ଜୟପୁର(ଟି ଗୌରିଶଙ୍କର): କୋରାପୁଟ ଜିଲ୍ଲା ଜୟପୁର ସହର ଉପକଣ୍ଠ ଏକତାଗୁଡ଼ା ଦେଇ ଯାଇଥିବା ଅପର୍ କୋଲାବ ମୁଖ୍ୟ କେନାଲ ବନ୍ଧ ଗତ ରାତିରେ ଭୁଶୁଡ଼ି ଯାଇଛି। ଫଳରେ ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଗତକାଲି ରାତିରେ ଏହି ଅଘଟଣ ଘଟିଛି ।
ସୂଚନାଯୋଗ୍ୟ, ଅପର୍ କୋଲାବ ମୁଖ୍ୟ କେନାଲ ୫୦ରୁ ୬୦ ମିଟର୍ ବନ୍ଧ ଭୁଶୁଡ଼ି ଯିବାରୁ ଏକତାଗୁଡ଼ା ଅଞ୍ଚଳରେ ପାଣି ପଶିଯାଇଛି । ନିକଟରେ ଥିବା ଏକର ଏକର ଚାଷ ଜମିକୁ ପାଣି ମାଡ଼ିବାରେ ଲାଗିଛି । ଫଳରେ ଅଞ୍ଚଳବାସୀ ଗତକାଲି ରାତି ସାରା ଭୟରେ କାଟିଛନ୍ତି । ତେବେ ସୌଭାଗ୍ୟବଶତଃ କେନାଲର ପାଣି ଜନବସତି ଦିଗକୁ ମାଡ଼ି ନାହିଁ ।
ଘଟଣାସ୍ଥଳରେ ଗତକାଲି ରାତିରେ ଜୟପୁର ବିଧାୟକ ପହଞ୍ଚିଥିଲେ । ଏହାପରେ ବିଭାଗୀୟ ଅଧିକାରୀଙଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ କେହି ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନ ଥିଲେ। ପ୍ରାୟ ୩ରୁ ୪ ଘଣ୍ଟା ପାଣି ମାଡ଼ିବା ପରେ କେନାଲକୁ ବନ୍ଦ କରି ଦିଆଯାଇଛି। ଫଳରେ କେନାଲ ପାଣି ଗାଁରେ ନ ପଶି ଚାଷ ଜମିରେ ମାଡ଼ିଥିଲା। ଏଥିଯୋଗୁ ଏକର ଏକର ଚାଷ ଜମି ଜଳମଗ୍ନ ରହିଛି। କିପରି ଭାବେ ବନ୍ଧ ଭାଙ୍ଗିଲା ସେ ନେଇ ଅନୁଧ୍ୟାନ କରାଯିବ ବୋଲି ଅନୁଧ୍ୟାନ କରାଯାଉଛି ।
ଏହି କେନାଲଟି ବହୁ ପୁରୁଣା ହୋଇଥିବା ବେଳେ ଏହାର ପୁନରୁଦ୍ଧାର ନିମନ୍ତେ ଆସୁଥିବା ଲକ୍ଷ ଲକ୍ଷ ଟଙ୍କାକୁ ଚଳୁ କରାଯାଇଥିବା ଅଭିଯୋଗ ହୋଇଛି। ଫଳରେ କେନାଲ ଟି ଦୁର୍ବଳ ଥିବା ଯୋଗୁଁ ଭୁଶୁଡ଼ି ଯାଇଥିବା ଆଲୋଚନା ହେଉଛି।
The post ଭୁଶୁଡ଼ିଲା କୋଲାବ ମୁଖ୍ୟ କେନାଲ ବନ୍ଧ, ଜମିରେ ମାଡ଼ିଲା ପାଣି appeared first on Odisha Reporter.
from Odisha Reporter https://ift.tt/3ntGc70
No comments:
Post a Comment