ଜେନେଭା: କରୋନାର ନୂଆ ଷ୍ଟ୍ରେନ୍ ଏବେ ବିଶ୍ୱ ପାଇଁ ଚ୍ୟାଲେଞ୍ଜ। ଯଦିଓ ଉହାନ କରୋନା ଭାଇରସ ପାଇଁ ଟିକା ଆସିଯାଇଛି। ହେଲେ ଏବେ କରୋନାର ନୂଆ ଷ୍ଟ୍ରେନ୍ ୬୦ଟି ଦେଶକୁ ବ୍ୟାପିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏହି ସୂଚନା ଦେଇଛି। ଉହାନରୁ ବ୍ୟାପିଥିବା ଏହି ଭାଇରସ ଏଯାବତ ୨୧୦ରୁ ଅଧିକ ଦେଶକୁ ବ୍ୟାପିଛି। ୧୦୦ ମିଲିଅନରୁ ଅଧିକ ଲୋକ ଏହି ମହାମାରୀରେ ପ୍ରଭାବିତ ହୋଇଥିବା ଖବର ସରବରାହ ସଂସ୍ଥା ଏଏଫପି ରିପୋର୍ଟ କରିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ କରୋନାର ନୂଆ ଷ୍ଟ୍ରେନ୍ ପ୍ରଥମେ ୟୁକେରୁ ବ୍ୟାପିଛି। ସପ୍ତାହକ ମଧ୍ୟରେ ଏହି ଭାଇରସ ୧୦ରୁ ଅଧିକ ଦେଶକୁ ବ୍ୟାପିଛି। ଦକ୍ଷିଣ ଆଫ୍ରିକାରେ ମଧ୍ୟ ଏକ ନୂଆ ଷ୍ଟ୍ରେନ୍ ବ୍ୟାପିଛି। ଏହା ୟୁକେର କରୋନା ଷ୍ଟ୍ରେନ୍ ଭଳି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି। ଦକ୍ଷିଣ ଆଫ୍ରିକାରେ ବ୍ୟାପିଥିବା ଏହି କରୋନା ଷ୍ଟ୍ରେନ୍ ୨୩ଟି ଦେଶକୁ ବ୍ୟାପିଛି।
ସୂଚନାଯୋଗ୍ୟ, କରୋନାକୁ ବିଜୟୀ ହୋଇଛି ବୋଲି ଚାଇନା ଦାବି କରୁଥିଲା। ହେଲେ ବୁଧବାର ସୁଦ୍ଧା ବେଜିଂ ସମେତ ଆଉ ଗୋଟିଏ ଦୁଇଟି ସ୍ଥାନରେ ଲକଡାଉନ୍ ହୋଇଥିବା ସୂଚନା ରହିଛି। ବୁଧବାର ବେଜିଂରେ ସାତ ଜଣ ସଂକ୍ରମିତ ହୋଇଛନ୍ତି। ବେଜିଂରେ ରହୁଥିବା ୧.୬ ମିଲିଅନ ଲୋକଙ୍କୁ ନିଜ ଏରିଆ ଛାଡ଼ି ନଯିବାକୁ କୁହାଯାଇଥିବା ସୂଚନା ରହିଛି।
The post ୬୦ଟି ଦେଶରେ କରୋନାର ନୂଆ ଷ୍ଟ୍ରେନ୍: ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ appeared first on Odisha Reporter.
from Odisha Reporter https://ift.tt/39PssyH
No comments:
Post a Comment