ଆଜିଠୁ ପୁଣି ଜୋରଦାର ହେବ ଟିକାକରଣ, ପ୍ରତି କେନ୍ଦ୍ରରେ ୬ ଭ୍ୟାକସିନ୍ ଇନଚାର୍ଜ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 17, 2021

ଆଜିଠୁ ପୁଣି ଜୋରଦାର ହେବ ଟିକାକରଣ, ପ୍ରତି କେନ୍ଦ୍ରରେ ୬ ଭ୍ୟାକସିନ୍ ଇନଚାର୍ଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠୁ ଜୋରଦାର ହେବ ଟିକାକରଣ । ଦିନକର ବିରତି ପରେ ପୁଣି ଥରେ ରାଜ୍ୟରେ ବ୍ୟାପକ ହେବ କୋଭିଡ୍ ଟିକାକରଣ । ଦୈନିକ ଅଧିକ ସଂଖ୍ୟକ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଯୋଜନା କରାଯାଇଛି । ସମସ୍ତ ମେଡିକାଲ୍ କଲେଜ୍‌ରେ ୫ଟି ସେସନ ସାଇଟ୍‌ରେ ହେବ ଟିକାକରଣ । ପ୍ରତି ସେସନରେ ୨ଶହ ଜଣଙ୍କୁ ଟିକା ଦିଆଯିବ । ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ଲାଗି ଦୁଇଟି ସେସନ କରାଯିବ ।

ପ୍ରତି ସେସନରେ ଶହେ ଜଣ ଲେଖାଏଁ ଲୋକଙ୍କୁ ଟିକା ଦିଆଯିବ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଦିନକୁ ୨ ଶହ ଜଣଙ୍କୁ ଟିକାକରଣ କରାଯିବ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଗୋଟିଏ ଲେଖାଏଁ ସେସନ୍ କରାଯିବ । ପ୍ରତି ସେସନରେ ଶହେ ଜଣଙ୍କୁ ଟିକା ଦିଆଯିବ । ଆଜିଠୁ ପ୍ରତି କେନ୍ଦ୍ରରେ ୬ ଜଣ ଭ୍ୟାକସିନ୍ ଇନଚାର୍ଜ ରହିବେ । ପିଏଚ୍‌ସି ଓ ସିଏଚ୍‌ସିରେ ପୂର୍ବ ନିର୍ଦ୍ଧାରିତ ନିୟମ ଅନୁସାରେ ଟିକାକରଣ ହେବ ।

ଆଜି ସାରା ରାଜ୍ୟରେ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଆଜି ଟିକାକରଣ ଲାଗି ରାଜ୍ୟରେ ୩୮୦ଟି ସେସନ୍ କରାଯାଇଛି । ଭୁବନେଶ୍ୱରରେ ୩୯ଟି ସେସନ୍ ଯୋଜନା କରାଯାଇଛି ।

ଗତ ଶନିବାର ରାଜ୍ୟରେ ୧୩ ହଜାର ୯୮୦ ଜଣଙ୍କୁ ଟିକା ଦିଆଯାଇଛି । ଆସନ୍ତା ୨୫ ତାରିଖ ସୁଦ୍ଧା ସାରା ରାଜ୍ୟରେ ୩ ଲକ୍ଷ ୨୮ ହଜାର ସ୍ୱ୍ୟାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି ।

The post ଆଜିଠୁ ପୁଣି ଜୋରଦାର ହେବ ଟିକାକରଣ, ପ୍ରତି କେନ୍ଦ୍ରରେ ୬ ଭ୍ୟାକସିନ୍ ଇନଚାର୍ଜ appeared first on Odisha Reporter.



from Odisha Reporter https://ift.tt/2KnwSnx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages