ବିମାନ ଦୁର୍ଘଟଣା: ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଭଗ୍ନାବଶେଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ବିମାନ ଦୁର୍ଘଟଣା: ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଭଗ୍ନାବଶେଷ

ନୂଆଦିଲ୍ଲୀ: ଶନିବାର ଇଣ୍ଡୋନେସିଆ ଜକର୍ତ୍ତାରେ ହୋଇଥିବା ବିବାନ ଦୁର୍ଘଟଣାର ମିଳିଛି ଭଗ୍ନାବଶେଷ । ବିମାନ ଦୁର୍ଘଟଣାର ଦିନକ ପରେ ଜାଭା ସାଗରରୁ ଭଗ୍ନାବଶେଷ ମିଳିଥିବାବେଳେ ଯାତ୍ରୀଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଓ କିଛି ଫଟା କପଡା ମଧ୍ୟ ଉଦ୍ଧାର ହୋଇଛି । ଏନେଇ ଇଣ୍ଡୋନେସିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।


ଶନିବାର ଶ୍ରୀବିଜୟା ଏୟାର ବିମାନ ଇଣ୍ଡୋନେସିଆର ରାଜଧାନୀ ଜକାର୍ତ୍ତାରୁ ଉଡାଣ ଭରିଥିଲେ। କ୍ରୁ ମେମ୍ବରଙ୍କ ସେମେତ ବିମାନରେ ୬୨ଜଣ ଯାତ୍ରୀ ଥିଲେ। ଉଡାଣ ଭରିବାର ଏକ ଘଣ୍ଟା ପରେ ବିମାନ ସହ ସମ୍ପର୍କ ଛିନ୍ନ ହୋଇଥିଲା। ହଠାତ ଆକାଶରୁ ନିଖୋଜ ହୋଇଯାଇଥିଲା ଏହି ଯାତ୍ରୀବାହୀ ବିମାନ । ପାଇଲଟ୍ ଏୟାର ଟ୍ରାଫିକ୍ କଣ୍ଟ୍ରୋଲରଙ୍କର ସହ କଥା ହେବାର ୪ ମିନିଟ୍ ପରେ ବିମାନଟି ରାଡାରରୁ ଗାଏବ ହୋଇଯାଇଥିଲା ବୋଲି ପରିବହନ ମନ୍ତ୍ରୀ ବୁଦୀ କରିୟା ସୁମାଡି କହିଛନ୍ତି।

ଏୟାରଲାଇନ୍ସର କହିବା ଅନୁସାରେ, ବିମାନଟି ବୋର୍ଣ୍ଣିୟା ଦ୍ୱୀପର ପଶ୍ଚିମ ପ୍ରାନ୍ତର ରାଜଧାନୀ ଜକର୍ତ୍ତାଠୁ ୯୦ ମିନିଟର ଉଡାଣ ଭରିଥିଲା। ଏଥିରେ ୫୦ ଜଣ ଯାତ୍ରୀ ଓ ୧୨ ଜଣ କର୍ମଚାରୀ ଥିଲେ। ଏହି ଯାତ୍ରୀଙ୍କ ମଧ୍ୟରେ ୧୦ଜଣ ଛୋଟ ଛୁଆ ମଧ୍ୟ ସାମିଲ ଥିଲେ। ସମସ୍ତ ବିମାନଯାତ୍ରୀ ଇଣ୍ଡୋନେସିଆର ନାଗରିକ ଥିଲେ।

ସୂଚନା ମୁତାବକ, ୪ଟି ଯୁଦ୍ଧ ଜାହାଜ ସହ ୧୨ରୁ ଅଧିକ ଜାହାଜ ଲଙ୍ଗାଙ୍ଗ ଦ୍ୱୀପ, ଲାକୀ ଦ୍ୱୀପର ଉତ୍ତରରେ ଥିବା ଅନ୍ୟ ଦ୍ୱୀପପୁଞ୍ଜରେ ସନ୍ଧାନ ଜାରି ରଖିଛନ୍ତି। ୫୦ଟି ଟିମ୍ ଏହି  ଉଦ୍ଧାର କାର୍ଯ୍ୟ ଓ ସର୍ଚ୍ଚ ଅପରେସନରେ ଲାଗିଛନ୍ତି। ନ୍ୟାସନାଲ୍ ସର୍ଚ୍ଚ ଆଣ୍ଡ ରେସକ୍ୟୁ ଏଜେନ୍ସିର ମୁଖ୍ୟ ବଙ୍ଗାଗ୍ ସୂର୍ଯ୍ୟୋ କହିଛନ୍ତି ଯେ, ବିମାନର ଭଗ୍ନାବଶେଷ ମାଛଧରାଳି ଠାବ କରିଥିଲେ । ଅଧିକ ଯାଞ୍ଚ ପାଇଁ ମିଳିଥିବା ଭଗ୍ନାବଶେଷକୁ ଲ୍ୟାବକୁ ପଠାଯାଇଛି। କୁହାଯାଉଛି ଯେ, ଦୁର୍ଘଟଣା ଗ୍ରସ୍ତ ଏହି ଯାତ୍ରୀବାହୀ ବୋଇଂ ୭୩୭-୫୫ ବିମାନଟି ପ୍ରାୟ ୨୭ ବର୍ଷ ପୁରୁଣା ଥିଲା।

The post ବିମାନ ଦୁର୍ଘଟଣା: ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ, ଭଗ୍ନାବଶେଷ appeared first on Odisha Reporter.



from Odisha Reporter https://ift.tt/3i2vsLQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages