କେନ୍ଦୁଝର(ପ୍ରଣୟ ପାଣି): କରୋନା କଟକଣା ପରଠୁ ବନ୍ଦ ରହିଥିବା ରାଜ୍ୟର ପ୍ରାୟ ସମସ୍ତ ପ୍ରମୁଖ ମନ୍ଦିର ସର୍ବସାଧାରଣଙ୍କ ପାଇଁ ଖୋଲି ସାରିଥିବା ବେଳେ ଆସନ୍ତାକାଲିଠୁ ଖୋଲିବ ଘଟଗାଁ ସ୍ଥିତ ମା’ ତାରିଣୀ ମନ୍ଦିର। ତେବେ କରୋନାକୁ ଦୃଷ୍ଟିରେ ରଖି ମନ୍ଦିର ଖୋଲିବା ପରେ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ନୂଆ ନିୟମ ଜାରି ହୋଇଛି। ଯଦି ଆପଣ ଘଟଗାଁ ଯାଉଛନ୍ତି, ତେବେ କ’ଣ ସବୁ ନୂଆ ନିୟମ ରହିଛି ଜାଣି ନିଅନ୍ତୁ।
- ସକାଳ ୮ଟାରୁ ମଧ୍ୟାହ୍ନ ସାଢ଼େ ୧୨ଟା ଏବଂ ଅପରାହ୍ନ ୪ଟାରୁ ସନ୍ଧ୍ୟା ସାଢ଼େ ୬ଟା ମଧ୍ୟରେ ସାଧାରଣ ଲୋକେ ମା’ଙ୍କୁ ଦର୍ଶନ କରିପାରିବେ।
- ୩ ନମ୍ବର ଗେଟ୍ ଦେଇ ଶ୍ରଦ୍ଧାଳୁମାନେ ମନ୍ଦିରକୁ ପ୍ରବେଶ କରିବେ। ଦର୍ଶନ ପରେ ୪ ନମ୍ବର ଗେଟ୍ ଦେଇ ବାହାରକୁ ବାହାରିବେ।
- ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
- ସାନିଟାଇଜ ସହ ମନ୍ଦିର ଭିତରେ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ।
- ଏକାଥରେ ୨୫ରୁ ୩୦ ଜଣ ଭକ୍ତଙ୍କୁ ହିଁ ଦର୍ଶନ ସୁବିଧା ମିଳିବ ।
- ମନ୍ଦିର ଭିତରକୁ ଭୋଗ, ଧୂପ, ଦୀପ ଓ ପୁଷ୍ପ ଆଦି ବାରଣ କରାଯାଇଛି ।
- କେବଳ ଦର୍ଶନ କରିପାରେବ ଭକ୍ତ। ସିନ୍ଦୁର, ଚନ୍ଦନ ଲଗାଇ ପାରିବେନି। ପାଦୁକା ସେବନ ବି ମନା ।
- ୧୦ ବର୍ଷରୁ କମ୍ ବୟସ୍କଙ୍କୁ ମନ୍ଦିର ଭିତରେ ପ୍ରବେଶ ମନା ।
- ମନ୍ଦିର ଭିତରେ ଭକ୍ତଙ୍କୁ ଚୂଳ ସମର୍ପଣ କରିବା ପାଇଁ ଅନୁମତି ନାହିଁ ।
- ଦୈନନ୍ଦିନ ଅନ୍ନ ପ୍ରସାଦ ବିକ୍ରି ତଥା ପାର୍ସଲ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ ରହିବ।
- ଗେଟ୍ ନମ୍ବର-୫ରେ ପ୍ରବେଶ କରି ଭକ୍ତମାନେ ଗାଡି ପୂଜା କରିପାରିବେ।
- ମନ୍ଦିର ପରିସରରେ ଥିବା ସମସ୍ତ ଦୋକାନ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ।
- ସକାଳ ୮ରୁ ୯ ପ୍ରଥମେ ପୂଜକମାନଙ୍କ ପରିବାର ସଦସ୍ୟ ଦର୍ଶନ କରିବା ପରେ ଭକ୍ତଙ୍କୁ ଦର୍ଶନ ସୁବିଧା ମିଳିବ।
- ସକାଳ ଆଳତି, ଅନ୍ନ ପ୍ରସାଦ ନୀତି, ସନ୍ଧ୍ୟା ଆଳତି ଓ ପହଡ଼ ଆଳତିରେ କୌଣସି ଭକ୍ତ ରହିବେ ନାହିଁ।
The post ଘଟଗାଁ ଯାଉଛନ୍ତି କି, ଜାଣି ନିଅନ୍ତୁ ଏହି ସବୁ ନୂଆ ନିୟମ appeared first on Odisha Reporter.
from Odisha Reporter https://ift.tt/2XLAeUm
No comments:
Post a Comment