଦ୍ଧା ୧ଲକ୍ଷ ୧୩, ୬୨୩ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ହୋଇସାରିଛି। ୨୦ଟି ଜିଲ୍ଲା ଶତ ପ୍ରତିଶତ ଟିକାକରଣ ହୋଇଛି। ଆଜି ୧୫୦ ସେସନରେ ୧୩,୧୫୫ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାକରଣ ନିମନ୍ତେ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି।
ଭୁବନେଶ୍ୱରରେ ଗତକାଲି ୧,୧୧୩ ଜଣ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯାଇଛି । ପ୍ରାୟ ୭୦ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀ ଟିକା ନେଇଥିବା ବେଳେ ୨୫ ତାରିଖ ସୁଦ୍ଧା ଟାଗେର୍ଟ ହାସଲ ହେବ ବୋଲି କହିଛନ୍ତି କ୍ୟାପିଟାଲ୍ ହସ୍ପିଟାଲ ନିର୍ଦ୍ଦେଶକ ଡାକ୍ତର ଲକ୍ଷ୍ମୀଧର ସାହୁ ।
ଟିକା ନେବା ଦ୍ୱାରା ପାର୍ଶ ପ୍ରତିକ୍ରିୟା ଦେଖାଯିବା ଘଟଣାକୁ ନେଇ ନିର୍ଦ୍ଦେଶକ କହିଛନ୍ତି ଟିକା ନେବା ପରଠୁ ରାଜ୍ୟରେ ସମୁଦାୟ ୪ଟି ଏପରି କେସ୍ ଦେଖାଦେଇଛି।
ବରଗଡ଼ରୁ ୨ଟି ପାର୍ଶ୍ୱ ପ୍ରତିକ୍ରିୟା କେସ୍ ଦେଖାଦେଇଥିଲା। ଟିକା ନେବା ପରେ ଜଣେ ୪୩ ବର୍ଷର ଅଙ୍ଗନୱାଡି କର୍ମୀ ମୁର୍ଚ୍ଛା ହୋଇପଡ଼ିଥିଲେ। ଏବେ ସେ ସୁସ୍ଥ ଅଛନ୍ତି। ଜଣେ ୨୭ ବର୍ଷୀୟା ଷ୍ଟାଫ ନର୍ସ ଗତ ୧୬ ତାରିଖରେ ଟିକା ନେଇଥିଲେ। ଏହାପରେ ଜ୍ୱର ହେବାରୁ ୨୦ ତାରିଖରୁ ହସ୍ପିଟାଲରେ ଅଛନ୍ତି। ଏବେ ସେ ଭଲ ଅଛନ୍ତି।
ଏହାବ୍ୟତୀତ ଜଗତସିଂହପୁରର ଜଣେ ୪୫ ବର୍ଷୀୟା ଆଶା କର୍ମୀ ଗତ ୧୯ତାରିଖରେ ଟିକା ନେଇଥିଲେ। ଏହାପର ଦିନ ମୁଣ୍ଡ ବିନ୍ଧା ସହ ସେ ମୁର୍ଚ୍ଛା ହୋଇଯାଇଥିଲେ। ଏହାପରେ ତାଙ୍କୁ ହସ୍ପିଟାଲରେ ଆଡମିଟ କରାଯାଇଥିବା ବେଳେ ଏବେ ସେ ଠିକ୍ ଅଛନ୍ତି। ସେହିପରି ଖୋର୍ଦ୍ଧାର ଜଣେ ୪୪ ବର୍ଷୀୟା ଅଙ୍ଗନୱାଡି କର୍ମୀ ଟିକା ନେବା ପରେ ହଠାତ୍ ଛାନିଆ ହୋଇ ମୂର୍ଚ୍ଛା ହୋଇଗଲେ। ଏବେ ସୁସ୍ଥ ଅଛନ୍ତି।
The post ‘ଟିକାକରଣକୁ ଗ୍ରହଣ କଲେଣି ରାଜଧାନୀବାସୀ’ appeared first on Odisha Reporter.
from Odisha Reporter https://ift.tt/3qzShJM
No comments:
Post a Comment