ବିବାଦ ବଢ଼ିବା ପରେ ଡାଟା ଶେୟାରିଂ ନେଇ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 10, 2021

ବିବାଦ ବଢ଼ିବା ପରେ ଡାଟା ଶେୟାରିଂ ନେଇ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ୍

ନୂଆଦିଲ୍ଲୀ: ହ୍ୱାଟସଆପରେ ଯେଉଁ ଅପଡେଟ୍ ନୋଟିଫିକେସନ ଆସିଛି ସେଥିରେ ଫେସବୁକ ସହିତ ଡାଟା ଶେୟାରିଂ ହେବନି। ସୋଶାଲ ମିଡିଆ କିଙ୍ଗ୍ ଫେସବୁକର ସହଯୋଗୀ କମ୍ପାନୀ ହେଉଛି ହ୍ୱାଟସଆପ୍। କୌଣସି ଡାଟା ଶେୟାରିଂର ପ୍ରକ୍ରିୟା ବଦଳିବ ନାହଁ ବୋଲି ସ୍ପଷ୍ଟୀକରଣ ରଖିଛି ହ୍ୱାଟସଆପ୍। ଫେସବୁକ ଓ ହ୍ଵାଟସଆପର ସିଇଓ କ୍ୟାଥକର୍ଟ ଟ୍ୱିଟ୍ କରି ଏ ବାବଦରେ ସ୍ପଷ୍ଟୀକରଣ ରଖିଛନ୍ତି। ନିକଟରେ ହ୍ୱଟସଆପ୍ ପ୍ରାଇଭେସି ପଲିସି ଅପଡେଟ୍ ନୋଟିଫିକେସନ ପଠାଇଥିଲା। ଯଦି ଜଣେ ୟୁଜର ରାଜି ନହେବେ ତାହେଲେ ଫେବୃଆରୀ ୮ ପରେ ହ୍ୱାଟସଆପ୍ ଆଉ ତାଙ୍କ ମୋବାଇଲରେ ଚାଲିପାରିବ ନାହିଁ ବୋଲି ସୂଚନା ରହିଥିଲା।

ଏହି ଅପଡେଟର ଉଦ୍ଦେଶ୍ୟ ହ୍ୱାଟସଆପ କହିଥିଲା ଫେସବୁକ, ହ୍ୱାଟସଆପ ମଧ୍ୟରେ ବିଜନେସ ପ୍ରକ୍ରିୟା ବଢ଼ାଇବା। ଏଥି ସହିତ ଫେସବୁକ ଓ ହ୍ୱାଟସଆପ ମଧ୍ୟରେ ବିଜ୍ଞାପନ ଆସିବା ନେଇ ଏହି ଅପଡେଟ୍ ଥିଲା ବୋଲି କମ୍ପାନୀ କହିଥିଲା। କୌଣସି ଚାଟ୍ ପ୍ରକ୍ରିୟା ବା ମେସେଜ ଶେୟାର ହ୍ୱାଟସଆପ୍ ଓ ଫେସବୁମକ ମଧ୍ୟରେ ହେବନି ବୋଲି କହିଥିଲା। ଏହାପରେ ବିଭିନ୍ନ ଫୋରମରେ ହ୍ୱାଟସଆପର ଡାଟା ଶେୟାରିଂ ସୁରକ୍ଷିତ ନୁହେଁ ବୋଲି ଆଲୋଚନା ହୋଇଥିଲା। ପରେ ଅନ୍ୟ ସୋଶାଲ ମିଡିଆ କମ୍ପାନୀ ସିଗ୍ନାଲ, ଟେଲିଗ୍ରାମ ଆଦିରେ ୟୁଜର ସଂଖ୍ୟା ବଢ଼ିଥିବା ଦେଖିବାକୁ ମିଳିଛି। ସେହପରି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇଥିବା ଟେସଲା କମ୍ପାନୀର ସିଇଓ ମଧ୍ୟ ହ୍ୱାଟସଆପକୁ ପ୍ରତ୍ୟାଖ୍ୟାନ କରିବାକୁ ଆହ୍ୱାନ କରିଛନ୍ତି।

ଏବେ ଟେଲିଗ୍ରାମ କମ୍ପାନୀର ସିଇଓ ପାଓ୍ୱେଲ ଡୁରୋଓ୍ୱ ହ୍ୱାଟସଆପ ବିରୋଧରେ ଅଭିଯୋଗ କରିଛନ୍ତି। ଟେଲିଗ୍ରାମ ବାବଦରେ ହ୍ୱାଟସଆପ୍ ବିଭ୍ରାନ୍ତିକର ଏବଂ ମନଗଢ଼ା ତଥ୍ୟ ରଖୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ହ୍ୱାଟସଆପ୍ ଅପଡେଟ୍ ନୋଟିଫିକେସନ ଆସିଛି କି?

The post ବିବାଦ ବଢ଼ିବା ପରେ ଡାଟା ଶେୟାରିଂ ନେଇ ସ୍ପଷ୍ଟୀକରଣ ରଖିଲା ହ୍ୱାଟସଆପ୍ appeared first on Odisha Reporter.



from Odisha Reporter https://ift.tt/3bxJJyy

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages