ପିକ୍‌ଅପ୍‌ ଭ୍ୟାନ୍‌ ଓଲିଟି ୯ମୃତ, ୧୩ ଗୁରୁତର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ପିକ୍‌ଅପ୍‌ ଭ୍ୟାନ୍‌ ଓଲିଟି ୯ମୃତ, ୧୩ ଗୁରୁତର

ଜୟପୁର(ଟି.ଗୌରୀ ଶଙ୍କର): କୋରାପୁଟ କୋଟପାଡ଼ରେ ଦୁଃଖଦ ଘଟଣା ମୂର୍ତ୍ତାହାଣ୍ଡି ନିକଟରେ ପିକ୍ଅପ୍ ଭ୍ୟାନ୍ ଓଲଟିବାରୁ ୯ ଜଣଙ୍କ ଜୀବନ ଯାଇଛି।  ସମସ୍ତ ମୃତକ ମହିଳା ବୋଲି ଜଣାପଡ଼ିଛି। ୧୩ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ କୋଟପାଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବାକି ୧୧ ଜଣଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି । ଜଗଦଲପୁର ବିଧାୟକ ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିବା ସହ ଚିକିତ୍ସା ବ୍ୟବସ୍ଥାର ତଦାରଖ କରିଛନ୍ତି । କୋଟପାଡ଼ ବିଧାୟିକା ପଦ୍ମିନୀ ଦିଆନ ମଧ୍ୟ କୋଟପାଡ଼ ମେଡିକାଲରେ ପହଞ୍ଚି ମୃତକଙ୍କ ପରିବାରକୁ ଭେଟିଛନ୍ତି । ମୃତାହତମାନେ ସମସ୍ତେ ଛତିଶଗଡ଼ କଲ୍ଚା ଗାଁର ବାସିନ୍ଦା।

ସିନ୍ଧିଗୁଡ଼ା ଗାଁରୁ ଦଶାହ କର୍ମ ସାରି ଫେରିବା ବେଳେ ଗତକାଲି ରାତିରେ ଏହି ଦୁର୍ଘଟଣା ଘଟିଥିଲା । NH-୩୨୬ରେ ପିକ୍ଅପ୍ ଭ୍ୟାନ୍‌ଟି ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିରେ ପ୍ରାୟ ୨୦ରୁ ୨୨ ଜଣ ଥିଲେ। ତେବେ ନିୟନ୍ତ୍ରଣ  ହରାଇ ଗାଡ଼ିଟି ରାସ୍ତା କଡ଼ରେ ଥିବା ଏକ ଗଛରେ ପିଟି ହୋଇଯିବାରୁ ପିକ୍ଅପ୍‌ ଭ୍ୟାନ୍‌ଟି ଓଲଟି ପଡ଼ିଥିଲା ଏବଂ ସେଥିରେ ଥିବା ଲୋକେ ବାହାରକୁ ଛିଟିକି ପଡ଼ିଥିଲେ।

ପରେ ସ୍ଥାନୀୟ ଲୋକେ ଓ ପୁଲିସ ପହଞ୍ଚି ଉଦ୍ଧାର କରିଥିଲେ । ଆହତଙ୍କୁ ପ୍ରଥମେ କୋଟପାଡ଼ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ଆହତଙ୍କୁ ଜଗଦଲପୁର ସ୍ଥାନାନ୍ତର କରାଯାଇଛି। ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ି ନାହିଁ । ତେବେ ଡ୍ରାଇଭର ଭାରସାମ୍ୟ ହରାଇବାରୁ ଦୁର୍ଘଟଣା ଘଟିଥାଇପାରେ ବୋଲି ସନ୍ଦେହ କରାଯାଉଛି ।ଏ ନେଇ ଅଧିକ ତଦନ୍ତ ଜାରି ରହିଛି।

ସେପଟେ ଦୁର୍ଘଟଣା ପରେ ଆହତଙ୍କୁ ଉଦ୍ଧାର କରିବା ଥିଲା କାଠିକର ପାଠ। ଅନ୍ଧାର ରାତିରେ ମୃତାହତଙ୍କୁ ଉଦ୍ଧାର କରିବା ଅଗ୍ନିଶମ ବାହିନୀ ପାଇଁ ଥିଲା ବଡ ଚ୍ୟାଲେଞ୍ଜ। ତେବେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ପ୍ରଶାସନ ଆହତଙ୍କୁ ଉଦ୍ଧାର କରି ପ୍ରଥମେ କୋଟପାଡ଼ ହସ୍ପିଟାଲରେ ଭର୍ତ୍ତି କରିଥିଲା। ମୃତାହତଙ୍କୁ ଦେଖିବା ପାଇଁ ସଂପର୍କୀୟମାନେ ମଧ୍ୟ ମେଡିକାଲରେ ଭିଡ଼ ଲଗାଇଥିଲେ । ଦୁଃଖଦ ଘଟଣା ପରେ ମେଡିକାଲରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା ।

The post ପିକ୍‌ଅପ୍‌ ଭ୍ୟାନ୍‌ ଓଲିଟି ୯ମୃତ, ୧୩ ଗୁରୁତର appeared first on Odisha Reporter.



from Odisha Reporter https://ift.tt/3amvc6F

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages