ଫାଇଜର ଟିକା ନେଇଥିବା ମୃତକଙ୍କ ସଂଖ୍ୟା ୨୯କୁ ବୃଦ୍ଧି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 16, 2021

ଫାଇଜର ଟିକା ନେଇଥିବା ମୃତକଙ୍କ ସଂଖ୍ୟା ୨୯କୁ ବୃଦ୍ଧି

ନରୱେ: ବଢ଼ିଲା ଫାଇଜର ଟିକା ନେଇଥିବା ମୃତକଙ୍କ ସଂଖ୍ୟା। ଗତକାଲି ମୃତକଙ୍କ ସଂଖ୍ୟା ୨୩ ଥିବା ବେଳେ ଆଜି ଏହା ୨୯ରେ ପହଞ୍ଚିଛି। ଗତ ୨୪ ଘଂଣ୍ଟା ମଧ୍ୟରେ ଏହି ଟିକା ନେଇ ଆଉ ୬ଜଣ ଆଖି ବୁଜିଛନ୍ତି। ସମସ୍ତ ମୃତକଙ୍କ ମଧ୍ୟରେ ଅଧିକାଂଶ ବୟସ୍କ ବ୍ୟକ୍ତି ଅଛନ୍ତି।

ଗତକାଲି କରୋନାକୁ ମାତ ଦେବା ପାଇଁ ସାରା ଦେଶରେ ଟିକାକରରଣ ଶୁଭାରମ୍ଭ ହୋଇଛି। ସେପଟେ କିଲର ଭାଇରସକୁ ମାତ ଦେବା ପାଇଁ ସାରା ବିଶ୍ୱରେ ମଧ୍ୟ ଟିକାକରଣ ଚାଲିଛି।  ଏହାରି ଭିତରେ ନରଓ୍ୱେର ୨୩ ଜଣ ଟିକା ନେବା ପରେ ମୃତ୍ୟୁ ବରଣ କରିଥିବା ଖବର ସାମ୍ନା ଆସିଥିଲା।  ଏଥିସହ ଅନେକ ଅସୁସ୍ଥ ହୋଇପଡିଥିବା ମଧ୍ୟ ଜଣାପଡିଥିଲା। ଏହାପରେ ନରଓ୍ୱରେ ଯେଉଁମାନେ ଟିକା ନେଇଛନ୍ତି ସେମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି।

ନରଓ୍ୱେବାସୀ ଆମେରିକା ଦ୍ୱାରା ପ୍ରସ୍ତୁତ ଫାଇଜର ବାୟୋନଟେକ ଏବଂ ମଡେର୍ଣ୍ଣା ନେଇଛନ୍ତି। ଏହା ଏମଆରଏନଏ ଟିକା। ମୃତ ୨୯ଜଣଙ୍କ ମଧ୍ୟରୁ ୧୩ ଜଣଙ୍କ ମୃତ୍ୟୁର କାରଣ ସମାନ ରହିଥିବା ଡାକ୍ତର କହିଛନ୍ତି। ମୃତକମାନେ ଟିକା ନେବା ପରେ ଡାଇରିଆ, ଜ୍ୱର, ଅଣ ନିଃଶ୍ୱାସୀ ହୋଇ ପଡ଼ିଥିଲେ। ଅନ୍ୟ ୧୬ ଜଣମୃତକଙ୍କ କାରଣ ଖୋଜୁଛନ୍ତି ବିଶେଷଜ୍ଞ। ସେପଟେ ସମସ୍ତ ମୃତକ ବୟସ୍କ ଥିବାବେଳେ ଅଧିକାଂଶ ଗମ୍ଭୀର ରୋଗରେ ପୀଡିତ ଥିଲେ ବୋଲି ଏଜେନ୍ସି କହିଛି।

ନରଓ୍ୱେରେ ଏଯାବତ ଫାଇଜର ଏବଂ ମଡେର୍ଣ୍ଣା ଟିକାର ପ୍ରଥମ ଡୋଜ ୩୦ ହଜାର ଲୋକ ନେଇଥିବା ଜଣାପଡ଼ିଛି। ଟିକାକୁ ନେଇ ସନ୍ଦେହ ବଢ଼ିବା ପରେ ୟୁରୋପ ଆମେରିକା ପାଖରୁ ଏହି ଫାଇଜାର ଟିକା କମ୍ ଆମଦାନୀ କରିବ ବୋଲି କହିଛି। ପୂର୍ବରୁ ନରଓ୍ୱେ ୨ ବିଲିଅନ୍ ଟିକା ଆମଦାନୀ କରୁଥିବା ବେଳେ ଏବେ ୧.୩ ବିଲିଅନ୍ ଆମଦାନୀ କରୁଥିବା ସୂଚନା ରହିଛି।

The post ଫାଇଜର ଟିକା ନେଇଥିବା ମୃତକଙ୍କ ସଂଖ୍ୟା ୨୯କୁ ବୃଦ୍ଧି appeared first on Odisha Reporter.



from Odisha Reporter https://ift.tt/2LYMvSK

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages