ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ପୁଣି ବୈଠକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ପୁଣି ବୈଠକ

ପୁରୀ(ଓଡ଼ିଶା ରିପୋର୍ଟର) ପୌଷପୂର୍ଣ୍ଣିମାରେ ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ଆଜି ପୁଣି ବସିଥିଲା ସମୀକ୍ଷା ବୈଠକ।   ଦ୍ୱିତୀୟ ସମୀକ୍ଷା ବୈଠକରେ ଉପସ୍ଥିତ ରହି ପାଳିଆ ମେକାପ ସେବାୟତ କହିଥିଲେ ଯେ, ରତ୍ନ ବେଦୀ ନିକଟରେ ୩ ଜଣଙ୍କ ବଦଳରେ ୧୦ ଜଣ ସେବାୟତଙ୍କ ଉପସ୍ଥିତି ଯୋଗୁ ନୀତିରେ ବିଳମ୍ବ ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବସିଥିବା ଏହି ବୈଠକରେ ମେକାପ ନିଯୋଗ ସହ ଅନ୍ୟ ସେବାୟତ ସାମିଲ ହୋଇଥିଲେ ।

ଗତ ୨୮ ତାରିଖ ଦିନ ମହାପ୍ରଭୁଙ୍କ ସୁନାବେଶ ସମୟରେ ନୀତି ବିଳମ୍ବ ଘଟିଥିଲା । ପୁଷ୍ୟାଭିଷେକ ଦିନ ରତ୍ନସିଂହାସନ ଉପରେ ଅଧିକ ୩ ଜଣ ସିଂହାରୀ ସେବାୟତ ଥିବାରୁ ଭଣ୍ଡାର ମେକାପ ମହାପ୍ରଭୁଙ୍କ ଅଳଙ୍କାର ହସ୍ତାନ୍ତର କରିବାକୁ ଅରାଜି ହୋଇଥିଲେ ବୋଲି ଜଣାପଡ଼ିଛି । ଏହି କାରଣରୁ ଦୁଇ ସେବାୟତ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା ଏବଂ ସୁନାବେଶ ଡେରି ହୋଇଥିଲା ।

ଭକ୍ତମାନେ ସେହି ଦୁର୍ଲଭ ବେଶ ଦର୍ଶନ କରିବାରୁ ବଞ୍ଚିତ ହୋଇଥିଲେ ।  ମହାପ୍ରସାଦ ମିଳିବାରେ ମଧ୍ୟ ସମସ୍ୟା ହୋଇଥିଲା  । ଏସବୁ ନେଇ ସିଂହାରୀ ନିଯୋଗ ସହିତ ଜିଲ୍ଲାପାଳ ଆଲୋଚନା କରିଥିଲେ ।

The post ମହାପ୍ରଭୁଙ୍କ ସୁନାବେଶ ବିଳମ୍ବ ପ୍ରସଙ୍ଗକୁ ନେଇ ପୁଣି ବୈଠକ appeared first on Odisha Reporter.



from Odisha Reporter https://ift.tt/3taUSMn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages